Saturday, October 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମିସ୍ ୟୁନିଭର୍ସ ବ୍ୟୁଟି କଣ୍ଟେଷ୍ଟରେ ଭାଗ ନେଇପାରିବେ ବିବାହିତ ମହିଳା

by ସଞ୍ଜୟ ସ୍ୱାଇଁ
August 21, 2022
in WORLD
ମିସ୍ ୟୁନିଭର୍ସ ବ୍ୟୁଟି କଣ୍ଟେଷ୍ଟରେ ଭାଗ ନେଇପାରିବେ ବିବାହିତ ମହିଳା
70
VIEWS
Share on FacebookShare on Twitter

ନ୍ୟୁୟର୍କ, (ବାଘୁଆବାର୍ତ୍ତା): ମିସ୍ ୟୁନିଭର୍ସ ପ୍ରତିଯୋଗୀତାରେ ଏବେ ବିବାହିତ ମହିଳା ମଧ୍ୟ ଅଂଶଗ୍ରହଣ କରିପାରିବେ। ମିସ୍ ୟୁନିଭର୍ସ ସଂସ୍ଥା ଏହି ନିଷ୍ପତ୍ତି ନେଇଛନ୍ତି। ନିଷ୍ପତ୍ତି ଅନୁସାରେ ୨୦୨୩ରେ ଅନୁଷ୍ଠିତ ହେବାକୁ ଥିବା ୭୨ତମ ମିସ୍ ୟୁନିଭର୍ସ ପେଜେଣ୍ଟରେ ମା ଓ ବିବାହିତ ମହିଳାମାନଙ୍କୁ ସୌନ୍ଧର୍ୟ୍ୟ ପ୍ରତିଯୋଗୀତାରେ ଭାଗ ନେବାକୁ ଅନୁମତି ମିଳିବ। ତେବେ ଏପର୍ୟ୍ୟନ୍ତ ଏହି ପ୍ରତିଯୋଗୀତା କେବଳ ୧୮ରୁ ୨୮ ବର୍ଷ ଅବିବାହିତ ମହିଳାଙ୍କ ଲାଗି ଉଦ୍ଧିଷ୍ଟ ଥିଲା। ମିସ୍ ୟୁନିଭର୍ସ ପ୍ରତିଯୋଗୀତା ଲାଗି ପ୍ରାର୍ଥୀଙ୍କ ଅନୁନ୍ୟ ଯୋଗ୍ୟତା ୧୮ରୁ ୨୮ ବର୍ଷ ମଧ୍ୟରେ ହୋଇଥିବା ସହ ମହିଳା ସନ୍ତାନ ବିହୀନ ହୋଇଥିବେ। ଏଥିରେ ପ୍ରତିଯୋଗୀଙ୍କଠାରୁ ଏହା ମଧ୍ୟ ଆଶା କରାଯାଉଥିଲା ଯେ ସେମାନେ ଅବିବାହିତା ହୋଇଥାନ୍ତୁ। ତେବେ ଏକ ଇଣ୍ଟରନ୍ୟାସନାଲ ମେମୋ ଅନୁସାରେ ମହିଳାଙ୍କ ଜୀବନ ଉପରେ ତାଙ୍କର ଅଧିକାର ରହିବା ଦରକାର ବୋଲି କୁହାଯାଇଛି। ଏହା ଛଡା କୌଣସି ବ୍ୟକ୍ତିଙ୍କ ନିଷ୍ପତ୍ତି ତାଙ୍କ ସଫଳତା ରାସ୍ତାରେ ଯେପରି ପ୍ରତିବନ୍ଧକ ନ ହେଉ। ମିସ୍ ୟୁନିଭର୍ସ ୨୦୨୦ ବିଜେତା ଏଣ୍ଡ୍ରିଆ ମେଜା ଏହି ପରିବର୍ତ୍ତିତ ନିୟମକୁ ଉଚ୍ଚ ପ୍ରଶଂସା କରିଛନ୍ତି। ସମାଜ ଏବେ ବଦଳୁଛି, ମହିଳାମାନେ ଏପରି ପଦପଦବୀରେ ଅଧିଷ୍ଠିତ ହୋଇ ପାରୁଛନ୍ତି ଯାହା କେବେ ପୁଋଷଙ୍କ କ୍ଷେତ୍ର ଭାବେ ବିବେଚିତ ହେଉଥିଲା। ତେବେ ସମୟ ବଦଳିଥିବା ସହ ପେଜେଣ୍ଟ ମଧ୍ୟ ବଦଳିଛି ବୋଲି ମେଜା କହିଛନ୍ତି। ଏବେ ପ୍ରତିଯୋଗୀତା ପରିବାର ସମ୍ପନ୍ନ ମହିଳାଙ୍କ ଲାଗି ଉନ୍ମୁକ୍ତ ହୋଇଥିବା ସେ କହିଛନ୍ତି। ତେବେ ପ୍ରତିଯୋଗୀତାରେ ପରିବର୍ତ୍ତନକୁ ଏହା ସହ ସମ୍ପର୍କିତ କିଛି ଲୋକେ ବିରୋଧ କରୁଛନ୍ତି। ଏହା ଏପରି ଏକ ପ୍ରତିଯୋଗୀତା ଯେଉଁଥିରେ ଲୋକେ ଏହିପରି ଜଣେ ମହିଳାଙ୍କୁ ଦେଖିବାକୁ ଚାହାନ୍ତି ଯିଏ ସମ୍ପର୍କ ଲାଗି ଉପଲବ୍ଧ ଥିବେ ବୋଲି ସେମାନେ କୁହନ୍ତି । କାରଣ ପ୍ରତିଯୋଗୀତାରେ ଏପରି ଜଣେ ସୁନ୍ଦରୀ ତରୁଣୀ ହିଁ ବିଜେତା ହୋଇଥାନ୍ତି, ଯିଏ ବାହାରୁ ଏତେ ପରଫେକ୍ଟ ହୋଇଥାନ୍ତି ଯେ କେହି ତାଙ୍କ ସମକକ୍ଷ ମଧ୍ୟ ନଥାନ୍ତି ବୋଲି ବିରୋଧୀମାନେ କହୁଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!