ଭୁବନେଶ୍ୱର (ବାଘୁଆବାର୍ତ୍ତା): ରାଜଧାନୀରେ ଚାଞ୍ଚଲ୍ୟ । ମୋବାଇଲ ଗେମ ଜଣେ ଛାତ୍ରଙ୍କ ଜୀବନ ନେଇଛି । ମୃତ ଛାତ୍ର ଜଣଙ୍କ ହେଉଛନ୍ତି ସତ୍ୟନଗର ରାଜକୁମାର ବସ୍ତିରେ ରହୁଥିବା ଦିଲ୍ଲୀପ ରାଉତରାୟଙ୍କ ପୁଅ ଯଶବନ୍ତ ରାଉତରାୟ(୧୨) । ଖାରବେଳଗନର ଥାନା ପୁଲିସ ଯଶବନ୍ତଙ୍କ ଝୁଲନ୍ତା ମୃତଦେହ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ଶବ ବ୍ୟବଛେଦ କରାଇ ପୁଲିସ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଯଶବନ୍ତ ବ୍ୟବହାର କରୁଥିବା ମୋବାଇଲକୁ ପୁଲିସ ଜବତ କରି ଅଧିକ ତଦନ୍ତ ଚଳାଇଛି । ଖାରବେଳ ନଗର ଥାନା ଦାୟିତ୍ୱରେ ଥିବା ଏସିପି ଅରୁଣ ସ୍ୱାଇଁଙ୍କ ସୂଚନା ଅନୁଯାୟୀ, ଯଶବନ୍ତ ରାଜଧାନୀରେ ଏକ ଘରୋଇ ଇଂଲିଶ ମିଡିୟମ ଷ୍ଣାଣ୍ଡାର୍ଡ-୮ର ଛାତ୍ର । ସେ ମେଧାବୀ । ତାଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ, ଯଶବନ୍ତ ଅନ ଲାଇନ କ୍ଳାସ କରୁଥିଲେ । ଏଥିସହ ଅଧିକାଂଶ ସମୟରେ ସେ ମୋବାଇଲ ଧରି ଅଲଗା ରହୁଥିଲେ । ଗତକାଲି ରାତିରେ ଯଶବନ୍ତ ଖାଇପିଇ ତାଙ୍କ ରୁମକୁ ଯାଇଥିଲେ । ରାତିରେ ସେ ମୋବାଇଲରେ କ’ଣ ଖେଳୁଥିଲେ । ସକାଳଳେ ଯଶବନ୍ତ ଉଠିବାକୁ ଡେରି କରିବାରୁ ପରିବାର ଲୋକେ ଯାଇ କବାଟ ବାଡ଼େଇଥିଲେ । ସେ ନ ଉଠିବାରୁ କବାଟ ଭାଙ୍ଗି ଦେଖିବା ବେଳକୁ ଯଶବନ୍ତଙ୍କ ମୃତଦେହ ଝୁଲୁଥିଲା । ସେ ଏକ ଗାମୁଛାକୁ ବେକରେ ଗୁଡାଇ ଆଜବେଷ୍ଟସ ଆଙ୍ଗଲରେ ବାନ୍ଧି ଆତ୍ମହତ୍ୟା କରିଥିଲେ । ଖବରପାଇ ପୁଲିସ ପହଞ୍ଚି ଯଶବନ୍ତଙ୍କ ଝୁଲନ୍ତା ମୃତଦେହ ଜବତ କରିଥିଲା । ତେବେ ଯଶବନ୍ତ ମୋବାଇଲରେ କେଉଁ ଗେମ ଖେଳୁଥିଲେ ତାହା ସ୍ପଷ୍ଟ ଜଣା ପଡିନାହିଁ । ବ୍ଲୁ-ହ୍ୱେଲ ଓ ମୋମୋ ଚ୍ୟାଲେଞ୍ଜ ଗେମ ବ୍ୟାନ ହୋଇଥିବା ବେଳେ ଯଶବନ୍ତ ମୋବାଇଲରେ କେଉଁ ଗେମ ଖେଳୁଥିଲେ ଯେ, ଶେଷରେ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ ତାକୁ ନେଇ ପରିବାର ଲୋକେ ସନ୍ଦେହରେ ରହିଛନ୍ତି । ପୁଲିସ ମୋବାଇଲକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି ।






