ନୟାଗଡ଼, (ବାଘୁଆବାର୍ତ୍ତା) : ପବିତ୍ର ସ୍ୱାଧିନତା ଦିବସ ଅବସରରେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଆଜି କେନ୍ଦୁଝର ଗସ୍ତ କରିଥିବା ଜଣାଯାଇଛି । ଏହି ଗସ୍ତ ସମୟରେ ମନ୍ତ୍ରୀ ଡ. ସାହୁ ବଡ଼ଚଣା ବ୍ଲକ ଛତିଆଠାରେ ଜାତୀୟ ଉଦ୍ୟାନ କୃଷି ମିଶନ୍ ଯୋଜନା ସହାୟତାରେ ନିର୍ମିତ ଶୀତଳ ଭଣ୍ଡାର ପରିଦର୍ଶନ କରିବା ସହ ଏହି ସମ୍ବନ୍ଧୀୟ ଆଲୋଚନା କରିଥିବା ଜଣାଯାଇଛି । ଏଥିସହିତ କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ କରଡ଼ାମାଳି ଗ୍ରାମର ଯୁବ ଚାଷୀ ସୈାମ୍ୟ ରଂଜନ ନାୟକଙ୍କ ଛେଳି ଫାର୍ମ ମନ୍ତ୍ରୀ ବୁଲି ଦେଖିବା ସହ ସେ କରିଥିବା ଘାଷ ଚାଷ ସବସିଡ୍ ବିଭାଗ ତରଫରୁ ପ୍ରଦାନ କରିଛନ୍ତି । ଏଥିସହିତ ଆଜି ରାତିରେ ମନ୍ତ୍ରୀ କେନ୍ଦୁଝରରେ ବିଶ୍ରାମ ନେବାକୁ ଥିବା ବେଳେ ଆସନ୍ତା କାଲି ଜିଲ୍ଲା ସ୍ତରୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଜଣାଯାଇଛି । ଏହି ଗସ୍ତ ସମୟରେ ଘଷିପୁର ବିଧାୟକ ବଦ୍ରି ନାରାୟଣ ପାତ୍ର ମନ୍ତ୍ରୀଙ୍କ ସହ ଉପସ୍ଥିତ ଥିବା ଜଣାଯାଇଛି ।





