Friday, June 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମହାମାରୀ ସତ୍ତ୍ବେ ଓଡ଼ିଶାର ଖଣି ରାଜସ୍ବ ୧୩,୭୦୦ କୋଟିକୁ ବୃଦ୍ଧି

by ସଞ୍ଜୟ ସ୍ୱାଇଁ
April 7, 2021
in Feature News
ମହାମାରୀ ସତ୍ତ୍ବେ ଓଡ଼ିଶାର ଖଣି ରାଜସ୍ବ ୧୩,୭୦୦ କୋଟିକୁ ବୃଦ୍ଧି
44
VIEWS
Share on FacebookShare on Twitter

ଭୁବନେଶ୍ବର,(ବାଘୁଆବାର୍ତ୍ତା): କରୋନା ମହାମାରୀ ଯୋଗୁଁ ଖଣି କାର୍ଯ୍ୟ ବାଧାପ୍ରାପ୍ତ ହେବା ସତ୍ତ୍ବେ ୨୦୨୦-୨୧ ଆର୍ଥିକ ବର୍ଷରେ ଓଡ଼ିଶାର ଖଣି ରାଜସ୍ବ ବୃଦ୍ଧି ପାଇଛି । ୨୦୧୯-୨୦ ଆର୍ଥିକ ବର୍ଷରେ ଓଡ଼ିଶାର ଖଣି ରାଜସ୍ବ ୧୧,୦୨୦ କୋଟି ଟଙ୍କା ଥିବାବେଳେ ୨୦୨୦-୨୧ରେ ତାହା ୧୩,୭୦୦ କୋଟିକୁ ବୃଦ୍ଧି ପାଇଛି । ରାଜ୍ୟ ଖଣି ନିର୍ଦ୍ଦେଶକ ଦେବୀଦତ୍ତ ବିଶ୍ବାଳ କହିଛନ୍ତି ଯେ କରୋନା ମହାମାରୀ ଯେଗୁଁ ୨୦୨୦-୨୧ରେ ଓଡ଼ିଶାର ଖଣିକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ଏହା ଫଳରେ ଖଣିଗୁଡ଼ିକ ନିଜ କ୍ଷମତାର ୭୦ ପ୍ରତିଶତ ହିଁ ଚାଲୁଛନ୍ତି । କିନ୍ତୁ ଖଣିଜ ପଦାର୍ଥ ଉପରେ ଭଲ ପ୍ରିମିୟମ ଆଦାୟ ଯୋଗୁଁ ଏଥର ଖଣି ରାଜସ୍ବ ବୃଦ୍ଧି ପାଇଛି । ନୂଆ ଖଣି ନିଲାମ ସମ୍ପର୍କରେ ସେ କହିଛନ୍ତି ଯେ ରାଜ୍ୟ ସରକାର ପ୍ରାୟ ୧୫ଟି ଖଣିଜ ବ୍ଲକ ନିଲାମ ପାଇଁ ପ୍ରସ୍ତୁତ ରଖିଛନ୍ତି । ତେବେ ଏହି ନିଲାମ କରିବା ପୂର୍ବରୁ କେନ୍ଦ୍ର ସରକାର ଆଣିବାକୁ ଯାଉଥିବା ଏମସିଆର ଆଇନ ୨୦୧୬ରେ ସଂଶୋଧନକୁ ଅପେକ୍ଷା କରାଯିବ । ଗତ ବର୍ଷ ସରକାର ୨୪ଟି ବ୍ଲକ ନିଲାମ କରିଥିଲେ । ତାମଧ୍ୟରୁ ୧୯ଟି ବ୍ଲକ ପାଇଁ ଲିଜ୍ ଡିଡ୍ ସ୍ବାକ୍ଷରିତ ହୋଇଥିଲା । ଏହା ମଧ୍ୟରୁ ୧୮ଟି ଖଣିରେ ଉତ୍ପାଦନ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!