ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କୁ ଘାରିଛି ବାହାର ରାଜ୍ୟରେ ଫସିଥିବା ଲୋକଙ୍କୁ ଚିନ୍ତା । ମନ୍ତ୍ରୀ କିଛିଦିନ ତଳେ ନୟାଗଡ଼ ନିର୍ବାଚନ ମଣ୍ଢଳୀ ନୟାଗଡ଼ ବ୍ଲକର ପଂଚାୟତ ବୁଲି ସେମାନଙ୍କ ତାଲିକା ପ୍ରସ୍ତୁତି କରିବାକୁ ପଂଚାୟତ ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିବା ବେଳେ ସେମାନଙ୍କର ଚିଠା ପ୍ରସ୍ତୁତ କରି ସହାୟତା ପ୍ରଦାନ କରିଥିଲେ । ଆଜି ମନ୍ତ୍ରୀ ଓଡ଼ଗାଁ ବ୍ଲକର ରୋହିବାଙ୍କ, କୋମ. ରଙ୍ଗଣୀପାଟଣା, ମଶାବାରୀ, ପାଣ୍ଡେରୀପଡ଼ା, ରବିଗାଡ଼ିଆ, କୋରପିଠା, ଭାଡ଼ିକିଳା, ସାକେରୀ,ଶରଧାପୁର, ରାବେରା, ଗୈାଡ଼ପୁଟ, ବାଣ୍ଠପୁର, ନନ୍ଦିଘର, ଆରେଡ଼ା ପ୍ରଭୂତି ସ୍ଥାନ ବୁଲି ଜନପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି । ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶଅନୁସାରେ, କିଭଳି ବାହାର ରାଜ୍ୟରେ ଥିବା ଲୋକଙ୍କ ପଂଜିକରଣ କରାଯିବ ସେ ନେଇ ଆଲୋଚନା କରିଛନ୍ତି । ଏଥିସହିତ ଅସୁବିଧାରେ ଥିବା ବ୍ୟକ୍ତିଙ୍କ ପାଖକୁ ସହାୟତା ପଠାଯିବାର ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଛନ୍ତି । ଏଥିସହିତ ପ୍ରତ୍ୟେକ ପଂଚାୟତରେ ମନ୍ତ୍ରୀ କୃଷି କାର୍ଯ୍ୟ କରିବାରେ କୃଷକମାନେ ଯେଭଳି ହଇରାଣ ନହେବେ ସେ ନେଇ ପ୍ରତିନିଧିମାନେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ମନ୍ତ୍ରୀ କହିଛନ୍ତି । ମନ୍ତ୍ରୀ ଆଜି ଗ୍ରସ୍ତ ସମୟରେ ବିଭିନ୍ନ ସ୍ଥାନରେ ଥିବା କ୍ୱାରେଣ୍ଟାଇନ୍ ଗୃହ ଗୁଡ଼ିକ ବୁଲି ଦେଖିବା ସହ ବାହାର ରାଜ୍ୟରେ ଥିବା ଶ୍ରମିକମାନେ ଫେରିବା ପୂର୍ବରୁ ପ୍ରର୍ଯ୍ୟାପ୍ତ ପରିମାଣର ବ୍ୟବସ୍ଥା ଗ୍ରହଣ କରିବାକୁ କହିଛନ୍ତି । କରୋନାକୁ ପଂଚାୟତରେ ପଶିବାକୁ ନଦେବାକୁ ମନ୍ତ୍ରୀ ପରାମର୍ଶ ଦେଇଥିବା ବେଳେ ସ୍ୱାସ୍ଥ୍ୟ ପ୍ରତି ସମସ୍ତେ ଯତ୍ନବାନ ହେବାକୁ କହିଛନ୍ତି ।






