ଭୋପାଳ, (ବାଘୁଆବାର୍ତ୍ତା): ମଧ୍ୟପ୍ରଦେଶରେ ଆଜିଠୁ ମୋହନ ରାଜ୍ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଡ. ମୋହନ ଯାଦବ । ସେହିପରି ୨ ଉପ-ମୁଖ୍ୟମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି । ରାଜ୍ୟପାଳ ମଙ୍ଗୁଭାଇ ସି. ପଟେଲ୍ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଉପ-ମୁଖ୍ୟମନ୍ତ୍ରୀ ଭାବେ ଜଗଦୀଶ ଦେଓ୍ବଡ଼ା ଓ ରାଜେନ୍ଦ୍ର ଶୁକ୍ଳା ଶପଥ ନେଇଛନ୍ତି । ଭୋପାଳରେ ଏହି ଶପଥ ଗ୍ରହଣ ଉତ୍ସବ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦି ଓ ବିଜେପିର ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ । ଭୋପାଳର ମୋତିଲାଲ ନେହେରୁ ଷ୍ଟାଡିୟମରେ ଶପଥ ଉତ୍ସବ ହୋଇଛି । ମୋହନ ଯାଦବ ପୂର୍ବରୁ ଶିବରାଜ ସିଂ ଚୌହ୍ବାନଙ୍କ ସରକାରରେ ଥିଲେ ସେ ଉଚ୍ଚ ଶିକ୍ଷାମନ୍ତ୍ରୀ । ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ୍ ଶାହ, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ଥିଲେ । ଏହାଛଡ଼ା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଡେପୁଟି ସିଏମ ଦେବେନ୍ଦ୍ର ଫଡନବିସ୍ ଆଦି ବହୁ ବରିଷ୍ଠ ନେତା ଶପଥ ଉତ୍ସବରେ ସାମିଲ ହୋଇଥିଲା ।






