Friday, September 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱକୁ କଡ଼ାକଡ଼ି ଭାବେ ପାଳନ କରାଯିବ: ମନ୍ତ୍ରୀ ଶ୍ରୀ ସ୍ୱାଇଁ

by ସଞ୍ଜୟ ସ୍ୱାଇଁ
April 20, 2021
in Nayagarh
ଚାଉଳ ଉଠାଣ ଦିଗରେ ତୁରନ୍ତ ହସ୍ତକ୍ଷେପ କରିବା ପାଇଁ କେନ୍ଦ୍ର ମନ୍ତ୍ରୀଙ୍କୁ ଯୋଗାଣ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ପତ୍ର
176
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): କରୋନା ସଂକ୍ରମଣର ଦ୍ୱିତୀୟ ଲହରୀକୁ ଦୃଷ୍ଟିରେ ରଖି ମଇ ମାସ ପ୍ରଥମ ସପ୍ତାହରୁ ଆରମ୍ଭ ହେଉଥିବା ରବିଧାନ ସଂଗ୍ରହ କାର୍ଯ୍ୟକୁ ସୁସଂହତ କରିବା ନିମନ୍ତେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ବିଭାଗ ପକ୍ଷରୁ ଏକ ସଂକ୍ରାନ୍ତରେ ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯାଇ ସଂପୃକ୍ତ ଜିଲ୍ଲାପାଳମାନଙ୍କ ନିକଟକୁ ପଠାଯାଇଛି । ବିଗତ ଖରିଫ ଧାନସଂଗ୍ରହ ସମୟରେ କରୋନା କଟକଣାକୁ ଅନୁପାଳନ କରାଯାଇ ସଂଗଠିତ ଉପାୟରେ ଧାନସଂଗ୍ରହ କରାଯାଇପାରିଥିବା ଦୃଷ୍ଟିରୁ ଚଳିତ ରବିଧାନ ସଂଗ୍ରହ ମଧ୍ୟ ସୁରୁଖୁରୁରେ ସଂପନ୍ନ କରାଯାଇପାରିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । ଏଥି ସହିତ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । ଧାନସଂଗ୍ରହ କେନ୍ଦ୍ରରେ ସୋସାଇଟି କର୍ମକର୍ତ୍ତା, ମିଲର କିମ୍ବା ସେମାନଙ୍କ ପ୍ରତିନିଧି ଏବଂ ସର୍ବୋପରି ଚାଷୀଙ୍କ ନିମନ୍ତେ ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯାଇଛି । ଭିଡ଼ ଏଡ଼ାଇବା ପାଇଁ ଗୋଟିଏ କେନ୍ଦ୍ରରେ ଦିନକୁ ୩୦ରୁ ୩୫ ପର୍ଯ୍ୟନ୍ତ ଚାଷୀଙ୍କଠାରୁ ଧାନସଂଗ୍ରହ କରାଯିବ । ଏଥିରୁ ଊର୍ଦ୍ଧ୍ୱ ଚାଷୀଙ୍କଠାରୁ ଧାନସଂଗ୍ରହ କରାଯାଇପାରିବ ନାହିଁ । ୧୦-୧୨ ଜଣ ଚାଷୀଙ୍କୁ ଦିନର ନିର୍ଦ୍ଦିଷ୍ଟ ସମୟରେ ଧାନ ବିକି୍ର କରିବା ପାଇଁ ଆସିବା ନିମନ୍ତେ ସୂଚନା ଦିଆଯିବ । ଆବଶ୍ୟକ ପଡ଼ିଲେ ଭିଡ଼ ଏଡ଼ାଇବା ପାଇଁ ଅଧିକ ସଂଖ୍ୟକ ଧାନସଂଗ୍ରହ କେନ୍ଦ୍ର ଖୋଲାଯିବ । ସଂପୃକ୍ତ ଜିଲ୍ଲାପାଳମାନେ ଏଥି