Saturday, July 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମିସ୍‌ ଇଣ୍ଡିଆ ଚାର୍ମିଂ ଫେସ୍‌ ୨୦୨୧’ରେ ବ୍ରହ୍ମପୁରର ଦୁଇ ଭଉଣୀ

by ସଞ୍ଜୟ ସ୍ୱାଇଁ
October 3, 2021
in State
ମିସ୍‌ ଇଣ୍ଡିଆ ଚାର୍ମିଂ ଫେସ୍‌ ୨୦୨୧’ରେ ବ୍ରହ୍ମପୁରର ଦୁଇ ଭଉଣୀ
88
VIEWS
Share on FacebookShare on Twitter

ବ୍ରହ୍ମପୁର, (ବାଘୁଆବାର୍ତ୍ତା): ଗ୍ଲାମର୍‌ ଜଗତରେ ଚମକିବାରେ ଲାଗିଛନ୍ତି ରେଶମ ସହରର ସୁନ୍ଦରୀ । ମଡେଲିଂ ହେଉ କି ଅଭିନୟ, ଫ୍ୟାସନ୍‌ କୋରିଓଗ୍ରାଫି ହେଉ ବା ସୁନ୍ଦରୀ ପ୍ରତିଯୋଗିତା ଅଥବା ଫଟୋ ସୁଟ୍‌ଟ୍ଟ ବ୍ରହ୍ମପୁରର ବହୁ କିଶୋରୀ ଓ ଯୁବତୀ ଏ କ୍ଷେତ୍ରରେ ଅଗ୍ରଣୀ ହେଲେଣି । ବ୍ରହ୍ମପୁରର ଦୁଇ ଭଉଣୀ ରାଜସ୍ଥାନ ଜୟପୁରରେ ମିସ୍‌ ଇଣ୍ଡିଆ ୨୦୨୧ ଚାର୍ମିଂ ଫେସ୍‌ ସୋ’ରେ ନିଜର ଜଲୱା ଦେଖାଇଛନ୍ତି । ସାନ ଭଉଣୀ ଶିଳ୍ପା ନାୟକ ସୋ’ରେ କ୍ରାଉନ୍‌ ହାସଲ କରିଥିବା ବେଳେ ବଡ଼ ଭଉଣୀ ସନ୍ଧ୍ୟାରାଣୀ ନାୟକ ହାସଲ କରିଛନ୍ତି ବେଷ୍ଟ୍‌ ଡିଜାଇନର୍‌ ଆୱାର୍ଡ । ଉକ୍ତ ସୋ’ର ସମସ୍ତ ବିଜେତାଙ୍କ ପାଇଁ ସନ୍ଧ୍ୟାରାଣୀଙ୍କ ଡିଜାଇନ୍‌ କରାଯାଇଥିବା ଡ୍ରେସ୍‌ ବ୍ୟବହୃତ ହୋଇଥିଲା । ଗତ ୨୮ ଏବଂ ୨୯ରେ ହୋଇଥିବା ଏହି ସୋ’ର ତିନୋଟି କ୍ୟାଟେଗୋରୀ ଥିଲା ମିସ୍‌ ଇଣ୍ଡିଆ, ମିଷ୍ଟର୍‌ ଇଣ୍ଡିଆ ଓ ମିସେସ୍‌ ଇଣ୍ଡିଆ ଚାର୍ମିଂ ଫେସ୍‌ ୨୦୨୧ । ଦେଶର ବିଭିନ୍ନ ରାଜ୍ୟରୁ ପ୍ରାୟ ୪୦ ଯୁବତୀଙ୍କୁ ପଛରେ ପକାଇ ମିସ୍‌ ଇଣ୍ଡିଆ ଚାର୍ମିଂ ଫେସ୍‌ (ୱାର୍ଲ୍ଡ) ଟାଇଟଲ୍‌ ହାତେଇଥିଲେ ବ୍ରହ୍ମପୁରର ଶିଳ୍ପା । ଭୁବନେଶ୍ୱରର ସ୍ମୃତିରେଖା ହୋଇଛନ୍ତି ଟୁରିଜମ୍‌ ୱିନର୍‌ । ଉକ୍ତ ସୋ’ର ବିଭିନ୍ନ ବର୍ଗରେ ବିଜେତା ସମସ୍ତ ପ୍ରତିଯୋଗୀଙ୍କ ପାଇଁ ଶିଳ୍ପାଙ୍କ ବଡ଼ ଭଉଣୀ ସନ୍ଧ୍ୟାରାଣୀ ଡ୍ରେସ୍‌ ଡିଜାଇନ୍‌ କରିଥିଲେ । ଏଥିସହ ସେ ପାଇଛନ୍ତି ବେଷ୍ଟ୍‌ ଡିଜାଇନର୍‌ ଆୱାର୍ଡ । ରବିବାର ବିଶାଖାପାଟଣାରେ ହେବ ମିସ୍‌ ଭାଇଜାଗ୍‌ ସୁନ୍ଦରୀ ପ୍ରତିଯୋଗିତା । ସେଠାକୁ ମଧ୍ୟ ପ୍ରତିଯୋଗୀଙ୍କ ଡ୍ରେସ୍‌ ଡିଜାଇନ୍‌ ପାଇଁ ଆମନ୍ତ୍ରିତ ହୋଇଛନ୍ତି ସନ୍ଧ୍ୟାରାଣୀ । ସେମାନଙ୍କ ପରିବାର ଲୋକ ଆଇଆର୍‌ଇ କୃଷ୍ଣନଗରରେ ରହୁଛନ୍ତି । ଶିଳ୍ପାଙ୍କ ପ୍ରଥମ ତେଲୁଗୁ ଚଳଚ୍ଚତ୍ର ‘ହନିଟ୍ରାପ୍‌’ ନିକଟରେ ମୁକ୍ତିଲାଭ କରିଛି । ଏଥିରେ ନାୟକ ଭୂମିକାରେ ରିଶି କୁମାର ସହ ନାୟିକା ଅଛନ୍ତି ଶିଳ୍ପା ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!