Thursday, May 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଘରେ ଥିବା ଅବ୍ୟବହୃତ ମୋବାଇଲ ଫୋନକୁ ଦେବାକୁ ଅନୁରୋଧ କଲା ପୁଲିସ

by ସଞ୍ଜୟ ସ୍ୱାଇଁ
July 2, 2021
in Feature News
ଘରେ ଥିବା ଅବ୍ୟବହୃତ ମୋବାଇଲ ଫୋନକୁ ଦେବାକୁ ଅନୁରୋଧ କଲା ପୁଲିସ
466
VIEWS
Share on FacebookShare on Twitter

ରାଞ୍ଚି,(ବାଘୁଆବାର୍ତ୍ତା): କରୋନା ମହାମାରୀ ଯୋଗୁଁ ଶିକ୍ଷାନୁଷ୍ଠାନ ବନ୍ଦ ଥିବାବେଳେ ଏବେ ପିଲାମାନେ ଅନଲାଇନରେ ପାଠ ପଢୁଛନ୍ତି | ମୋବାଇଲ ବା ଲାପଟପ ମାଧ୍ୟମରେ ପିଲାମାନଙ୍କୁ ଅନଲାଇନ ଶିକ୍ଷା ଦିଆଯାଉଥିବାବେଳେ ଏମିତି ଅନେକ ପିଲା ଅଛନ୍ତି ଯାହାଙ୍କ ପାଖରେ ମୋବାଇଲ ଫୋନ ଖଣ୍ଡେ ମଧ୍ୟ ନାହିଁ | ଆଉ ଏହି ପିଲାମାନେ ଅନଲାଇନ ଶିକ୍ଷାଦାନରୁ ବଂଚିତ ରହୁଛନ୍ତି | ଏଭଳି ପିଲାମାନଙ୍କୁ ଅନଲାଇନ ଶିକ୍ଷା ଉପଲବ୍ଧ କରାଇବା ପାଇଁ ଝାଡ଼ଖଣ୍ଡ ପୁଲିସ ଏବେ ଏକ ଭିନ୍ନ ଉଦ୍ୟମ କରିଛି | ରାଜ୍ୟରେ ସରକାରୀ ବିଦ୍ୟାଳୟରେ ପ୍ରାୟ ୪୦ ଲକ୍ଷ ଗରିବ ପିଲା ଅଧ୍ୟୟନ କରୁଛନ୍ତି, ଯେଉଁମାନଙ୍କ ପାଖରେ ମୋବାଇଲ୍, ଲାପଟପ୍ ଭଳି ଡିଜିଟାଲ୍ ଉପକରଣ ନାହିଁ | ଗତ ଦେଢ଼ ବର୍ଷ ଧରି ସେମାନଙ୍କ ଅଧ୍ୟୟନ ବାଧାପ୍ରାପ୍ତ ହୋଇଛି। ଏହିପରି ଗରିବ ପିଲାମାନଙ୍କର ଅନଲାଇନ୍ ଶିକ୍ଷା ପାଇଁ ଝାଡ଼ଖଣ୍ଡ ପୁଲିସ, କମ୍ୟୁନିଟି ପୁଲିସିଙ୍ଗ ଅଧୀନରେ ଏକ ନୂତନ ପଦକ୍ଷେପ ଆରମ୍ଭ କରିଛି। ଡିଜିପି ନୀରଜ ସିହ୍ନା ସମସ୍ତ ଜିଲ୍ଲାର ଏସପିମାନଙ୍କୁ ସାଧାରଣ ଲୋକଙ୍କୁ ସଚେତନ କରାଇବା ଏବଂ ସେମାନଙ୍କ ପୁରୁଣା ସ୍ମାର୍ଟଫୋନକୁ ପୁଲିସକୁ ଦାନ କରିବାକୁ ଉତ୍ସାହିତ କରିବା ପାଇଁ ପରାମର୍ଶ ଦେଇଛନ୍ତି | ଯାହା ଦ୍ୱାରା ପୁରୁଣା ମୋବାଇଲ ଗରିବ ପିଲାମାନଙ୍କ ନିକଟରେ ପହଂଚିପାରିବ। ଡିଜିପି କହିଛନ୍ତି ଯେ ପ୍ରାୟତଃ ଲୋକମାନେ ସେମାନଙ୍କର ସ୍ମାର୍ଟଫୋନ୍, ଲାପଟପ୍ କିଛି ବର୍ଷ ବା ମାସ ବ୍ୟବହାର କରିବା ପରେ ନୂଆ ଫୋନ କିଣନ୍ତି | ପୁରୁଣା ଫୋନଗୁଡିକ ପ୍ରାୟତଃ ଘରେ ଅବହେଳିତ ହୋଇ ରହିଥାଏ | ତେବେ ଏହି ଫୋନଗୁଡିକୁ ଦେବା ଦ୍ୱାରା ପିଲାମାନଙ୍କର ଅନଲାଇନ ଶିକ୍ଷା ସମସ୍ୟା ଦୂର ହୋଇପାରନ୍ତା |

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!