Wednesday, June 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦୂର ହେଉନି ମେଣ୍ଟ ଦ୍ୱନ୍ଦ୍ୱ, କାଲି ହେବ ନିର୍ବାଚନ ତାରିଖ ଘୋଷଣା, ଦ୍ୱନ୍ଦ୍ୱରେ କର୍ମୀ ଓ ନେତା

by ସଞ୍ଜୟ ସ୍ୱାଇଁ
March 15, 2024
in Politics, State
ବିଜେଡି ଖେଳୁଛି ଖେଳ, ବିଜେପି ପାଇଁ କାଳ
157
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାତି ପାହିଲେ ବାଜିବ ୨୪ ବିଗୁଲ । ହେଲେ ଏଯାଏଁ ରାଜ୍ୟ ରାଜନୀତିରେ ନିର୍ବାଚନ ଆଧାର ତିଆରି ହୋଇପାରିନାହିଁ । ରାଜନୈତିକ ଦଳର ସବୁ ନିର୍ବାଚନୀ କସରତ ଯେମିତି ମେଂଟ ଚର୍ଚ୍ଚା ପାଖରେ ଅଟକି ଯାଇଛି । ଆଉ ଏହାରି ଭିତରେ ମେଂଟ ବାବଦରେ ଜାଣିବା ପାଇଁ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ରାଜନେତା ଯାଏଁ ସମସ୍ତଙ୍କ ମଧ୍ୟରେ ଉକ୍ରଣ୍ଠା ବଢି ଯାଇଛି । ବିଭିନ୍ନ ଆଳ ଦେଖାଇ ତଥ୍ୟ ସଂଗ୍ରହ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି । ଆସନ୍ତାକାଲି ଅପରାହ୍ଣ ୩ଟା ବେଳେ ନିର୍ବାଚନ ତାରିଖ ଘୋଷଣା କରିବେ ନିର୍ବାଚନ କମିସନ । କିନ୍ତୁ ଏପର୍ଯ୍ୟନ୍ତ ରାଜ୍ୟରେ ନିର୍ବାଚନ କେଉଁ ଆଧାର ସ୍ପଷ୍ଟ ହେଉନାହିଁ । କାରଣ ଶାସକ ଦଳ ବିଜେଡି ଓ ମୁଖ୍ୟ ବିରୋଧୀ ଦଳ ବିଜେପି ମଧ୍ୟରେ ମେଂଟ ହେବା ନେଇ ପାଖାପାଖି ୧୫ ଦିନ ହେଲା ଯେଉଁ କସରତ ଚାଲିଛି, ତାହା ରୂଡ଼ାନ୍ତ ହୋଇପାରୁନାହିଁ । କେଉଁ ଏକ ଅଜଣା କାରଣରୁ ଆଜି ଅସମ୍ଭବ ନିରବତା ଅବଲମ୍ବନ କରିଛନ୍ତି ଉଭୟ ଦଳର ଶୀର୍ଷ ନେତୃତ୍ୱ । ମେଂଟ ହେବ କି ଅଲଗା ଅଲଗା ଦୁଇ ଦଳ ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ ହୋଇ ନିର୍ବାଚନ ମଇଦାନକୁ ଓହ୍ଲାଇବେ, ଜାଣିବା ପାଇଁ ସାରା ଓଡ଼ିଶା ଅପେକ୍ଷା କରି ରହିଛି । କେବଳ ସାଧାରଣ ଜନତା ନୁହେଁ, ଉଭୟ ବିଜେପି ଓ ବିଜେଡିର ଛାମୁଆ ନେତା ଓ କର୍ମୀ ମଧ୍ୟ ଦ୍ୱନ୍ଦ୍ୱରେ ରହିଛନ୍ତି । ବିଜେଡି ବିଜେପି ମେଂଟକୁ ନେଇ ଚର୍ଚ୍ଚା ଭିତରେ, ନବୀନ ନିବାସ ଓ ଶଂଖ ଭବନରେ ଲାଗିଛି ନେତା ଓ ସମର୍ଥକଙ୍କ ଭିଡ । ନେତା ଓ ବିଭିନ୍ନ ସଂଗଠନର କର୍ମକର୍ତା ନିଜ ନିଜର ସମର୍ଥକଙ୍କୁ ଧରି ଶୁଭେଛା ଜଣାଇବା ପାଇଁ ପହଁଚିଛି । କିନ୍ତୁ ଏହି ଭିଡ ପଛରେ ଦୁଇଟି କାରଣ ଥିବା କୁହାଯାଉଛି । ନେତାମାନେ ନିଜ ନିଜର ଲବି କରିବା ସହ ମେଂଟ ହେବ କି ନାହିଁ ଜାଣିବା ପାଇଁ ଭୁବନେଶ୍ୱର ଆସିଛନ୍ତି । ସଂକେତ ପାଇଲେ ଆଗାମୀ ନିର୍ବାଚନ ପାଇଁ ସେହି ଅନୁସାରେ ପ୍ରସ୍ତୁତ କରିବେ ରଣନୀତି । କେବଳ ବିଜେଡି ନୁହେଁ ବିଜେପି କାର୍ଯ୍ୟାଳୟରେ ବି ବିଭିନ୍ନ ସ୍ଥାନରୁ ଆସି ନେତା ଓ କର୍ମୀ ପହଁଚିଛନ୍ତି । ମେଂଟ ନେଇ ରାଜ୍ୟସ୍ତରୀୟ ନେତାଙ୍କୁ ଭେଟି ପଚାରୁଛନ୍ତି । କେହି କେହି ସାମ୍ବାଦିକଙ୍କୁ ପଚାରୁଛନ୍ତି । ହେଲେ, କାହା ପାଖରେ ନାହିଁ ସ୍ପଷ୍ଟ ସୂଚନା । ତଥାପି ନିଜ ଦଳର ନାରାବାଜି କରି ନିଜକୁ ଉତ୍ସାହିତ କରୁଛନ୍ତି । ଗୁରୁବାର ବିଜେପି ରାଜ୍ୟ ସଭାପତିଙ୍କ ମନ୍ତବ୍ୟ ଓ ବିଜେଡି ବରିଷ୍ଠ ନେତାଙ୍କ ବୈଠକ ପରେ, ଆଶା କରାଯାଉଥିଲା ମେଂଟକୁ ନେଇ ଚିତ୍ର ସ୍ପଷ୍ଟ ହେବ । ମେଂଟକୁ ନେଇ ଉଭୟ ଦଳ ପକ୍ଷରୁ ସ୍ପଷ୍ଟ ସୂଚନା ମିଳିବ । ହେଲେ, ସମୟ ଗଡି ଚାଲିଥିବାରୁ ଆଶା ଆଶଙ୍କା ବଢ଼ିବାରେ ଲାଗିଛି । ବିଜେଡି-ବିଜେପି ନେତାଙ୍କ ଘନ ଘନ ବୈଠକ, ଦିଲ୍ଲୀରୁ ଭୁବନେଶ୍ୱର ପର୍ଯ୍ୟନ୍ତ ମାନସ ମନ୍ଥନ ସତ୍ୱେ ବି ମେଂଟର ଚିତ୍ର ଅସ୍ପଷ୍ଟ ରହିଛି । ଦୁଇ ଦଳର ବରିଷ୍ଠ ନେତାଙ୍କ ନିରବତା, ମେଂଟ ଦ୍ୱନ୍ଦ୍ୱକୁ ଆହୁରି ବଢ଼ାଇ ଦେଇଛି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!