Thursday, September 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସୁନା ପାଇଁ ସ୍ୱାମୀଙ୍କ କାଣ୍ଡ: ସ୍ତ୍ରୀ ମୃତ୍ୟୁ ସହିତ କରୁଛି ଲଢ଼େଇ

by ସଞ୍ଜୟ ସ୍ୱାଇଁ
April 18, 2021
in State
ସୁନା ପାଇଁ ସ୍ୱାମୀଙ୍କ କାଣ୍ଡ: ସ୍ତ୍ରୀ ମୃତ୍ୟୁ ସହିତ କରୁଛି ଲଢ଼େଇ
385
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଅଗ୍ନିକୁ ସାକ୍ଷୀ ରଖି ସାତ ଜନମର ସାଥୀ ହୋଇଥିଲେ । ହେଲେ ବାହାଘରର ବର୍ଷେ ନପୁରୁଣୁ ସ୍ତ୍ରୀ ଦେହରେ କିରୋସିନି ଢାଳି ନିଆଁ ଲଗାଇଦେଲା ପିଶାଚ ସ୍ୱାମୀ । ଏବେ ବାପଘରେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ଦରପୋଡୋ ଅବସ୍ଥାରେ ଥିବା ମହିଳା ଜଣକ । ଏପରି ଏକ ଅଭାବନୀୟ ଖବର ଆସିଛି କୋକସରା ବ୍ଲକର ବଙ୍ଗୋମୁଣ୍ଡା ଗ୍ରାମରୁ । କୋକସରା ବ୍ଳକର ବଙ୍ଗୋମୁଣ୍ଡା ଗ୍ରାମର ମଞ୍ଜିତ ମାଝୀଙ୍କ ଝିଅ ୨୦୨୦ ରେ ଜୟପାଟଣା ବ୍ଲକ କୁଣ୍ଡିଗୁଡ଼ା ଗାଁର ଅମରେଶ ଚଲାନ(୨୪) ଙ୍କ ସହ ବୈଦିକ ରୀତିନୀତି ରେ ବିବାହ କରିଥିଲେ । ଗତ ମାର୍ଚ୍ଚ ମାସ ୨୪ ତାରିଖ ରାତିରେ ବନ୍ଧକ ପଡ଼ିଥିବା ସୁନା ମୁକୁଳାଇବାକୁ ନେଇ ଦୁହିଁଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ରାଗିଯାଇ ଘରେ ଥିବା କିରୋସିନ ଢାଳି ଦିଆସିଲ ମାରି ପୋଡ଼ି ମାରି ଦେବାକୁ ଉଦ୍ୟମ କରିଥିଲା ସୈତାନ ସ୍ୱାମୀ । ମହିଳାଙ୍କ ଚିତ୍କାର ଶୁଣି ଶ୍ୱଶୁର ଘର ଲୋକେ ମହିଳାଙ୍କୁ ଉଦ୍ଧାର କରି କୋକସରା ହସ୍ପିଟାଲରେ ଆଣି ଭର୍ତ୍ତି କରିଥିଲେ । ମହିଳାଙ୍କ ୮୦ ପ୍ରତିଶତ ଅଂଶ ପୋଡ଼ି ଥିବା ଯୋଗୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ଭବାନୀପାଟଣା ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଇଥିଲେ । ପରେ ୧୮ ଦିନ ସେଠାରେ ଚିକିତ୍ସା ପରେ ଅସହାୟ ବାପା ଝିଅକୁ ପୁଣି ନିଜ ଗାଁ ବଙ୍ଗୋମୁଣ୍ଡା ନେଇ ଆସିଥିଲେ ଜ୍ୱାଇଁକୁ ଖବର ଦେଲେ ମଧ୍ୟ ସେ ଆଉ ଆସିନଥିଲା । ଅନ୍ୟ ପଟେ ରବିବାର ଝିଅର ଅବସ୍ତା ସଙ୍କଟାପନ୍ନ ହେବାରୁ ବାପା ଘରେ ପୁଣି କୋକସରା ହସ୍ପିଟାଲରେ ଭର୍ତ୍ତି କରିବା ସହ ଝିଅର ବାପା ମଞ୍ଜିତ ମାଝୀ ଜ୍ୱାଇଁ ଅମରେଶ ଚଲାନ ନାଁରେ କୋକସରା ଥାନାରେ ଏକ ହତ୍ୟା ଜନିତ ମାମଲା ରୁଜୁ କରିଥିବା ବେଳେ ପୁଲିସ ହସ୍ପିଟାଲରେ ପହଞ୍ଚି ମହିଳାଙ୍କ ବୟାନ ନେବା ସହ ତଦନ୍ତ ଜାରି ରଖିଥିବା ସୂଚନା ରହିଛି । ଅପରପକ୍ଷେ ଏହି ଘଟଣାରେ ଅଭିଯୁକ୍ତକୁ ଶୀଘ୍ର ଗିରଫ କରାଯିବା ସହ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୋକସରା ଥାନ ଅଧିକାରୀ ବାସୁଦେବ ଛାତ୍ରୀଆ ସୂଚନା ଦେଇଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!