ଭୁବନେଶ୍ୱର, (ବାଘୁଆବାର୍ତ୍ତା): ମାଟ୍ରିକ୍ ମୂଲ୍ୟାଙ୍କନ ପଦ୍ଧତିକୁ ନେଇ ବୋର୍ଡ ପକ୍ଷରୁ ଅନୁମୋଦନ ମିଳିଛି । ନବମ ଷାଣ୍ମାସିକ ଓ ବାର୍ଷିକ ମୂଲ୍ୟାଙ୍କନକୁ ପ୍ରଧାନ୍ୟ ଦିଆଯିବ । ନବମ ଓ ଦଶମ ପ୍ରଦର୍ଶନ ଆଧାରରେ ଛାତ୍ରଛାତ୍ରୀଙ୍କୁ ମିଳିବ ମାର୍କ । ଦଶମ ଶ୍ରେଣୀର ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ଅଭ୍ୟାସ ପରୀକ୍ଷାକୁ ମୂଲ୍ୟାଙ୍କନରେ ସାମିଲ କରାଯିବ । ମୂଲ୍ୟାଙ୍କନ ବେଳେ ନବମର ୪୦% ପ୍ରତିଶତ ନମ୍ବରକୁ ବିଚାରକୁ ନିଆଯିବ । ଦଶମ ୬୦% ପ୍ରତିଶତ ନମ୍ବରକୁ ବି ବିଚାରକୁ ନିଆଯିବ । ପ୍ରତି ବିଷୟରେ ଦୁଇଟି ସର୍ବାଧିକ ନମ୍ବରକୁ ହିଁ ମୂଲ୍ୟାଙ୍କନ କରିବାକୁ ସ୍ଥିର କରାଯିବ । ଶିକ୍ଷାର୍ଥୀ ଦଶମରେ ଆଦୌ ଅଭ୍ୟାସ ପରୀକ୍ଷା ଦେଇନଥିଲେ ନବମ ମାର୍କକୁ ଶତପ୍ରତିଶତ ଓ ଅଭ୍ୟାସ ପରୀକ୍ଷା ଦେଇନଥିଲେ ନବମ ଶ୍ରେଣୀର ୭୦% ପ୍ରତିଶତକୁ ଗୁରୁତ୍ୱ ଦିଆଯିବ । ପ୍ରତି ସ୍କୁଲରେ ଛାତ୍ରଛାତ୍ରୀଙ୍କ ମାର୍କକୁ ଅପଲୋଡ୍ କରିବେ ଶିକ୍ଷକ । ଏଥିପାଇଁ ୨୭୬୬ଟି ସ୍କୁଲକୁ ମେଣ୍ଟର ସ୍କୁଲ ଭାବେ ଚୟନ କରାଯାଇଥିବା ସୂଚନା ମିଳିଛି ।






