ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଆଜି ନୟାଗଡ଼ ପୈାରାଞ୍ଚଳର ବିଭିନ୍ନ ୱାର୍ଡ଼ ବୁଲି ଲୋକଙ୍କୁ କରୋନା ସମ୍ବଦ୍ଧରେ ସଚେତନ କରିଛନ୍ତି । ଏଥିସହିତ ବିଭିନ୍ନ ୱାର୍ଡ଼ ବାସିନ୍ଦାଙ୍କ ରହିଥିବା ସମସ୍ୟା ଶୁଣିଛନ୍ତି । ସହରର ବିକାଶ ପାଇଁ ସାଧାରଣ ଲୋକଙ୍କ ଆବଶ୍ୟକତା ଏବଂ ମୈାଳିକ ସୁବିଧା ପ୍ରତି ପ୍ରାଧାନ୍ୟ ଦିଆଯିବ ବୋଲି ମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି । ଏଥିସହିତ ବିଗତ ଦିନରେ ପୈାରାଞ୍ଚଳ ଦ୍ୱାରା କରାଯାଇଥିବା ଉନ୍ନତୀ ମୂଳକ କାର୍ଯ୍ୟର ସମୀକ୍ଷା ଏବଂ ତଦାରଖ କରିଛନ୍ତି । ମନ୍ତ୍ରୀଙ୍କ ସହ ପୈାର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା, ପୂର୍ବତନ ନଗରପାଳ ଗୁରୁପ୍ରସାଦ ଜେନ ପ୍ରମୂଖ ସାମିଲ ହୋଇଥିବା ଜଣାଯାଇଛି ।





