Wednesday, February 11, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅଫିସ ବାହାରେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ

by ସଞ୍ଜୟ ସ୍ୱାଇଁ
February 16, 2025
in State
ଅଫିସ ବାହାରେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ
140
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଜରୁରି ସେବା ଯୋଗାଉଥିବା ୧୧୨ କେନ୍ଦ୍ର ବାହାରେ ଜଣେ ମହିଳା କର୍ମଚାରୀଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ଦୁଷ୍କର୍ମ ଉଦ୍ୟମର ଶିକାର ହୋଇଥିବା ଯୁବତୀ ମଞ୍ଚେଶ୍ୱର ଥାନାରେ ଏତଲା ଦେଇଛନ୍ତି । ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ମିଳିଥିବା ସୂଚନା ମୁତାବକ, ୧୧୨ କେନ୍ଦ୍ରରେ କାମ କରୁଥିବା ଜଣେ ଯୁବତୀ ଗତକାଲି ସକାଳ ୫ଟା ୪୫ରେ ଅଫିସ୍ ପାଖକୁ ଲାଗିଥିବା ପଛପଟ ରାସ୍ତାରେ ଆସୁଥିଲେ । ଏହି ସମୟରେ ଜଣେ ଯୁବକ ଏକ ବାଇକ୍‌ରେ ଆସି ତାଙ୍କୁ ଅକଟାଇ ବଳାତ୍କାର ଉଦ୍ୟମ କରିଥିଲେ । ଯୁବତୀ ଜଣଙ୍କ ଚିତ୍କାର କରିବାରୁ ଭୟରେ ଯୁବକ ଜଣଙ୍କ ସେଠାରୁ ଖସି ପଳାଇଥିଲେ । ଅଫିସ୍‌ରେ ପହଞ୍ଚିବା ପରେ ଯୁବତୀ ଜଣଙ୍କ ଘଟଣା ସଂପର୍କରେ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ଥାନାରେ ଏତଲା ଦେବେ ବୋଲି କହିଥିଲେ । ହେଲେ ବରିଷ୍ଠ ଅଧିକାରୀମାନେ ଯୁବତୀଙ୍କ ସାହସ ଦେବା ବଦଳରେ ଥାନାରେ ଏତଲା ନ ଦେବାକୁ ପ୍ରବର୍ତ୍ତାଇ ଥିଲେ ବୋଲି ଯୁବତୀ ଅଭିଯୋଗ କରିଛନ୍ତି । ତେବେ ଦ୍ୱନ୍ଦ୍ୱରେ ରହିବା ପରେ ଯୁବତୀ ଜଣଙ୍କ ଘର ଲୋକଙ୍କ ସହ କଥା ହୋଇଥିଲେ । ପରିବାର ଲୋକ ଏତଲା ଦେବାକୁ କହିବାରୁ ଶନିବାର ଯୁବତୀ ଜଣଙ୍କ ଡ୍ୟୁଟି ଆସି ଥାନାରେ ଏତଲା ଦେବେ ବୋଲି କହିଥିଲେ । ଅଫିସର ବରିଷ୍ଠ ଅଧିକାରୀମାନେ କିଛି ଉପାୟ ନ ପାଇ ଘଟଣା ବିଷୟରେ ପ୍ରଥମେ କଣ୍ଟ୍ରୋଲ ରୁମ ମୁଖ୍ୟଙ୍କୁ ଜଣାଇଥିଲେ । ତାଙ୍କ ଠାରୁ ଅନୁମତି ମିଳିବା ପରେ ଶନିବାର ଅପରାହ୍ଣରେ ଥାନାରେ ଏତଲା ଦେଇଥିଲେ ପୀଡ଼ିତା । ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । କାର୍ଯ୍ୟାଳୟ ନିକଟରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିଛି । ଡିସିପି ପିନାକ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୁଲିସ ଏହାର ତଦନ୍ତ କରୁଛି । ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଡିସିପି କହିଛନ୍ତି । ରାଜ୍ୟର ସର୍ବାଧିକ ମହିଳା କର୍ମଚାରୀ ମଞ୍ଚେଶ୍ୱର ଥାନା ଅଞ୍ଚଳରେ କାମ କରୁଛନ୍ତି । ସବୁ ଦିନ ଏମାନଙ୍କ ସହ କିଛି ନା କିଛି ଅଘଟଣ ଘଟୁଥିବା ଅଭିଯୋଗ ହେଉଛି । କିଛି ଦିନ ତଳେ ଚକେଇଶିଆଣି ଅଞ୍ଚଳରେ ଘଟିଥିଲା ସମାନ ଘଟଣା । ରାତି ପ୍ରାୟ ୯ଟା ବେଳେ ଡ୍ୟୁଟି ସାରି ଘରକୁ ଫେରୁଥିବା ଜଣେ ଯୁବତୀ ମଧ୍ୟ ଅସଦାଚରଣର ଶିକାର ହୋଇଥିଲେ । ଲୋକ ଲଜ୍ଜା ଓ ଚାକିରି ଯିବା ଭୟରେ ପୁଲିସର ଦ୍ୱାରସ୍ଥ ହୋଇନଥିଲେ ।

ବାଲେଶ୍ୱରର ତାତି ନୟାଗଡରେ

ବାଲେଶ୍ୱରର ତାତି ନୟାଗଡରେ

August 29, 2025
ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

August 29, 2025
ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

July 12, 2025
ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

July 1, 2025
ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

July 1, 2025

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!