Saturday, July 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ଲାଜମା ନିଶାରେ ମନ୍ତ୍ରୀ

ଠିକ୍ ସମୟରେ ଠିକ୍ କାମକର...

by ସଞ୍ଜୟ ସ୍ୱାଇଁ
July 29, 2020
in Nayagarh, Politics
ପ୍ଲାଜମା ନିଶାରେ ମନ୍ତ୍ରୀ
762
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ଗତ କିଛିଦିନ ଧରି ଭିଡଓ କନ୍‌ଫରେନ୍‌ସିଂ ମାଧ୍ୟମରେ ନୟାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି, କୃଷକ ସଶକ୍ତିକରଣ, ମତ୍ସ୍ୟ ପ୍ରାଣୀସମ୍ପଦ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ନୟାଗଡ଼ର ବିଭିନ୍ନ ବର୍ଗର ଲୋକଙ୍କ ସହିତ ଯୋଡ଼ି ହୋଇ ରହିଛନ୍ତି । ଏଥିସହିତ ସରକାରୀ କାର୍ଯ୍ୟ କିପରି ସୁଚାରୁ ରୂପେ ପରିଚାଳନା ହେବ ସେଥିନିମନ୍ତେ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ବିଭିନ୍ନ ସରକାରୀ କର୍ମଚାରୀମାନଙ୍କ ସହିତ କିପରି ଯୋଡ଼ି ହେବେ ସେଥିନିମନ୍ତେ ମୋବାଇଲ୍ ଜୁମ୍ ମାଧ୍ୟମରେ ସମସ୍ତ କାର୍ଯ୍ୟକୁ ତଦାରଖ କରୁଛନ୍ତି । ଭୁବନେଶ୍ୱର ନିଜ ବାସଭବନରୁ ଏହିସବୁ କାର୍ଯ୍ୟକ୍ରମ କିଛିଦିନ ହେଲା ଚଳାଇ ଆସୁଛନ୍ତି । କରୋନା କଟକଣା ଲାଗି ରହିଥିବାରୁ ଏହି ମୋବାଇଲ୍ ଜୁମ୍ ଏବେ ତାଙ୍କର ଏବଂ ନୟାଗଡ଼ ବାସୀଙ୍କର ସାଥୀ ହୋଇଯାଇଛି । ଯାହାଦ୍ୱାରା କି ନୟାଗଡ଼ ନିର୍ବାଚନ ମଣ୍ଡଳୀର ତଥା ସରକାରଙ୍କର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇ ଏହାର କାର୍ଯ୍ୟକ୍ରମକୁ ଅଗ୍ରଗତି କରୁଛନ୍ତି । ଆଜି ମୁଖ୍ୟତଃ ନୟାଗଡ଼ ବ୍ଲକ୍‌ର ସମସ୍ତ କାର୍ଯ୍ୟ ଯେପରି ସଠିକ୍ ସମୟରେ ସମାପନ ହେବ ସେଥିପ୍ରତି ଗୁରୁତ୍ୱ ଦେବାସହ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । କରୋନା କଟକଣା ସମୟରେ ଜନସାଧାରଣ ବିଭିନ୍ନ ଅଫିସ୍‌କୁ ଆସୁନଥିବାରୁ ସେମାନଙ୍କ କାର୍ଯ୍ୟ କିପରି ସୂଚାରୁରୂପେ ସମ୍ପାଦନା ହେବ ସେଥିପ୍ରତି ନୟାଗଡ଼ ବ୍ଲକ୍‌ର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ପରାମର୍ଶ ଦେଇଛନ୍ତି । ମୁଖ୍ୟତଃ ଯେଉଁ ପ୍ରବାସୀମାନେ ଫେରିଛନ୍ତି ସେମାନେ କିପରି ଭିନ୍ନ ଭିନ୍ନ କାର୍ଯ୍ୟରେ ନିୟୋଜିତ ହେବେ ସେଥିପ୍ରତି ଧ୍ୟାନ ଦେବା ନିତାନ୍ତ ଗୁରୁତ୍ୱପୂର୍ଣ୍ଣ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ତଳସ୍ତରରେ କାର୍ଯ୍ୟ କରୁଥିବା ଗ୍ରାମ ରୋଜଗାର