ଭୂବନେଶ୍ୱର,(ବାଘୁଆବାର୍ତ୍ତା): କାୟା ମେଲାଇ ଚାଲିଥିବା କରୋନା ମହାମାରୀ କାରଣରୁ ନୟାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପଶୁ ପାଳନ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ତାଙ୍କ ସରକାରୀ ବାସଭବନରେ ରହିଥିବା ବ୍ୟକ୍ତଗିତ ଅଭିଯୋଗ ପ୍ରକୋଷ୍ଠକୁ ବନ୍ଦ କରିଛନ୍ତି । ଯେ କୈାଣସି ବିଷୟରେ ଅଭିଯୋଗକୁ ଲେଖି ନାମ, ଠିକଣା ଏବଂ ଟେଲିଫୋନ ନଂ ସହିତ ତାଙ୍କର ମେଲ ଆଇଡି … ଯୋଗେ ପଠାଇବାକୁ ଅନୁରୋଧ କରିଛନ୍ତି । ଅଭିଯୋଗର ବିଚାର କରାଯାଇ ଏହାର ଅଗ୍ରଗତି ସଂମ୍ପର୍କରେ ଟେଲିଫୋନ ମାଧ୍ୟମରେ ଜଣାଇ ଦିଆଯିବ ବୋଲି ମନ୍ତ୍ରୀ ଡ. ସାହୁ କହିଛନ୍ତି । ଏଥିସହିତ କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ସାମାଜିକ ଦୂରତା ମାନିବା, ମାସ୍କ ବ୍ୟବହାର କରିବା ଏବଂ ଜରୁରୀ କାମ ଶିଶୁ ଏବଂ ବରିଷ୍ଠ ନାଗରିକମାନେ ବାହାରକୁ ନବାହାରିବା ପାଇଁ ପରାମର୍ଶ ଦେଇଛନ୍ତି ।





