ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ସବରେଜିଷ୍ଟର ପଦବୀ ଦୀର୍ଘ ଦୁଇ ବର୍ଷ ହେବ ଖାଲି ପଡ଼ିଛି । ଏହି ପଦବୀରେ ଅଧିକାରୀମାନେ ଅତିରିକ୍ତ ଦାୟିତ୍ୱ ତୁଲାଉଥିବାରୁ ଅନେକ ସମୟରେ ଅନୁପସ୍ଥିତ ରହୁଛନ୍ତି । ଫଳରେ ସାଧାରଣ ଲୋକ ଜମିଜମା କାଗଜାତକୁ ନେଇ ହଇରଣା ହରକତ ହେଉଛନ୍ତି । ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ସ୍ଥାୟୀ ରେଜିଷ୍ଟାର ନିଯୁକ୍ତ ହେଉନଥିବାରୁ ଗତ ସୋମବାରଠାରୁ ଧାରଣା ଦେଇଥିବା ମୋହରୀ ସଂଘ ଆଜି ଅନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେବ ବୋଲି ଚେତାବନୀ ଦେଇଛି । ସଭାପତି ବିଜୟ କୁମାର ମହାପାତ୍ର ଏବଂ ସମ୍ପାଦକ କୁଳମଣୀ ବେହେରାଙ୍କ ନେତୃତ୍ୱରେ ଅନେକ ମୋହରୀ କାର୍ଯ୍ୟାଳୟ ନିକରେ ଧାରଣାରେ ବସିଛନ୍ତି ।