ସେବକ, ବିଓମାନେ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିମାନେ କିପରି ପ୍ଲାଜମା ଦାନ କରିବେ ସେଥିପ୍ରତି ଅଧିକ ଗୁରୁତ୍ୱ ଦେଇଛନ୍ତି । ତଳସ୍ତରରେ ସେମାନଙ୍କ ସହିତ ଯୋଡ଼ିହୋଇ ରକ୍ତଦାନ ଯେପରି ଏକ ମହତ୍ କାର୍ଯ୍ୟ ସେପରି ପ୍ଲାଜମା ଦାନ ଉପରେ ଗୁରୁତ୍ୱ ଦେଇଛନ୍ତି । ପ୍ଲାଜମା ଦାନ ଦ୍ୱାରା ଜଣେ କରୋନା ସଂକ୍ରମିତ ବ୍ୟକ୍ତି ଅତି ସହଜରେ ସୁସ୍ଥ ହୋଇପାରୁଛି । ଏହା ସମସ୍ତଙ୍କ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ କଥା । ଏଭଳି କାର୍ଯ୍ୟରେ ନିୟୋଜିତ ରହିଲେ ସମାଜର ସଂସ୍କାର ଆସିବ । ଏତଦ୍‌ବ୍ୟତୀତ ଏମ୍‌ଜିଏନ୍‌ଆରଜିଏସ କାର୍ଯ୍ୟ ଉପରେ ଗୁରୁତ୍ୱ ଦେଇଥିଲେ । ସବୁ ପଞ୍ଚାୟତରେ ସମସ୍ତ କାର୍ଯ୍ୟ ଯେପରି ସୁଚାରୁରୂପେ ସମ୍ପାଦନ ହେବ ସେଥିପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଗତ କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡ. ସାହୁଙ୍କୁ ଖୋର୍ଦ୍ଧା ଜିଲ୍ଲା ଓ ନୟାଗଡ଼ ଜିଲ୍ଲାର ପ୍ଲାଜ୍‌ମା ସଂଗ୍ରହ ଦାୟିତ୍ୱ ଦେଇଛନ୍ତି । ଏହି ଦୁଇଗୋଟି ଜିଲ୍ଲାର ସମସ୍ତ ବିଧାୟକ ଓ ମନ୍ତ୍ରୀମାନଙ୍କ ସହିତ ମୋବାଇଲ ଜୁମ୍ ମାଧ୍ୟମରେ ଗତ କିଛିଦିନ ତଳେ ପ୍ଲାଜ୍‌ମା ଉପରେ ବିଭିନ୍ନ ପରାମର୍ଶ ଦେଇଥିଲେ । ଏତଦ୍‌ବ୍ୟତୀତ ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ସୁସ୍ଥ ହୋଇଥିବା ୩୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ସେମାନେ କିପରି ପ୍ଲାଜ୍‌ମା ଦାନ କରିବେ ସେଥିପ୍ରତି ସମସ୍ତେ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ସୂଚନା ଅନୁସାରେ ନୟାଗଡ଼ ବିଧାୟକ ଡ. ସାହୁଙ୍କୁ ଏବେ ପ୍ଲାଜ୍‌ମା ନିଶା ଲାଗିଛି । ଆଜି ନୟାଗଡ଼ ବ୍ଲକ୍‌ର ବିଡିଓ ମନୋଜ ପାତ୍ରଙ୍କ ସମେତ ବ୍ଲକ୍‌ର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ସମେତ ସମସ୍ତ କନିଷ୍ଠ, ବରିଷ୍ଠ ଯନ୍ତ୍ରୀ ଓ ସମସ୍ତ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ପ୍ଲାଜ୍‌ମା ନିଶାରେ ସମସ୍ତେ ସାମିଲ ହେବାପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରକାଶ କରିଛନ୍ତି ଏବଂ ସଠିକ୍ ସମୟରେ ସମସ୍ତ କାମ ତଦାରଖ କରାଯିବ ବୋଲି ବିଡିଓ ମନୋଜ ପାତ୍ର ପ୍ରକାଶ କରିଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!