ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କୁ କରୋନା ପଜିଟିଭ୍ ହୋଇଥିବା ନେଇ ଆଜି ମନ୍ତ୍ରୀ ନିଜେ ସୂଚନା ଦେବା ସହ ତାଙ୍କ ସଂମ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଇ ନେବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହି ଖବର ଜଣାପଡ଼ିବା ପରେ ତାଙ୍କର ନିକଟତ୍ତମ ବ୍ୟକ୍ତି ତଥା ଦଳର ବରିଷ୍ଠ ନେତୃତ୍ୱ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ବିଜୁ ଯୁବ ଜନତା ଦଳ ସଭାପତି ରମେଶ ଚନ୍ଦ୍ର ସାହୁ ତାଙ୍କର ଆରୋଗ୍ୟ କାମନା କରୁଥିବା ବେଳେ ଜିଲ୍ଲା ପରିଷଦ ସଭ୍ୟ ଲୋକନାଥ ସାହୁ, ରାଜ୍ୟ ବିଜୁ ଶ୍ରମିକ ସାମ୍ମୁଖ୍ୟ ରାଜ୍ୟ ସହ ସଂପାଦକ ଶୀକାନ୍ତ ପଟ୍ଟନାୟକ, ପୂର୍ବତନ ନଗରପାଳ ଗୁରୁପ୍ରସାଦ ଜେନା, ବ୍ଲକ ଅଧ୍ୟକ୍ଷା ଗୋଲାପ ଦଳବେହେରା, ସମାଜସେବୀ ପ୍ରମୋଦ ପଟ୍ଟନାୟକ, ବ୍ଲକ ଉପାଧ୍ୟକ୍ଷ ସୁବାସ କହଁର, ଛାତ୍ର ସଭାପତି ନୀଳମାଧବ ପଣ୍ଡା, ମହିଳା ନେତ୍ରୀ କମଳିନୀ ପାଟ୍ଟଶାଣୀ, ପ୍ରଭାସିନି ନନ୍ଦ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାଳତୀ ଗୁରୁ, ବିଜୁ ଜନତା ଦଳ ନିର୍ବାଚନ ମଣ୍ଡଳୀ ସଭାପତି ଗଙ୍ଗାଧର ପଣ୍ଡା, ବ୍ଲକ ସଭାପତି ଅଜିତ୍ ସାହୁ, ନଗର ସଭାପତି ଅମୁଲ୍ୟ ମହାନ୍ତି, କିଶାନ୍ ଦାଶ, ନେତ୍ରାନନ୍ଦ ସାହୁଙ୍କ ସମେତ ବହୁ ଦଳୀୟ ନେତୃତ୍ୱ ଏବଂ ଲୋକ ପ୍ରତିନିଧି ବିଧାୟକ ତଥା ମନ୍ତ୍ରୀଙ୍କ ଆଶୁ ଆରୋଗୀ କାମନା କରିଛନ୍ତି ।






