ସ୍ୱାସ୍ଥ୍ୟ ସେବା ପାଇଁ ୪୦ ଲକ୍ଷ
ନୟାଗଡ଼, (ବାଘୁଆବାର୍ତ୍ତା) : ରାଜ୍ୟରେ କରୋନା ମହାମାରୀ କାୟା ବିସ୍ତାରି ଚାଲିଥିବା ନୟାଗଡ଼ ଜିଲ୍ଲାରେ ମଧ୍ୟ ଏହା ବ୍ୟାପକ ଭାବେ ବୃଦ୍ଧି ପାଇଛି । ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ୨ ହଜାର ମୁହାଁ ହୋଇଥିବା ଜଣାଯାଇଛି । ଏଭଳି ସ୍ଥିତିରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ତାଙ୍କର ଏମ୍ଏଲ୍ଏ ପାଣ୍ଠିକୁ ନିର୍ବାଚନ ମଣ୍ଡଳୀର ସ୍ୱାସ୍ଥ୍ୟ ସେବା ପାଇଁ ଉତ୍ସର୍ଗ କରିଛନ୍ତି । ଏନେଇ ବିଧାୟକ ନୟାଗଡ଼ ଜିଲ୍ଲାପାଳଙ୍କୁ ଏକ ଚିଠି ଲେଖିଥିବା ବେଳେ ୨୦୨୦-୨୧ ମସିହାର ବିଧାୟକ ପାଣ୍ଠି ଟଙ୍କାକୁ କରୋନା ମୁକାବିଲା ପାଇଁ ଖର୍ଚ୍ଚ କରିବା ପାଇଁ ଅନୁମୋଦନ କରିବାକୁ ପରାମର୍ଶ ଦେଇଛନ୍ତି । ନିର୍ବାଚନ ମଣ୍ଡଳୀରେ କରୋନା ମୁକାବିଲା କାର୍ଯ୍ୟରେ ଏହି ଅର୍ଥ ଖର୍ଚ୍ଚ କରିବାକୁ ବିଧାୟକ ଦେଇଥିବା ପ୍ରସ୍ତାବକୁ ନେଇ ଆଜି ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ଦଶପଲ୍ଲା, ଗଣିଆ ଏବଂ ନୂଆଗାଁ ବ୍ଲକରେ କରୋନା ମୁକାବିଲା ପାଇଁ ଏହି ଅର୍ଥ ଖର୍ଚ୍ଚ କରାଯିବ ବୋଲି ଜଣାଯାଇଛି ।





