Saturday, July 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଠାରରେ ହୋଇଛି ପ୍ରେମ

by ସଞ୍ଜୟ ସ୍ୱାଇଁ
July 6, 2021
in Lifestyle, State
ଠାରରେ ହୋଇଛି ପ୍ରେମ
112
VIEWS
Share on FacebookShare on Twitter

ଜଳେଶ୍ୱର, (ବାଘୁଆବାର୍ତ୍ତା): ଉଭୟ କଥା ହୋଇପାରୁ ନାହାନ୍ତି କି ଶୁଣିପାରୁ ନାହାନ୍ତି। ହେଲେ ଠାରରେ ଠାରରେ ହେଉଛନ୍ତି ଭାବ ଦିଆନିଆ। କଲେଜରେ ଆରମ୍ଭ ହୋଇଥିବା ଦୀର୍ଘ ଦିନର ପ୍ରେମ ସମ୍ପର୍କ ଏବେ ବିବାହର ରୂପ ନେଇଛି। ଗୀତାଞ୍ଜଳିଙ୍କ ସିନ୍ଥିରେ ସିନ୍ଦୂର ଦେଇ ଜୀବନ ସାଥୀ ଭାବେ ଗ୍ରହଣ କରିଛନ୍ତି ଗୌତମ ଦାସ। ସୋମବାର ଉଭୟଙ୍କ ବାହାଘର ଭୋଗରାଇ ବ୍ଲକ୍‌ ବାଟଗ୍ରାମ ଗାଁରେ ବୈଦିନ ରୀତିନୀତିରେ ହୋଇଛି। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ ବାଟଗ୍ରାମ ଗାଁରଗୀତାଞ୍ଜଳି ପ୍ରଧାନଙ୍କ ଘର ବୌଦ୍ଧ ଜିଲ୍ଲାର ବଡା ଗାଁରେ। ପାଠ ପଢ଼ା ପରେ ଘରକୁ ଫେରିଲେ ଗୀତାଞ୍ଜଳି। ନିଜର ପ୍ରେମ ନେଇ ପରିବାର ଲୋକଙ୍କୁ କହିଥିଲେ। ଏହା ପରେ ଉଭୟ ପରିବାର ବାହାଘର ପାଇଁ କଥାବାର୍ତ୍ତା ହୋଇଥିଲେ। ରବିବାର ଦିନ ଗୀତାଞ୍ଜଳିଙ୍କ ପରିବାର ପୁଅ ଘର ଭୋଗରାଇ ବ୍ଲକ୍‌ ବାଟଗ୍ରାମରେ ପହଞ୍ଚିଥିଲେ। ସୋମବାର ବାବା ବିଶ୍ୱେଶ୍ୱର ମହାଦେବଙ୍କ ପୀଠରେ ହୋଇଥିଲା ବିବାହ। ଆଉ ଗୀତାଞ୍ଜଳିଙ୍କ ବେକରେ ବରଣା ମାଳ ପକାଇଥିଲେ ଗୋବିନ୍ଦ। ଗତକାଲିଠାରୁ ଉଭୟ ଆରମ୍ଭ କରିଛନ୍ତି ନୂଆ ଜୀବନ। ଏଥିରେ ଉଭୟଙ୍କ ପରିବାର ଓ ଗୌତମଙ୍କ ସାହିଭାଇ ସାମିଲ୍‌ ହୋଇଥିଲେ। ବେଶ୍‌ ଆଡମ୍ୱରରେ ହୋଇଥିଲା ବାହାଘର। ଗୌତମ ଦାସ। କଥା କହିପାରୁନାହାନ୍ତି କି ଶୁଣି ପାରୁନାହାନ୍ତି। ସେ ଖୋର୍ଦ୍ଧା ଜଟଣୀରେ ଥିବା ଏକ ଅନ୍ଧ ମୁକ ବଧିର କଲେଜରେ ପାଠ ପଢ଼ୁଥିଲେ। ସେଠାରେ ପାଠ ପଢ଼ୁଥିବା ବେଳେ ବୌଦ୍ଧ ଅଞ୍ଚଳର ଗୀତାଞ୍ଜଳି ପ୍ରଧାନଙ୍କ ସଂସ୍ପର୍ଶରେ ଆସିଥିଲେ। ସେ ମଧ୍ୟ କଥା ହୋଇପାରୁ ନାହାନ୍ତି କି ଶୁଣିପାରୁନାହାନ୍ତି। ଧୀରେ ଧୀରେ ଉଭୟ ନିକଟର ହେଲେ। ପରେ ଉଭୟ ପରସ୍ପରର ପ୍ରେମରେ ପଡ଼ିଗଲେ। କହିନପାରୁଥିଲେ କଣ ହେଲା? ମନର କଥାକୁ ଠାରରେ ପରିପ୍ରକାଶ କରିପାରୁଥିଲେ ଉଭୟ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!