କେନ୍ଦୁଝର,(ବାଘୁଆବାର୍ତ୍ତା) : କେନ୍ଦୁଝର ଷ୍ଟାଡିୟମ ଠାରେ ୭୪ ତମ ସ୍ଵାଧିନତା ଦିବସ ପାଳିତ ହୋଇଯାଇଛି । କରୋନା ପରିସ୍ଥିତିକୁ ଦେଖି ସମସ୍ତ କୋଭିଡ ନିୟମ ଅନୁଯାଇ ସାମାଜିକ ଦୁରତ୍ଵକୁ ଗୁରୁତ୍ୱ ଦେଇ ଏଠାରେ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ଷ୍ଟାଡିୟମରେ ପ୍ରବେଶ କରୁଥିବା ସମସ୍ତ ଲୋକଙ୍କର ଯାଞ୍ଚ କରିବା ସହ ହାତକୁ ସାନି ଟାଇଜ କରି ଭିତରକୁ ଯିବାକୁ ଅନୁମତି ଦିଆଯାଇଥିଲା । ସାଧାରଣ ଲୋକଙ୍କୁ ଏଠାକୁ ସଂମ୍ପୂର୍ଣ୍ଣ ବାରଣ କରାଯାଇଥିଲା । କରୋନା ଯୋଦ୍ଧା ଡାକ୍ତର, ଷ୍ଟାଫ ନର୍ସ ଓ ସଫେଇ କର୍ମଚାରୀଙ୍କୁ ଏଠାକୁ ନିମନ୍ତ୍ରଣ କରାଯାଇଥିଲା । ପୋଲିସର ବ୍ୟାଣ୍ଡ ସହ ମାତ୍ର ତିନୋଟି ସସସ୍ତ୍ର ପୋଲିସ ବାହିନୀ ଗ୍ରୁଫ ପାରେଡରେ ଯୋଗ ଦେଇ ମୁଖ୍ୟ ଅତିଥିଙ୍କୁ ସଲାମୀ ଦେଇଥିଲେ । ଓଡ଼ିଶାର କୃଷିମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅଥିତୀ ଭାବେ ଯୋଗଦେଇ ପତ୍ତାକା ଉତ୍ତୋଳନ କରିଥିଲେ । ତାପରେ ପୋଲିସ ବାହିନୀର ମିଳିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ ।ଏହି ଅବସରରେ ମନ୍ତ୍ରୀ ସ୍ୱାଧିତା ସଂଗ୍ରାମର ମୁଖ୍ୟ ସୁରୀମାନଙ୍କୁ ସ୍ମରଣ କରିଥିଲେ । ତାଙ୍କ ଅଭିଭାଷଣରେ କେନ୍ଦୁଝର ଜିଲ୍ଲା ଗାରିମାର ଗୁଣଗାନ କରିଥିଲେ । ପତାକା ଉତ୍ତୋଳନ ସମୟରେ କେନ୍ଦୁଝର ଜିଲ୍ଲାପାଳ ଆଶିଷ କୁମାର ଠାକରେ ,କେନ୍ଦୁଝର ଆରକ୍ଷୀ ଅଧିକ୍ଷକ ମିତ୍ରଭାନୁ ମହାପାତ୍ରଙ୍କ ସମେତ ଜିଲ୍ଲା ସ୍ତରୀୟ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ ।






