Friday, October 30, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କରୋନାକୁ ପଶିବାକୁ ଦିଅ ନାହିଁ : ମନ୍ତ୍ରୀ

by ସଞ୍ଜୟ ସ୍ୱାଇଁ
April 29, 2020
in Feature News
ମୋତେ ‘କମନମ୍ୟାନ’ ହେବାକୁ ସୁଯୋଗ ଦିଅ
29
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କୁ ଘାରିଛି ବାହାର ରାଜ୍ୟରେ ଫସିଥିବା ଲୋକଙ୍କୁ ଚିନ୍ତା । ମନ୍ତ୍ରୀ କିଛିଦିନ ତଳେ ନୟାଗଡ଼ ନିର୍ବାଚନ ମଣ୍ଢଳୀ ନୟାଗଡ଼ ବ୍ଲକର ପଂଚାୟତ ବୁଲି ସେମାନଙ୍କ ତାଲିକା ପ୍ରସ୍ତୁତି କରିବାକୁ ପଂଚାୟତ ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିବା ବେଳେ ସେମାନଙ୍କର ଚିଠା ପ୍ରସ୍ତୁତ କରି ସହାୟତା ପ୍ରଦାନ କରିଥିଲେ । ପରେ ମନ୍ତ୍ରୀ ଓଡ଼ଗାଁ ବ୍ଲକର ବିଭିନ୍ନ ଅଂଚଳ ବୁଲି ଜନପ୍ରତିନିଧିଙ୍କ ସହ ଆଲୋଚନା କରିଥିବା ବେଳେ ଆଜି ନୟାଗଡ଼ ବ୍ଲକର ଘଡ଼ୁଆଳ, ଲାଠିପଡ଼ା, ଇକିରି, ବଡ଼ପଣ୍ଡୁସର, ବିରୁଡ଼ା, ଗମ୍ଭାରିଡିହି, ଇଟାମାଟି, ରାଜପାଟଣା, କାଳିକାପ୍ରସାଦ, ଖୁଣ୍ଟୁବନ୍ଧ, ସିନ୍ଦୁରିଆ ପଂଚାୟତ ବୁଲି ଜନପ୍ରତିନିଧି ଓ ଲୋକଙ୍କ ସହ ଆଲୋଚନା କରିଛନ୍ତି । କିଭଳି ବାହାର ରାଜ୍ୟରେ ଥିବା ଲୋକଙ୍କ ପଂଜିକରଣ କରାଯିବ ଏବଂ ସେମାନଙ୍କ ପାଖକୁ ସହାୟତା ପଠାଯିବାର ବ୍ୟବସ୍ଥା କରିବାକୁ ସେ ନେଇ ଆଲୋଚନା କରିଛନ୍ତି । ଏଥିସହିତ ପ୍ରତ୍ୟେକ ପଂଚାୟତରେ ମନ୍ତ୍ରୀ କୃଷି କାର୍ଯ୍ୟ କରିବାରେ କୃଷକମାନେ ଯେଭଳି ହଇରାଣ ନହେବେ ସେ ନେଇ ପ୍ରତିନିଧିମାନେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ମନ୍ତ୍ରୀ କହିଛନ୍ତି । ମନ୍ତ୍ରୀ ଆଜି ଗ୍ରସ୍ତ ସମୟରେ ବିଭିନ୍ନ ସ୍ଥାନରେ ଥିବା କ୍ୱାରେଣ୍ଟାଇନ୍ ଗୃହ ଗୁଡ଼ିକ ବୁଲି ଦେଖିବା ସହ ବାହାର ରାଜ୍ୟରେ ଥିବା ଶ୍ରମିକମାନେ ଫେରିବା ପୂର୍ବରୁ ପ୍ରର୍ଯ୍ୟାପ୍ତ ପରିମାଣର ବ୍ୟବସ୍ଥା ଗ୍ରହଣ କରିବାକୁ କହିଛନ୍ତି । ଫେରନ୍ତାମାନେ କିଭଳି ସୁବିଧାରେ କ୍ୱାରେଣ୍ଟାଇନ୍‌ରେ ରହିବେ, ସେ ନେଇ ମନ୍ତ୍ରୀ ଆଲୋଚନା କରିଛନ୍ତି । କୈାଣସି ବି ପରିସ୍ଥିତିରେ ପଂଚାୟତରେ କରୋନାକୁ ପଶିବାକୁ ନଦେବା ପାଇଁ ମନ୍ତ୍ରୀ ପଂଚାୟତ ସରପଂଚମାନଙ୍କ ସହ ଆଲୋଚନା କରିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!