
ନୟାଗଡ଼, (ବାଘୁଆବାର୍ତ୍ତା) : ଗଞ୍ଜାମ ଜିଲ୍ଲା ଛତ୍ରପୁରରୁ ଫେରିବା ବାଟରେ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ରମ୍ଭା ନିକଟରେ ଆଚମ୍ବିତ ହୋଇଥିଲେ । ବିସ୍ତିର୍ଣ୍ଣ ସବୁଜିମା ଭରା ଫସଲ କିଆରିକୁ ଦେଖି ମନ୍ତ୍ରୀ ତାଙ୍କ ଗାଡ଼ି ଅଟକାଇବା ସହ ସିଧା ଯାଇ ଜମିରେ ପଂହଚିଥିଲେ । ଜମିରେ କାମ କରୁଥିବା ଚାଷୀ ଓ ଶ୍ରମିକଙ୍କ ସହ ସେ ବିଭିନ୍ନ ବିଷୟରେ ଆଲୋଚନା କରି କୋବି, ବାଇଗଣ ଭଳି କିଛି ପରିବା କିଣିଥିଲେ ।







