ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଟାଉନ ଥାନା ପୁଲିସକୁ ମିଳିଛି ବଡ଼ ସଫଳତା । ବିଭିନ୍ନ ସ୍ଥାନରେ ଲୁଟ କରୁଥିବା ଯୁବକକୁ ଗିରଫ କରିବାରେ ସଫଳ ହୋଇଛି ନୟାଗଡ଼ ଟାଉନ ଥାନା ପୁଲିସ । ସୁଚନାନୁସାରେ ନୟାଗଡ଼ ଇଟାମାଟି ଥାନା ଅନ୍ତର୍ଗତ ବାଲିକୁଦିଆ ଗ୍ରାମର ପ୍ରଭାକର ପ୍ରଧାନଙ୍କ ସ୍ତ୍ରୀ ଉର୍ମିଳା ପ୍ରଧାନ ନିଜ ସମ୍ପର୍କିୟ ନୟାଗଡ଼ ମେଡିକାଲରେ ପଡିଥିବା ସୁଚନା ପାଇ ଦେଖିବାକୁ ଆସିଥିଲେ । ମୋବାଇଲ ଫୋନରେ କଥା ହେଉଥିବା ବେଳେ ଜଣେ ଲୁଟେରା ତାଙ୍କ ମୋବାଇଲ ଫୋନକୁ ଛଡାଇ ନେଇଥିଲେ । ଏ ସମ୍ପର୍କରେ ନୟାଗଡ଼ ଟାଉନ ଥାନାରେ ୨୪୭/୨୦୨୪ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଇଥିଲା । ନୟାଗଡ଼ ସହରର ରାମେଶ୍ୱର ସାହିରେ ରହୁଥିବା କୈଳାସ ଆଚାରିଙ୍କ ପୁଅ କାଳିଆ ଆଚାରିକୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି । ଏଥି ସହିତ ତାଙ୍କ ଠାରୁ ୬ ଗୋଟି ଚୋରା ସାଇକେଲ ଜବତ ହେବା ସହ ଗୋଟିଏ ମୋବାଇଲ ଫୋନ ଜବତ କରାଯାଇଛି ।