ନୟାଗଡ଼,(ବାଘୁଆବାର୍ତ୍ତା): ସ୍ବର୍ଗତ ଶିକ୍ଷକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ପରିବାର ଆଜି ମୋ ସ୍କୁଲ ଅଭିଯାନ ଜରିଆରେ ବିଦ୍ୟାଳୟର ଉନ୍ନତୀକରଣ ପାଇଁ ୫ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ପତ୍ନୀ ସୁଜାତା ମହାପାତ୍ର ଓ ତାଙ୍କର ୪ ଝିଅ ମିତାସ୍ମିତା ମହାପାତ୍ର, ମୋନାଲିସା ମହାପାତ୍ର, ସମାପିକା ମହାପାତ୍ର ଓ ସ୍ଵାଗତିକା ମହାପାତ୍ର ଆଜି ନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅକୃର ବାରିକ, ଜିଲ୍ଲା ବିଜ୍ଞାନ ନିରିକ୍ଷକ ଶରତ କୁମାର ସାହୁ ଓ ଦେବାଶିଷ ଆଚାର୍ୟ ମୋ ସ୍କୁଲ ସଂଯୋଜକଙ୍କ ଉପସ୍ଥିତିରେ ଖଣ୍ଡୁଗାଁ ଉଚ୍ଚ ବିଦ୍ୟାଳୟ ଉନ୍ନତୀ କରଣ ପାଇଁ ସହାୟତା ରାଶି ପ୍ରଦାନ କରିଥିବା ସୂଚନା ମିଳିଛି । ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଗୃହ ନିର୍ମାଣ ନିମନ୍ତେ ଏହି ସହାୟତା ପ୍ରଦାନ କରାଯାଇଥିବା ଜଣାଯାଇଛି । ଏଣୁ ଏହି ବଦାନ୍ୟ ମହିଳାମାନଙ୍କୁ ମୋ ସ୍କୁଲ ଅଭିଯାନ ତଥା ଜିଲ୍ଲା ଶିକ୍ଷା କାର୍ୟାଲୟ ତରଫରୁ ଅଶେଷ ଧନ୍ୟବାଦ ପ୍ରଦାନ କରାଯାଇଛି ।





