ନୟାଗଡ଼,(ବାଘୁଆବାର୍ତ୍ତା): ମୋ ସ୍କୁଲ ଅଭିଯାନରେ ସାମିଲ ହୋଇ ଜଣେ ଜଣେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ୩ ଲକ୍ଷ ଟଙ୍କା ଦାନ କରିଛନ୍ତି । ସୂଚନାନୁସାରେ, ରଣପୁର ବିସି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ମଦନମୋହନ ନନ୍ଦ ତାଙ୍କର ଅବସର ଗ୍ରହଣ ପରେ ମିଳିଥିବା ସହାୟତା ରାଶି ୩ ଲକ୍ଷ ଟଙ୍କା ରଣପୁର ବ୍ଲକ ପାମ୍ପଡ଼ା ପ୍ରାଥମିକ ବିଦ୍ୟାଳୟର ଉନ୍ନତୀ ପାଇଁ ଦାନ କରିଛନ୍ତି । ମୋ ସ୍କୁଲ ଅଭିଯାନରେ ସାମିଲ ହୋଇ ସେ ଏହି ଅର୍ଥ ପୁତ୍ର ଦୟାନିଧି ରାୟଗୁରୁଙ୍କ ଜରିଆରେ ଜିଲ୍ଲାପାଳଙ୍କ ନିକଟକୁ ପଠାଇଥିବା ସୂଚନା ମିଳିଛି । ଏହି ସମୟରେ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ପୋମା ଟୁଡୁ, ରଣପୁର ବ୍ଲକ ଶିକ୍ଷା ଅଧିକାରୀ ରôତାକର ପାଣି ପ୍ରମୂଖ ଉପସ୍ଥିତ ଥିଲେ ।






