Friday, August 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମିଛୁଆ ସରପଞ୍ଚ, ରାଧୁଆ କାହାଣୀ

by ସଞ୍ଜୟ ସ୍ୱାଇଁ
March 21, 2021
in Nayagarh
ମିଛୁଆ ସରପଞ୍ଚ, ରାଧୁଆ କାହାଣୀ
1.7k
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ମିଛୁଆ ସରପଞ୍ଚ ଓ ରାଧୁଆ କାହାଣୀକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଲୋକଙ୍କ ଆଗରେ ନିଜର ସାଧୁତାର ପରିଚୟ ଦେଇ ଏହି ମିଛୁଆ ସରପଞ୍ଚ, ବିଡିଓଙ୍କଠାରୁ ଆରମ୍ଭ କରି ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ନାମରେ ମିଛର ଗୋଦାମ ଖୋଲି ଚାଲିଛନ୍ତି । ୨୦୧୭ ମସିହାରେ ପଞ୍ଚାୟତ ନିର୍ବାଚନ ହେବା ପରଠାରୁ ନିଜର ଦାବି ମୁତାବକ ପଞ୍ଚାୟତର ନିର୍ବାହୀ ଅଧିକାରୀଙ୍କୁ ବଦଳାଇବା ସଫଳ ହୋଇଥିବା ସରପଞ୍ଚ ଏବେ କୁଆଡ଼େ ନିର୍ବାହୀ ଅଧିକାରୀ ବଦଳିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି । ସରପଞ୍ଚ ହେବାର ଦେଢ଼ ବର୍ଷ ଭିତରେ ୪ ଜଣ ପଞ୍ଚାୟତ ଅଧିକାରୀଙ୍କୁ ସେ ବଦଳି କରାଇବାରେ ସଫଳ ହୋଇଥିବା ବେଳେ ଏବେ ଅଢ଼େଇ ବର୍ଷ ହେବ ପଞ୍ଚାୟତ ଦାୟିତ୍ୱରେ ଥିବା ନିର୍ବାହୀ ଅଧିକାରୀଙ୍କ କାମରେ ବାଧକ ସୃଷ୍ଟି କରିଛନ୍ତି । ପଞ୍ଚାୟତର ଉନ୍ନତି ପାଇଁ ସରପଞ୍ଚ ନିଜର ବଡ଼ିମାକୁ ପ୍ରଚାର କରୁଥିବା ବେଳେ ମନରେଗାର ଅନୁଦାନ ପ୍ରାପ୍ତ ତାଙ୍କ ପଞ୍ଚାୟତର ଏକ ଉଚ୍ଚ ବିଦ୍ୟାଳୟ ଖେଳପଡ଼ିଆ, ନିଜ ଗାଁ ପୋଖରୀ, ଏକ ଗାଁ ରାସ୍ତା ସମେତ ୫ଟି କାମକୁ ନକରାଇ ଦେବାରେ ତାଙ୍କ ଭୂମିକା ସର୍ବଶ୍ରେଷ୍ଠ । ଏହି କାମ ପାଇଁ କାର୍ଯ୍ୟଦେଶ ସତ୍ୱେ ସରପଞ୍ଚଙ୍କୁ ଭୟ କରି ମନରେଗା କାର୍ଯ୍ୟ ହୋଇପାରୁନଥିବା ଜଣାଯାଇଛି । ସବୁଠାରୁ ବେଶୀ ଚର୍ଚ୍ଚାର ବିଷୟ ହେଉଛି, ସରପଞ୍ଚ ବିଡିଓଙ୍କୁ ବିଲ୍ ମାଗିବା । ସରକାରୀ ନିୟମମୁତାବକ, ବ୍ଲକ ହେଉ କିମ୍ବା ପଞ୍ଚାୟତର ଉନ୍ନୟନ ମୂଲକ କାର୍ଯ୍ୟର କାର୍ଯ୍ୟାଦେଶ ଯନ୍ତ୍ରୀ କିମ୍ବା ନିର୍ବାହୀ ଅଧିକାରୀଙ୍କ ନାମରେ ରହିଥାଏ । ସେମାନେ କାମ କରି ବିଲ୍ ପାଇବା ପାଇଁ ହକାଦାର୍ । ମାତ୍ର ଉକ୍ତ ସରପଞ୍ଚ ବିଡିଓଙ୍କୁ ଆସି ବାରମ୍ବାର ବିଲ୍ ମାଗିବାର କାରଣ କ’ଣ? ସବୁଠାରୁ ବଡ଼ ପ୍ରସଙ୍ଗ ହେଉଛି, ନିଜେ ସରପଞ୍ଚ ନିଜ ପଞ୍ଚାୟତର ନିର୍ବାହୀ ଅଧିକାରୀ ଏବଂ ଯନ୍ତ୍ରୀଙ୍କ କାମ ଏବଂ ନାମରେ ଆରଟିଆଇ ଫାଇଲ କରିବା । ପଞ୍ଚାୟତ ସମସ୍ତ କାଗଜାତ ସରପଞ୍ଚ ଜାଣତରେ କରାଯାଉଥିବା ବେଳେ ଏହାକୁ ସୂଚନା ଅଧିକାର ଆଇନ ମାଧ୍ୟମରେ ମାଗିବାର ଉଦ୍ଦେଶ୍ୟ କ’ଣ? ଏପରିକି ଯନ୍ତ୍ରୀଙ୍କର ଶିକ୍ଷାଗତ ଯୋଗ୍ୟତା ଏବଂ କେଉଁ ଆଧାରରେ ଚାକିରି ପାଇଲେ ତାକୁ ନେଇ ସରପଞ୍ଚଙ୍କ ଆରଟିଆଇ ଏବେ ଚର୍ଚ୍ଚାର ବିଷୟ ହୋଇଛି । ସରପଞ୍ଚ ପଞ୍ଚାୟତର ବିକାଶ ଚିନ୍ତା କରିବା ବଦଳରେ ଅଧିକାରୀଙ୍କୁ ବ୍ଲାକ ମେଲିଂ କରିବା କେତେଦୂର ଯଥାର୍ଥ? ଏପରି ଘଟଣା ଘଟିଛି, ନୟାଗଡ଼ ନିକଟସ୍ଥ ଏକ ପଞ୍ଚାୟତରେ । ଏହାର ସମ୍ପୂର୍ଣ୍ଣ ତଥ୍ୟ ଆସନ୍ତାକାଲି ଖୁଲାସା କରାଯିବ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!