ଓଡଗାଁ, (ବାଘୁଆବାର୍ତ୍ତା): ଓଡଗାଁ ତହସିଲ ଅଞ୍ଚଳରେ ଅନେକ ଗାଁ ଏବେ ମାଇକ୍ରୋ କଣ୍ଟେନମେଣ୍ଟରେ ଅଛି । ଆଜି ଓଡଗାଁ ତହସିଲଦାର ବିଜୟିତା ସାମନ୍ତସିଂହାର ସୁନାମୁହିଁ ଗ୍ରାମ ପଞ୍ଚାୟତର ସାତପଟିଆ ଗାଁକୁ ମାଇକ୍ରୋ କଣ୍ଟେନମେଣ୍ଟ ଭାବେ ଘୋଷଣା କରିଛନ୍ତି । ଆଜି ଦିନ ୨ଟାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ଉକ୍ତ ଅଞ୍ଚଳକୁ ବିଶୋଧନ କରାଯିବା ସହ ସ୍ୱାସ୍ଥ୍ୟ ଟିମ ଯାଇ ତଦାରଖ କରିବେ । ଉକ୍ତ ଗ୍ରାମର କୌଣସି ବ୍ୟକ୍ତି ବାହାରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି ।





