ନୟାଗଡ଼,(ବାଘୁଆବାର୍ତ୍ତା): ସାରା ରାଜ୍ୟରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୋ କଲେଜ ଅଭିଯାନର ପୋର୍ଟାଲକୁ ଶୁଭାରମ୍ଭ କରିଛନ୍ତି । ମୋ କଲେଜ ଅଭିଯାନ ଅଧ୍ୟକ୍ଷ ଆକାଶ ଦାଶ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫ଟି ସଚିବ ଭି.କେ ପାଣ୍ଡିଆନ୍, ବିଭାଗୀୟ ସଚିବ ଶାସ୍ୱତ ମିଶ୍ର ପ୍ରମୂଖ ଯୋଗ ଦେଇଥିବା ବେଳେ ବହୁ ପୁରାତନ ଛାତ୍ରଛାତ୍ରୀ ଏଥିରେ ସାମିଲ ହୋଇଥିଲେ । ରାଜ୍ୟର ୭୫୫ଟି କଲେଜରେ ଭିସି ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଅଭିଭାଷଣରେ ଏହି ପୋର୍ଟାଲକୁ ଉନ୍ମୋଚନ କରି ମୁଁ ବହୁତ ଖୁସି ବୋଲି ବକ୍ତବ୍ୟ ରଖିଥିଲେ । ବିଭାଗୀୟ ମନ୍ତ୍ରୀ ଅତିତକୁ ଫେରିବା ପାଇଁ ଏହା ଏକ ସୁଯୋଗ, ଏହା ଦ୍ୱାରା ସମସ୍ତଙ୍କର ଅବଦାନ, ଯୋଗଦାନ, କଲେଜ ଗୁଡ଼ିକର ବିକାଶ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହା ଏକ ଅଭିନବ ପରିକଳ୍ପନା । ସାରା ଭାରତ ବର୍ଷରେ ଏହା ହେଉଛି ପ୍ରଥମ ଘଟଣା । ସାରା ଜୀବନ ଯେଉଁ କଲେଜ ସହିତ ଯୋଡ଼ି ହୋଇଛେ ଏବେ ତାହାର ଦାୟିତ୍ୱ ନେବାକୁ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ସାହୁ ବକ୍ତବ୍ୟରେ କହିଥିଲେ । କଲେଜର ଖେଳପଡ଼ିଆ, ଲାଇବ୍ରେରୀ ଗୃହ, କ୍ୟାଣ୍ଟିନ୍, ହଷ୍ଟେଲ ଜୀବନ ଆଜି କାହିଁକି ଭାରି ମନେ ପଡ଼ୁଛି ବୋଲି କହିଥିଲେ । ମୋ କଲେଜ ଆମକୁ ଦେବ ସମ୍ମାନ ବୋଲି ମନ୍ତ୍ରୀ କହିଥିଲେ । ବିଭାଗୀୟ ସଚିବ ଧନ୍ୟବାଦ ଅର୍ପଣ କରିଥିଲେ । ସେହିଭଳି ଭାବେ ନୟାଗଡ଼ ସ୍ୱଂୟ ଶାସିତ ମହାବିଦ୍ୟାଳୟରେ ଏକ ସଭା ଅନୁଷ୍ଠିତ ହୋଇ ଏହି ଅଭିଯାନକୁ ଆରମ୍ଭ କରାଯାଇଛି । ନୟାଗଡ଼ ସ୍ୱଂୟ ଶାସିତ ମହବିଦ୍ୟାଳୟ ଅଧ୍ୟକ୍ଷ ସୁରେଶ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ସମାଜେସବୀ ପ୍ରମୋଦ ପଟ୍ଟନାୟକ, ସମାଜେସବୀ ଅରୁଣ ମହାନ୍ତି, ମୋ କଲେଜ ସଂଯୋଜକ ଗଣେଶ ମିଶ୍ର, ଇଟାମାଟି ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଶୋକ କୁମାର ନାୟକ, ପୂର୍ବତନ ନଗରପାଳ ଗୁରୁପ୍ରସାଦ ଜେନା ପ୍ରମୂଖ ଯୋଗ ଦେଇ ମହାବିଦ୍ୟାଳୟର କିଭଳି ବିକାଶ ଓ ଉନ୍ନତୀ କରାଯିବ ସେ ନେଇ ଆଲୋଚନା କରିଥିଲେ ।






