Monday, June 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମଡେଲ ସିଲାବସ୍ ପ୍ରଚଳନ ଓ ପରୀକ୍ଷାରେ ସଂସ୍କାର ଅଣାଯାଇଛି: ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ ସାହୁ

by ସଞ୍ଜୟ ସ୍ୱାଇଁ
July 23, 2021
in Education, State
ମଡେଲ ସିଲାବସ୍ ପ୍ରଚଳନ ଓ ପରୀକ୍ଷାରେ ସଂସ୍କାର ଅଣାଯାଇଛି:  ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ ସାହୁ
65
VIEWS
Share on FacebookShare on Twitter

ଭୁବନେଶ୍ୱର (ବାଘୁଆବାର୍ତ୍ତା): ରାଜ୍ୟରେ ଉଚ୍ଚଶିକ୍ଷାକୁ ବିଶ୍ୱସ୍ତରୀୟ କରି ଛାତ୍ରଛାତ୍ରୀଙ୍କୁ ଅଧିକ ଦକ୍ଷ କରି ଗଢି ତୋଳିବା ପାଇଁ ନିରନ୍ତର ପ୍ରୟାସର ଆବଶ୍ୟକତା ରହିଛି । ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ବିଭିନ୍ନ ସଂସ୍କାର ଓ ଗଠନ ମୂଳକ କାର୍ଯ୍ୟକ୍ରମ ଗ୍ରହଣ କରି ଉଚ୍ଚଶିକ୍ଷାର ବିକାଶ ଦିଗରେ ମହତ୍ୱପୂର୍ଣ୍ଣ ଯୋଗଦାନ କରିଛି ବୋଲି କୃଷି ଓ କୃଷକ ଶସକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ କହଛନ୍ତି । ଆଜି ଲୋକସେବା ଭବନର କନ୍ଭେନ୍ସନ୍ ସେଂଟର ଠାରେ ଆୟୋଜିତ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଚତୁର୍ଥ ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଡଃ ସାହୁ କହିଲେ ଉଚ୍ଚଶିକ୍ଷା ପରିଷଦ ଦ୍ୱାରା ରାଜ୍ୟରେ ମଡେଲ ସିଲାବସ୍ ପ୍ରଚଳନ ସହିତ ପରୀକ୍ଷାରେ ସଂସ୍କାର ଆଣିବା ଉଲ୍ଲେଖନୀୟ ପଦକ୍ଷେପ । ଏଥିସହିତ ଏକକ ପିଜି ପ୍ରବେଶିକା ପରୀକ୍ଷା କରାଯାଇ ପିଜି ପାଠ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ନାମଲେଖା କୋଭିଡ ମହାମାରୀ ସମୟରେ ଏକ ବଡ ଉପଲବ୍ଧ ଥିଲା । ପରୀକ୍ଷା ପରିଚାଳନାରେ ସଂସ୍କାର ସହିତ ପ୍ରଶ୍ନବ୍ୟାଙ୍କ ପ୍ରସ୍ତୁତି ଛାତ୍ରଛାତ୍ରୀ ତଥା ଅଧ୍ୟାପକ ମାନଙ୍କ ପରୀକ୍ଷା ପ୍ରସ୍ତୁତିରେ ସହାୟକ ହେବ ବୋଲି ମନ୍ତ୍ରୀ ଡଃ ସାହୁ କହିଥିଲେ । ଏଥି ସହିତ ଉଚ୍ଚଶିକ୍ଷା କ୍ଷେତ୍ରରେ ଗବେଷଣାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ “ଓଡ଼ିଶା ବିଶ୍ୱବିଦ୍ୟାଳୟ ଅନୁସନ୍ଧାନ ଓ ଅଭିନବୀକରଣ ପ୍ରୋତ୍ସାହନ ଯୋଜନା”କୁ କାର୍ଯ୍ୟାକାରୀ କରିବା ଦିଗରେ ଉଚ୍ଚଶିକ୍ଷା ପରିଷଦର ମହତ୍ୱପୂର୍ଣ୍ଣ ଯୋଗଦାନ ରହିଛି ବୋଲି ମନ୍ତ୍ରୀ ଡଃ ସାହୁ କହିଥିଲେ । ଏହି ଯୋଜନାରେ ସଂପ୍ରତି ଦୁଇଟି ବ୍ୟାଚ୍ ର ୭୭ ଜଣ ଯୁବ ଅଧ୍ୟାପକ ଓ ୩୦ ଜଣ ରିସର୍ଚ୍ଚ ଫେଲୋ କାର୍ଯ୍ୟ କରୁଛନ୍ତି । ଯୋଜନାରେ ରାଜ୍ୟ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଯୁବ ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ ଗବେଷଣା ନିମନ୍ତେ ଦୁଇ ବର୍ଷ ନିମନ୍ତେ ୫ ଲକ୍ଷ ଟଙ୍କା ସିଡ ଫଣ୍ଡ ପ୍ରଦାନ ଓ ଏନଇଟିରେ ଚୟନ ହୋଇଥିବା ଓ ରାଜ୍ୟ ବିଶ୍ୱବିଦ୍ୟାଳୟ କିମ୍ବା ଶିକ୍ଷାନୁଷ୍ଠାନରେ ପୂର୍ଣ୍ଣକାଳୀନ ଗବେଷଣାରତ ଛାତ୍ରଛାତ୍ରୀଙ୍କ ପିଏଚଡି ନିମନ୍ତେ ମାସିକ ୧୫ ହଜାର ଟଙ୍କା ୪ ବର୍ଷ ନିମନ୍ତେ ପ୍ରଦାନ କରାଯାଉଛି ବୋଲି ଡଃ ସାହୁ କହିଥିଲେ । ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକ ଯେପରି ନାକ୍ ମାନ୍ୟତା ଓ ଏନ.ଆଇ.ଆର.ଏଫ ର୍ୟାଙ୍କ ସହଜରେ ପାଇପାରିବେ ସେ ଦିଗରେ ଉଚ୍ଚଶିକ୍ଷା ପରିଷଦ ପକ୍ଷରୁ ଗଠନମୂଳକ ପଦକ୍ଷେପ ନିଆଯାଉଛି । ଏଥିସହିତ କାଉନ୍ସିଲ୍ ଦ୍ୱାରା ଏକାଡେମିିକ ଅଡିଟ୍, ଦୀର୍ଘକାଳୀନ ସୂତ୍ରରେ ଶିକ୍ଷାନୁଷ୍ଠାନର ଉନ୍ନତି କରିବା ଦିଗରେ ଯୋଜନା ପ୍ରସ୍ତୁତ ଓ ପ୍ରଣୟନ ଆଦି ବିଷୟରେ ପରିଷଦ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ ଡଃ ସାହୁ କହିଥିଲେ । ଏଥିସହିତ ସମୟର ଆବଶ୍ୟକତା ଅନୁଯାୟୀ ୟୁଜି ଓ ପିଜି ପାଠ୍ୟକ୍ରମ ଓ ପରୀକ୍ଷା ପରିଚାଳନାରେ ନିରନ୍ତର ସଂସ୍କାରର ଆବଶ୍ୟକତା ରହିଛି ଓ ଏହାକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ପରିଷଦ ପକ୍ଷରୁ ପଦକ୍ଷେପ ନିଆଯାଉଛି ବୋଲି ଡଃ ସାହୁ କହିଥିଲେ । ବୈଠକରେ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର କହିଲେ ପରିବର୍ତିତ ପାଠ୍ୟକ୍ରମ ଅନୁଯାୟୀ ଅଧ୍ୟାପକମାନଙ୍କୁ ପ୍ରଶିକ୍ଷଣର ବ୍ୟବସ୍ଥା କରାଯାଇଛି । ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ ଦାସ କହିଲେ ଉଚ୍ଚଶିକ୍ଷା ପରିଷଦର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦୃଷ୍ଟିରେ ରଖି ପରିଷଦକୁ ଅଧିକ ସୁଦୃଢ ଓ କ୍ରିୟାଶୀଳ କରାଯାଇଛି । ପ୍ରାରମ୍ଭରେ ପରିଷଦର ସଦସ୍ୟ ସଚିବ ଶ୍ରୀ ସିଦ୍ଧାର୍ଥ ଧଳ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ପ୍ରଚଳିତ ପାଠ୍ୟସୂଚୀରେ ବିପର୍ଯ୍ୟୟ ଓ ମହାମାରୀ ପରିଚାଳନା ବିଷୟକୁ ସାମିଲ କରିବା ପାଇଁ ଓଡ଼ିଶା ସରକାରଙ୍କ କ୍ୟାବିନେଟ ବୈଠକ ନିଷ୍ପତି ଅନୁଯାୟୀ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଦ୍ୱାରା ସ୍ନାତକ ସ୍ତରରେ “ପରିବେଶ ଶିକ୍ଷା ଓ ବିପର୍ଯ୍ୟୟ ପରିଚାଳନା” ପାଠ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ଏହାକୁ ଆଜି ଆନୁଷ୍ଠାନିକ ଭାବେ ସ୍ନାତକ ସ୍ତରରେ ପ୍ରଚଳନ କରାଯାଇଛି । ଏହି ପରିବର୍ତିତ ସିଲାବସ୍ଟି ଏକ ବାଧ୍ୟତା ମୂଳକ ପାଠ୍ୟକ୍ରମ ଯାହାକି କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଯୁକ୍ତ ୩ର ପ୍ରଥମ ବର୍ଷ ପ୍ରଥମ ସେମିଷ୍ଟାରରେ ପଢାଯିବ । ଏହି ପାଠ୍ୟକ୍ରମ ବାଧ୍ୟତାମୂଳକ ବିଷୟ ଭାବେ ପ୍ରଚଳନ କରିବା ଦ୍ୱାରା ରାଜ୍ୟର ବିପର୍ଯ୍ୟୟ ଓ ମହାମାରୀ ପରିଚାଳନା କ୍ଷେତ୍ର ଅଧିକ ମଜ୍ବୁତ୍ ହେବ ଏବଂ ରାଜ୍ୟର ବିପର୍ଯ୍ୟୟ ଓ ମହାମାରୀ ପରିଚାଳନା କ୍ଷେତ୍ରରେ ଅଧିକ ଜ୍ଞାନ ଅର୍ଜନ କରିବାରେ ଓ ଦକ୍ଷତାର ସହିତ ମୁକାବିଲା କରିବାରେ ସହାୟକ ହେବ ବୋଲି ମନ୍ତ୍ରୀ ଡଃ ସାହୁ କହିଥିଲେ । ବୈଠକରେ ପରିଷଦର ସମସ୍ତ ସଭ୍ୟ ଏବଂ କୁଳପତିମାନେ ଯୋଗଦାନ କରିଥିଲେ ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!