Friday, September 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମୋଦି ସରକାରର ଦ୍ୱିତୀୟ ପାଳିର ଦ୍ୱିତୀୟ ବର୍ଷ, ମନ କି ବାତରେ ମୋଦି ବଖାଣିଲେ ୭ ବର୍ଷର ସଫଳତା

by ସଞ୍ଜୟ ସ୍ୱାଇଁ
May 30, 2021
in NATIONAL NEWS
ମୋଦି ସରକାରର ଦ୍ୱିତୀୟ ପାଳିର ଦ୍ୱିତୀୟ ବର୍ଷ, ମନ କି ବାତରେ ମୋଦି ବଖାଣିଲେ ୭ ବର୍ଷର ସଫଳତା
96
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ମୋଦି ସରକାରର ଦ୍ୱିତୀୟ ପାଳିର ଦ୍ୱିତୀୟ ବର୍ଷ। ଦୀର୍ଘ ୭ ବର୍ଷ ହେବ ମୋଦି ସରକାର ଦେଶରେ ସରକାରରେ ରହିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀର୍ଘ ୭୦ ବର୍ଷର ସରକାରକୁ ଚଳିତ ୭ ବର୍ଷର ସରକାର ସହ ତୁଳନା କରି ନିଜ ସରକାରର ଉପଲବ୍ଧ ରଖିଛନ୍ତି ମନ୍ କି ବାତ ଜରିଆରେ। ସେ କହିଛନ୍ତି ଦେଶ ଏବେ ଅନେକ ପରିବର୍ତ୍ତନ ହୋଇଛି। ସାଟେଲାଇଟରୁ ସଡ଼କ ସବୁଥିରେ ଉପଲବ୍ଧି ହୋଇଛି। ଏହି ୭ ବର୍ଷରେ ଯାହା କିଛି ସଫଳତା ମିଳିଛି, ତାହା ଦେଶ ଓ ଦେଶବାସୀଙ୍କର। ଏବେର ଭାରତ ଅନ୍ୟ ଦେଶର ଚିନ୍ତାଧାରା ଏବଂ ଚାପରେ ନାହିଁ। ଦେଶ ନିଜ ସଂକଳ୍ପ ସହିତ ଚାଲୁଛି। ଏଥିପାଇଁ ଆମେ ସମସ୍ତେ ଗର୍ବିତ। ଯେଉଁମାନେ ଆମ ବିରୁଦ୍ଧରେ ଷଡଯନ୍ତ୍ର କରୁଛନ୍ତି ସେମାନଙ୍କୁ ଉପଯୁକ୍ତ ଉତ୍ତର ଦେଉଛି ଦେଶ। ଯାହାକି ଆମର ଆତ୍ମବିଶ୍ୱାସ ବଢ଼ାଉଛି। ଭାରତ ଜାତୀୟ ନିରାପତ୍ତା ପ୍ରସଙ୍ଗରେ ଆପୋଷ ବୁଝାମଣା କରେ ନାହିଁ। ଯେତେବେଳେ ଆମ ସେନାର ଶକ୍ତି ବଢେ ସେତେବେଳେ ଆମେ ଅନୁଭବ କରୁ ଯେ ଠିକ୍ ରାସ୍ତାରେ ଅଛୁ। ସେ କହିଛନ୍ତି ଯେ ଖୁସି ଲାଗେ ଯେତେବେଳେ ଲୋକମାନେ ଧନ୍ୟବାଦ ଦିଅନ୍ତି ଦୀର୍ଘ ୭୦ ବର୍ଷ ପରେ ପ୍ରଥମ ଥର ପାଇଁ ସେମାନଙ୍କ ଗାଁରେ ବିଜୁଳି ପହଞ୍ଚିଛି। ସେମାନଙ୍କ ପୁଅ ଓ ଝିଅ ପଙ୍ଖା ତଳେ ବସି ପାଠ ପଢୁଛନ୍ତି। ଗାଁର ପକ୍କା ରାସ୍ତା ସହ ସହର ସହିତ ସଂଯୁକ୍ତ ହୋଇଛି। ସ୍ୱାଧୀନତାର ସାତ ଦଶନ୍ଧିରେ କେବଳ ତିନି କୋଟି ଗାଁରେ ପାଣି ସଂଯୋଗ ହୋଇଥିଲା। କିନ୍ତୁ ଗତ ୨୧ ମାସ ମଧ୍ୟରେ ତାଙ୍କ ସରକାର ସାଢ଼େ ଚାରି କୋଟି ଘରକୁ ବିଶୁଦ୍ଧ ଜଳ ସଂଯୋଗ ଦେଇଛନ୍ତି। ଏଥିମଧ୍ୟରୁ ୧୫ ମାସ କରୋନାକାଳ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯେ ‘ଆୟୁଷ୍ମାନ ଭାରତ ଯୋଜନା’ ଜରିଆରେ ଦେଶକୁ ଏକ ନୂଆ ବିଶ୍ୱାସ ଆସିଛି, ଯେତେବେଳେ ଜଣେ ଚିକିତ୍ସିତ ହୋଇ ଘରକୁ ଫେରନ୍ତି ସେତେବେଳେ ପରିବାର ଲୋକେ ଅନୁଭବ କରନ୍ତି ଯେ ଏହା ତାଙ୍କୁ ଏକ ନୂଆ ଜୀବନ ଦେଇଛି। ସେହିପରି ଏବେ ଦେଶର କୋଣ ଅନୁକୋଣରେ ଡିଜିଟାଲ ନେଣଦେଣ ହୋଇପାରୁଛି ବୋଲି କହିଛନ୍ତି। କରୋନା ମହାମାରୀ ବେଳେ ଏହି ଡିଜିଟାଲ ପେମେଣ୍ଟ ବହୁତ ଲାଭ ଦାୟକ ସାବ୍ୟସ୍ତ ହୋଇଛି ବୋଲି ସେ କହିଛନ୍ତି। ଉତ୍ତର-ପୂର୍ବରୁ କଶ୍ମୀର ପର୍ୟ୍ୟନ୍ତ ଶାନ୍ତି ଏବଂ ବିକାଶର ଏକ ନୂତନ ଆତ୍ମବିଶ୍ୱାସ ସୃଷ୍ଟି ହୋଇଛି। ଆମେ ଅନେକ ସାଟେଲାଇଟ୍ ଉତକ୍ଷେପଣ କରି ରେକର୍ଡ ତିଆରି କରିଛୁ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!