ନିମନ୍ତେ ତୁରନ୍ତ ପ୍ରସ୍ତାବ ଦେବା ପାଇଁ କୁହାଯାଇଛି । ଧାନସଂଗ୍ରହ କେନ୍ଦ୍ରରେ ସାମାଜିକ ଦୂରତ୍ୱକୁ କଡ଼ାକଡ଼ି ଭାବରେ ପାଳନ କରାଯିବ । କେନ୍ଦ୍ରଗୁଡ଼ିକରେ ଚାଷୀ ଏବଂ ଶ୍ରମିକ ଓ ଅନ୍ୟ କର୍ମକର୍ତ୍ତାମାନଙ୍କ ପାଇଁ ସାନିଟାଇଜରର ବ୍ୟବସ୍ଥା କରାଯିବ । କେନ୍ଦ୍ରର ପ୍ରବେଶ ପଥରେ ସାନିଟାଇଜର ରଖାଯିବ ଯେପରି ଏହା ସମସ୍ତଙ୍କର ଦୃଷ୍ଟିଗୋଚର ହେଉଥିବ । ପ୍ରତ୍ୟେକ କେନ୍ଦ୍ରରେ ପର୍ଯ୍ୟାପ୍ତ ସଂଖ୍ୟକ ସାନିଟାଇଜର ମହଜୁଦ ଅଛି କି ନାହିଁ, ସେ ସଂପର୍କରେ ନିବନ୍ଧକ, ସମବାୟ ସମିତି ସମୂହ ପକ୍ଷରୁ ନିଶ୍ଚିତ କରାଯିବ । ସେହିପରି ମିଶନ ଶକ୍ତିର ନିର୍ଦ୍ଦେଶକ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀରେ ସାନିଟାଇଜର ଉପଲବ୍ଧ କରାଇବେ । ଯେଉଁସବୁ କେନ୍ଦ୍ର ଭିଡ଼ ଏଡ଼ାଇବା ଦିଗରେ ବିଫଳ ହେବେ ସେମାନଙ୍କୁ ଧାନସଂଗ୍ରହ କରିବା ପାଇଁ ଅନୁମତି ପ୍ରଦାନ କରାଯିବ ନାହିଁ ।
ପ୍ରତିଦିନ ସକାଳ ୭ ଘଟିକାଠାରୁ ଅପରାହ@ ୧ ଘଟିକା ପର୍ଯ୍ୟନ୍ତ ଧାନସଂଗ୍ରହ କରାଯିବ । ଅପରାହ@ରେ କଷ୍ଟମ ମିଲରମାନଙ୍କ ଦ୍ୱାରା ଧାନ ଉଠାଣ କାର୍ଯ୍ୟ କରାଯିବ । ଚାଷୀ ଚିହ୍ନଟ ନିମନ୍ତେ ଆଇରିସ୍‌ ସ୍କାନରକୁ ପ୍ରତିଥର ବ୍ୟବହାର ପୂର୍ବରୁ ସାନିଟାଇଜ୍‌ କରାଯିବ । ଆଇରିସ୍‌ ସ୍କାନରକୁ ଗୋଟିଏ ଷ୍ଟାଣ୍ଡରେ ରଖାଯିବ । ଧାନସଂଗ୍ରହ କେନ୍ଦ୍ରକୁ କେବଳ ସୋସାଇଟିର କର୍ମକର୍ତ୍ତା, ମିଲରଙ୍କ ପ୍ରତିନିଧି, ଶ୍ରମିକ, ସେହିଦିନ ଧାନ ବିକିବା ନିମନ୍ତେ ନିର୍ଦ୍ଧାରିତ ଚାଷୀ ଏବଂ ଗାଡ଼ିର ଡ୍ରାଇଭର ଓ ହେଲ¬ର ବ୍ୟତୀତ ଆଉ କାହାକୁ ପ୍ରବେଶର ଅନୁମତି ପ୍ରଦାନ କରାଯିବ ନାହିଁ । ବାହାରର କୌଣସି ଲୋକ ମଣ୍ଡି ଭିତରକୁ ପ୍ରବେଶ କଲେ ତୁରନ୍ତ ଜିଲ୍ଲା ପ୍ରଶାସନଙ୍କୁ ଖବର ଦିଆଯିବ ବୋଲି ପତ୍ରରେ ଉଲ୍ଲେଖ କରାଯାଇଛି । ଭିନ୍ନ ଭିନ୍ନ କାର୍ଯ୍ୟ ସଂପାଦନ ନିମନ୍ତେ ମଣ୍ଡିକୁ ବିଭିନ୍ନ ଭାଗରେ ବିଭକ୍ତ କରାଯିବ ଏବଂ ଏଗୁଡ଼ିକ ମଧ୍ୟରେ ଅନୁନ୍ୟ ୩ ମିଟର ବ୍ୟବଧାନ ରହିବ । କେନ୍ଦ୍ରରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ଚାଷୀମାନଙ୍କୁ ସେମାନଙ୍କ ଧାନ ବିକିବା ପାଳି ଓ ସମୟ ସଂପର୍କରେ ସୂଚିତ କରାଯିବ । କେନ୍ଦ୍ରରେ କୌଣସି ପ୍ରକାର ଧୂମପାନ କିମ୍ବା ଛେପ ପକାଇବା ପାଇଁ ନିଷେଧ କରାଯାଇଛି । କୋଭିଡ୍‌-୧୯ ମହାମାରୀ ସଂପୂର୍ଣ୍ଣ ମାନବସମାଜ ନିମନ୍ତେ ଏକ ଆହ୍ୱାନ ହୋଇଥିବାବେଳେ ଚାଷୀମାନଙ୍କୁ ଧାନ ବିକିବା ନିମନ୍ତେ ଧୈର୍ଯ୍ୟ ଧରିବା ପାଇଁ କୁହାଯାଇଛି । ଧାନସଂଗ୍ରହ କେନ୍ଦ୍ରରେ ବିନା ମାସ୍କରେ କାହାରିକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ । ସେହିପରି କେନ୍ଦ୍ରରେ କାହାରିକୁ ଜ୍ୱର କିମ୍ବା ଥଣ୍ଡା ହୋଇଥିବା ଲକ୍ଷ୍ୟ କରାଗଲେ ତୁରନ୍ତ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ଦିଆଯିବ । ଧାନସଂଗ୍ରହରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ହାତରେ ନନ୍‌ସର୍ଜିକାଲ ଗ୍ଲୋବସ୍‌ ପିନ୍ଧିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହିତ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ସମସ୍ତ ପ୍ରକାରର କୋଭିଡ୍‌ କଟକଣାକୁ କଡ଼ାକଡ଼ି ଭାବରେ ପାଳନ କରିବା ପାଇଁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ଏଥି ସହିତ ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ପେଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ ଯେପରି ପଡ଼ୋଶୀ ରାଜ୍ୟର ଧାନ ଓଡ଼ିଶା ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ । ସୂଚନାଯୋଗ୍ୟ ଯେ ଚଳିତ ରବି ଧାନସଂଗ୍ରହ କାର୍ଯ୍ୟ ରାଜ୍ୟର ୧୭ଟି ଜିଲ୍ଲା ଯଥା ବାଲେଶ୍ୱର, ବରଗଡ଼, ବଲାଙ୍ଗୀର, ବୌଦ୍ଧ, କଟକ, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, ଖୋର୍ଦ୍ଧା, କୋରାପୁଟ, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ପୁରୀ, ରାୟଗଡ଼ା, ସମ୍ବଲପୁର ଏବଂ ସୁବର୍ଣ୍ଣପୁର ଜିଲ୍ଲାରେ କରାଯିବ । ଏଥି ନିମନ୍ତେ ମୋଟ ୨ ଲକ୍ଷ ୨୩ ହଜାର ୨୨୨ ଜଣ ଚାଷୀ ସେମାନଙ୍କର ପଂଜୀକରଣ କରିଛନ୍ତି ଏବଂ ବିଭାଗ ପକ୍ଷରୁ ସେମାନଙ୍କର ଯାଞ୍ଚ ପ୍ରକ୍ରିୟା ଚାଲୁ ରହିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!