ନୟାଗଡ଼, (ବାଘୁଆବାର୍ତ୍ତା) : ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଆଜି ଅଚାନକ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡ଼ାର ପିପୁଲ୍ସ କଲେଜକୁ ଗ୍ରସ୍ତ କରିଛନ୍ତି । ପ୍ରଥମେ ଷ୍ଟାପ କମନ ରୁମ ଓ କ୍ଲାସ ରୁମରେ କିପରି ପାଠ ପଢ଼ା ଯାଉଛି ଏହାକୁ ଲୁଚି କରି ଦେଖିଥିଲେ । ଏହା ସହିତ ଲାଇବ୍ରେରୀ ଗୃହ ବୁଲିବା ସହିତ ଛାତ୍ରଛାତ୍ରୀମାନଙ୍କର ଉପସ୍ଥିତିକୁ ତଦାରଖ କରିଥିଲେ । ଅଧ୍ୟାପକ ଓ ଅଧ୍ୟାପିକା ଓ କଲେଜ ଅଧ୍ୟକ୍ଷକଙ୍କ ସହିତ ସମସ୍ୟା ସଂମ୍ପର୍କରେ ଆଲୋଚନା କରିଥିଲେ । ଅଧ୍ୟାପକ ଅଧ୍ୟାପିକାମାନେ କିଭଳି ଛାତ୍ରଛାତ୍ରୀମେଣ୍ଟ କରି ଦାୟିତ୍ୱ ନେଇଛନ୍ତି ତାହାର ଅନୁଧ୍ୟାନ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ ।






