ଭୂବନେଶ୍ୱର, (ବାଘୁଆବାର୍ତ୍ତା) : କରୋନା ପରିସ୍ଥିତିରେ କିପରି ନିଜ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ସହ ଯୋଡ଼ି ହୋଇ ରହିବା ପାଇଁ ନୟାଗଡ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ଓ ମତ୍ସ୍ୟ ପ୍ରାଣୀ ସଂପଦ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ ନୂଆ ଫର୍ମୁଲା ଆପଣାଇଛନ୍ତି । ସୂଚନାନୁସାରେ ଭିଡିଓ କଲିଂ ମାଧ୍ୟମରେ ଛାତ୍ର ଓ ଯୁବ, କୃଷକ, ମହିଳା, ବୁଦ୍ଧିଜିବୀଙ୍କ ସମେତ ସବୁ ସ୍ତରର ବ୍ୟକ୍ତିଙ୍କ ସହ ଭୁବନେଶ୍ୱର ସ୍ଥିତ ବାସଭବନରୁ ଭିଡିଓ କଲିଂ ମାଂଧ୍ୟମରେ ଲୋକ ମାନଙ୍କ ସମସ୍ୟା ବୁଝିବା ସହିତ ପଂଚାୟତ ସ୍ତରର ଉନ୍ନତି ଓ କରୋନା କୁ କିପରି ମୁକାବିଲା କରାଯାଇ ପାରିବ ଏହା ଉପରେ ବିଭିନ୍ନ ପରାମର୍ଶ ଦେଉଛନ୍ତି । ଆଜି ବିରୁଡ଼ା ଗ୍ରାମ ପଂଚାୟତର ପଣ୍ଡେରିପାଟଣା, ବାଘରା, ବରକୋଳି ପାଟଣା ଓ ମର୍ଦ୍ଦରାଜପୁରର ବିଭିନ୍ନ ବର୍ଗର ଜନସାଧାରଣଙ୍କ ସହ ଭିଡିଓ କଲିଂ ମାଂଧ୍ୟମରେ ବିଭିନ୍ନ ପରାମର୍ଶ ଦେଇଛନ୍ତି । ସ୍ଥାନୀୟ ଜନ ପ୍ରତିନିଧିଙ୍କ ସମେତ ପତ୍ୟେକ ଗ୍ରାମର ମୁରବି ମାନଙ୍କ ସହିତ ଆଲୋଚନା କରିଛନ୍ତି । ବୟସ୍କ ଓ ଛୋଟ ଛୁଆମାନେ କିପରି କରୋନାରୁ ମୁକ୍ତ ରହିବେ ସେ ସଂପର୍କରେ ବହୁ ଗୁରୁତ୍ୱପୂର୍ଣ ପରାମର୍ଶ ଦେଇଥିଲେ । ଏଥିସହିତ ପଂଚାୟତରେ ଚାଲିଥିବା ବିଭିନ୍ନ କାର୍ଯ୍ୟର ତଦାରଖ କରିଥିଲେ । ଆଜିର ଭିଡିଓ କଲିଂ କାର୍ଯ୍ୟକ୍ରମରେ ଉକ୍ତ ପଂଚାୟତର ୧୦୦ରୁ ଉଦ୍ଦ୍ୱର୍ ବ୍ୟକ୍ତି ଏବଂ ବିଭିନ୍ନ ଗାଁ ମୁଖିଆ ସାମିଲ ହୋଇଥିଲେ ।





