ନୟାଗଡ଼ (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ କରୋନା ସ୍ଥିତିରେ ପରିବର୍ତ୍ତନ ଦେଖାଦେଇଛି । କରୋନାର ସଂଖ୍ୟା କମିଥିବା ବେଳେ ଅନେକ ଅମାନିଆଙ୍କ ଲାଗି ସ୍ଥିତି ଗମ୍ଭିର ଆଡକୁ ଯାଉଛି । ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ କଣ୍ଟିଲୋ ପଞ୍ଚାୟତର କଣ୍ଟିଲୋ ଗ୍ରାମ ନରେନ୍ଦ୍ରପୁର ପାଟଣାର ଡେରା ସାହିକୁ ମାଇକ୍ରୋ କଣ୍ଟେନମେଣ୍ଟ କରାଯାଇଛି । ଖଣ୍ଡପଡ଼ା ତହସିଲଦାର ପାର୍ଥସାରଥୀ ହାସଂଦା ଆଜି ସକାଳ ୬ଟାରୁ ୨୧ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରିଛନ୍ତି । ଉକ୍ତ ଅଞ୍ଚଳରେ ବିଶୋଧନ କରାଯିବା ସହ ସ୍ୱାସ୍ଥ୍ୟକର୍ମୀ ମାନେ ଘରକୁଘର ଯାଞ୍ଚ କରିବେ ।





