Sunday, September 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମୋ ବସ ଦୁର୍ଘଟଣାରେ ୧ ମୃତ

by ସଞ୍ଜୟ ସ୍ୱାଇଁ
February 17, 2025
in Accident, State
ମୋ ବସ ଦୁର୍ଘଟଣାରେ ୧ ମୃତ
66
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଡିଏନ୍ ରେଗାଲିଆ ମଲ୍ ନିକଟ ପାତ୍ରପଡ଼ା ଓଭରବ୍ରିଜରେ ମୋ ବସ୍ ଦୁର୍ଘଟଣା ଘଟଣା। ଦୁଇକୁ ବଢ଼ିଲା ମୃତ୍ୟୁ ସଂଖ୍ୟା। ଏମ୍‌ସ୍ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ମହିଳା। ମୃତକଙ୍କ ଘର ଫୁଲବାଣୀ ହୋଇଥିବା ବେଳେ ସେ ଭୁବନେଶ୍ବରରେ ରହୁଥିଲେ। ଶୁକ୍ରବାର ରାତିରେ ଡିଏନ୍ ରେଗାଲିଆ ମଲ୍ ନିକଟ ପାତ୍ରପଡ଼ା ଓଭରବ୍ରିଜ୍ ଆରମ୍ଭରୁ ଛିଡ଼ା ହୋଇଥିଲେ ୮-୧୦ ଲୋକ । ନାଇଟ୍ କୋଚ ବସ୍‌କୁ ଅପେକ୍ଷା କରିଥିଲେ ସଭିଏଁ । ଖଣ୍ଡଗିରି ଆଡୁ଼ ଦ୍ରୁତଗତିରେ ମାଡି଼ ଆସିଲା ଏକ ‘ମୋ ବସ୍’ । ୪ଜଣଙ୍କ ଉପରେ ସିଧା ଚଢ଼ିଗଲା । ଲୋକମାନେ ହୋ ହଲ୍ଲା କରିବାରୁ ବସ୍ର ସ୍ପିଡ୍ ଆହୁରି ବଢ଼ିଲା । ଏକ ସ୍କୁଟିକୁ ଦେଢ଼ କିମି ଯାଏଁ ଘୋଷାଡି଼ ନେଲା । ଆଉ ପ୍ରାୟ ୧୦ କିମି ପିଛା କରିବା ପରେ ବସ୍‌କୁ ଅଟକାଇଲେ ଲୋକେ । ଘଟଣାସ୍ଥଳରେ ହିଁ ମହିଳାଙ୍କ ମୃତ ଘଟିଛି । ମହିଳାଙ୍କ ସ୍ୱାମୀ ସମେତ ଅନ୍ୟ ୩ଜଣ ଗୁରୁତର ଆହତ ହୋଇଥିଲେ। ସମସ୍ତଙ୍କୁ ଉଦ୍ଧାର କରାଯାଇ ଏମ୍‌ସ୍ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଆଜି ଚିକିତ୍ସାଧିନ ଅବସ୍ଥାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଏବେ ବି ଆହୁରି ୨ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସା ଜାରି ରହିଛି। ଏହି ଘଟଣାରେ ଅଭିଯୁକ୍ତ ବସ୍ ଡ୍ରାଇଭରକୁ ଗିରଫ କରି ଜେଲ୍ ପଠାଇଛି ତମାଣ୍ଡୋ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!