Thursday, June 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ

by ସଞ୍ଜୟ ସ୍ୱାଇଁ
May 30, 2025
in NATIONAL NEWS
ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ
94
VIEWS
Share on FacebookShare on Twitter

ବିହାର, (ବାଘୁଆବାର୍ତ୍ତା): ବିହାର ଆସିଲେ ପ୍ରଧାନମନ୍ତ୍ରୀଙ୍କୁ ହତ୍ଯା କରିବାକୁ ଧମକ ଦେଇଥିବା ଯୁବକ ସମୀର ରଂଜନକୁ ଗିରଫ କରାଯାଇଛି । ବିହାର ଭାଗଲପୁର ଜିଲ୍ଲାର ବାସିନ୍ଦା ୩୫ ବର୍ଷୀୟ ସମୀରକୁ ପୋଲିସ ଗିରଫ କରିଛି । ଅଭିଯୁକ୍ତ ସମୀରକୁ ଗତ କାଲି ସଂଧ୍ୟାରେ ସୁଲତାନଗଞ୍ଜ ପୋଲିସ ଥାନା ଅନ୍ତର୍ଗତ ମହେଶୀ ଗାଁରୁ ଗିରଫ କରିଛି । ସମୀର ହ୍ବାଟସଆପରେ କଲ କରି ପ୍ରଧାନମନ୍ତ୍ରୀଙ୍କୁ ହତ୍ଯା କରିବାକୁ ଧମକ ଦେଇଥିଲା । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ଥିବା ସୁରକ୍ଷା ସଂସ୍ଥାକୁ କଲ କରି ସମୀର ହତ୍ଯା କରିବାକୁ ଧମକ ଦେଇଥିଲା। ହତ୍ଯା ଧମକ ପାଇବା ପରେ ବିହାର ପୋଲିସ ଏକ ସ୍ବତନ୍ତ୍ର ଟିମ ଗଠନ କରି ଅନୁସନ୍ଧାନ ଆରମ୍ଭ କରିଥିଲା। ତେବେ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଥିଲା ଯେ, ଫୋନ କଲ କରାଯାଇଥିବା ନମ୍ବରଟି ଜଣେ ୭୧ ବର୍ଷୀୟ ବୃଦ୍ଧ ମଣ୍ଟୁ ଚୌଧୁରୀଙ୍କର । ପୋଲିସ ତାଙ୍କ ପାଖରେ ପହଞ୍ଚି ଟେକ୍ନିକାଲ ଆନାଲିସିସ କରି ସମୀର ପାଖରେ ପହଞ୍ଚିଥିଲା। ଭିପିଏନ ଯାନ୍ତ୍ରିକ କୌଶଳ ବ୍ଯବହାର କରି ସମୀର ହତ୍ଯା ଧମକ ଦେଇଥିଲା। ତେବେ ମଣ୍ଟୁ ଚୌଧୁରୀଙ୍କୁ ଫସାଇବାକୁ ସମୀର ଏହି କଲ କରିଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ସେମାନଙ୍କ ମଧ୍ଯରେ ସଂପତ୍ତି ବିବାଦ ଅଛି। ସେଥିପାଇଁ ସମୀର ମଣ୍ଟୁଙ୍କୁ ଫସାଇବାକୁ ଚାହୁଁଥିଲା ବୋଲି ପୋଲିସ କହିଛି। ଜେରାବେଳେ ସମୀର ସବୁ ସତ ଓଗାରି ଦେଇଥିଲା। ତେବେ ପୋଲିସ ଆହୁରି ଅଧିକ ତଦନ୍ତ ଜାରି ରଖିଛି । ଆଜିଠାରୁ ପ୍ରଧାନମନ୍ତ୍ରୀଙ୍କର ଦୁଇ ଦିନିଆ ବିହାର ଗସ୍ତ ଆରମ୍ଭ ହେଉଛି।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!