Friday, November 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମେହେଦିର ଐତିହାସିକ ପଟଭୂମି ପ୍ରସ୍ତୁତି, ବ୍ୟବହାର ବିଧି

by ସଞ୍ଜୟ ସ୍ୱାଇଁ
June 21, 2021
in Health, State
ମେହେଦିର  ଐତିହାସିକ ପଟଭୂମି ପ୍ରସ୍ତୁତି, ବ୍ୟବହାର ବିଧି
253
VIEWS
Share on FacebookShare on Twitter

ନୟାଗଡ଼ (ବାଘୁଆବାର୍ତ୍ତା): ମେହେଦି ପ୍ରସଙ୍ଗରେ ପ୍ରଥମେ ଆସେ ରାଜସ୍ଥାନର ନାମ । ରାଜସ୍ଥାନୀ ଜୀବନ ଚର୍ୟ୍ୟା ସହିତ ମେହେଦି ଓତପ୍ରୋତ ଭାବରେ ଜଡିତ । ପୂଜା ପାର୍ବଣ ବ୍ରତ କୌଣସି ସାମାଜିକ ଶୁଭ ଅନୁଷ୍ଠାନରେ ମାଙ୍ଗଳିକ ଚିହ୍ନ ହିସାବରେ ରାଜସ୍ତାନୀ ମହିଳାମାନେ ମେହେଦି ଲଗାଇ ଥାନ୍ତି । କୁମାରୀ ଓ ସଧବା ମାନଙ୍କ ପାଦ ଓ ହାତରେ ମେହେଦିର ରଙ୍ଗ ନଲାଗିଲେ ଉତ୍ସବର ମାଦକତା ଆସେନା, କି କୌଣସି ଶୁଭାନୁଷ୍ଠାନ ପୂର୍ଣ୍ଣାଙ୍ଗ ହୁଏନା । ମେହେଦି କେବଳ ରାଜସ୍ଥାନୀ ଶିଳ୍ପ, ସଂସ୍କୃତି ଏବଂ ଐତିହ୍ୟର ବାହକ ନୁହେଁ, ପ୍ରେମ ଓ ବୀର୍ୟ୍ୟର ମଧ୍ୟ ପ୍ରତୀକ । ଶୁଣାଯାଏ, ଆଗକାଳ ଦିନରେ ରାଜସ୍ଥାନୀ କ୍ଷତ୍ରୀୟ ସଂପ୍ରଦାୟର ପୁରୁଷମାନେ ଯେତେବେଳେ ଯୁଦ୍ଧକୁ ଯାଉଥିଲେ, ଯିବା ପୁର୍ବରୁ ସ୍ତ୍ରୀ ହାତରୁ ମେହେଦି ପିତା ନେଇ ଅଣ୍ଟାରେ ଖୋସି ଯାଉଛଥିଲେ । ଯୁଦ୍ଧ କ୍ଷେତ୍ରରେ କଟି ଦେଶରେ ବନ୍ଧା ସେଇ ମେହେଦି ବାର ବାର ତା ଦେଶର କଥା ଓ ପ୍ରିୟଜନଙ୍କ କଥା ମନେ ପକାଇ ଦିଏ । ଦେଶ ପ୍ରେମ ଚେତନାରେ ଉଦବୁଦ୍ଧି ହୋଇ ସେମାନେ ମରଣ ପଣ ସଂଗ୍ରାମ କରୁଥିଲେ । ରାଜସ୍ଥାନର ମନୋହରୀ ଚିତ୍ର କଳାର ପ୍ରତିଫଳନ ଘଟିଛି ମେହେଦି କାରୁକାର୍ୟ୍ୟରେ । ଓଡିଆ ସମାଜରେ ଯେପରି ଏକ ସମୟରେ ନିୟମିତ ନାପିତାଣୀ (ବାରିକିଆଣୀ) ହାତରେ ଘରର ବୋହୁ ଓ ଝିଅମାନେ ଅଳତା ଲଗାଇବାର ପ୍ରଥା ଥିଲା । ସେଇପରି ରାଜସ୍ଥାନୀ ସମାଜରେ ଆଜି ବି “ମିସରାଣୀ” ମାନେ ମେହେଦି ଲଗାଇ ଦେବାକୁ ଘରକୁ ଆସିଥାନ୍ତି । ସବୁଜ ମେହେଦି ପତ୍ର ମଧ୍ୟରୁ ରଙ୍ଗ କିପରି ବାହାରେ – ଏ ସଂପର୍କରେ ଅନେକଙ୍କ କୌତୁହଳ ଅଛି । ଏହା ରାସାୟନିକ ପ୍ରତିକ୍ରିୟା ଯୋଗୁ ହୋଇଥାଏ । ମେହେଦି ମଧ୍ୟରେ ଯେଉ କେତୋଟି ମୁଖ୍ୟ ରାସାୟନିକ ଉପାଦାନ ଅଛି, ତାହା ହେଉଛି ଶତକଡା ୧୫ ଭାଗ “ଲସୋନ” ନାମକ ରଂଜକ ପଦାର୍ଥ, ଶତକଡା ୫୦ ଭାଗ ଜଳ । ଏହା ବ୍ୟତୀତ ଅଛି ଗ୍ଲୁକୋଜ, ଚର୍ବୀ ଏବଂ ଏକ ଜାତୀୟ ଅଠା । ମେହେଦିର ରସ ଯେତେବେଳେ ତ୍ୱକର ତନ୍ତୁ (ଟିସୁ) ଏବଂ ଅକ୍ସିଜେନ ସଂସ୍ପର୍ଷରେ ଆସେ, ସେତେବେଳେ ରାସାୟନିକ ପ୍ରକ୍ରିୟାରେ ତାର ରଙ୍ଗ ହୁଏ ଲାଭ । ମନୁଷ୍ୟର ହାତ ଓ ପାଦ ତଳରେ ଅଧିକ ତନ୍ତୁ ସଂଖ୍ୟା, ତାର ସଂସ୍ଥାନ ମଧ୍ୟ ଖୁବ ଘନ । ତେଣୁ ଶରୀରର ଯେ କୌଣସି ଅଂଶ ତୁଳନାରେ ହାତ ଏବଂ ପାଦ ପାପୁଲିରେ ମେହେଦିର ରଙ୍ଗ ଭଲ ଫୁଟିଥାଏ । ରାଜସ୍ଥାନୀ ସମାଜରେ ପ୍ରଚଳିତ ଧାରଣା, ମେହେଦିର ରଙ୍ଗ ହିଁ ଦାମ୍ପତ୍ୟ ପ୍ରେମର ପରଖ । ଯାହାର ହାତ ଓ ପାଦରେ ମେହେଦିର ରଙ୍ଗ ଯେତେ ଗାଢ଼ ହୁଏ, ସିଏ ସେତେ ସ୍ୱାମୀ ସୁହାଗିନୀ । ଯାହା ହାତରେ ରଙ୍ଗ ଫୁଟେ ନାହିଁ, ସେ ଅଭାଗିନୀ । ବିଜ୍ଞାନ ଅବଶ୍ୟ ଅନ୍ୟ କଥା କୁହେ । ବୈଜ୍ଞାନିକ ବ୍ୟାଖ୍ୟା ଅନୁଯାୟୀ ହାତ ଓ ପାଦର ତନ୍ତୁ ସଂଖ୍ୟା ଓ ତନ୍ତୁ ସଂସ୍ଥାନ ଉପରେ ରଙ୍ଗ ଗାଢ଼ ହେବା ନ ହେବା ନିର୍ଭର କରେ । ତେଣୁ ଯେଉଁମାନଙ୍କ ହାତରେ ଭଲ ରଙ୍ଗ ଫୁଟେ ନାହିଁ, ସେମାନେ ମନ ଖରାପ କରିବାର କୌଣସି କାରଣ ନାହିଁ । ମେହେଦିର ଉତ୍ସ ସଂପର୍କରେ ସଠିକ କୌଣସି ତଥ୍ୟ ମିଳେ ନାହିଁ । ତେବେ ଏଲିୟଟି ସ୍ମିଥଙ୍କ ବକ୍ତବ୍ୟ ଅନୁଯାୟୀ, ମେହେଦି ମିଶରର ଦାନ । ମମିର ପାଦ ଓ ହାତରେ ମେହେଦି ଲଗାଯାଉଥିଲା । ସେଇ ଠାରୁ ହିଁ ତାହା ଭାରତକୁ ଆସିଛି । “ରସର ଆକାର” ଗ୍ରନ୍ଥରୁ ଜଣାଯାଏ, ଦ୍ୱାଦଶ ଶତାବ୍ଦୀରେ ଭାରତରେ ମେହେଦିର ଉଲ୍ଲେଖ ଅଛି । ଏହା ବ୍ୟତୀତ ଅଜନ୍ତା ଏଲୋରାରେ ଗୋଟିଏ ଗୁହ୍ୱା ଚିତ୍ରରେ ଦେଖାଯାଏ, ଜଣେ ରାଜକନ୍ୟା ବଗିଚାରେ ଏକ ବୃକ୍ଷ ମୂଳରେ ଅଧା ଶୋଇବା ଅବସ୍ଥାରେ । ତାହା ହାତରେ ସଖୀମାନେ ମେହେଦି ରଚନା କରୁଛନ୍ତି । ମେହେଦିର ଉପଯୋଗିତା – ମେହେଦି ଏପରି ଏକ ପ୍ରସାଧନୀ ଯାହା ଦ୍ୱରା କୌଣସି ପ୍ରକାର କ୍ଷତିର ସମ୍ଭାବନା ନଥାଏ । ଏହା ବ୍ୟବହାର କରିବା ଦ୍ୱାରା ତ୍ୱକ କୋମଳ ହୋଇ ଉଠିବା ସଙ୍ଗେ ସଙ୍ଗେ ସତେଜ ଓ ଲାବଣ୍ୟମୟ ହୋଇଥାଏ । ବର୍ତ୍ତମାନ ପ୍ରସାଧନ ଜଗତକୁ ନାନା ଆଧୁନିକ ଉପକରଣ ଆସିଗଲାଣି । କିନ୍ତୁ ମେହେଦିର ଐତିହ୍ୟ ଟିକିଏ ବି ମ୍ଳାନ ହୋଇନି, ବରଂ ଆଧୁନିକ ସମାଜରେ ଏହାର ଆଦର ବଢୁଛି । ବିୟୁଟି ପାର୍ଲରରେ ମଧ୍ୟ ଏହାର ସମାଦର । ଚୁଳର ଔଜଲ୍ୟ ବଜାଇ ରଖିବାକୁ, ଚୁଳ କଳା କିମ୍ବା ବାଦାମି କରିବାକୁ ଏବଂ ହେୟାର କଣ୍ଡିସନର ହିସାବରେ ମେହେଦିର ତୁଳନା ନାହିଁ । ଏହା ବ୍ୟତୀତ ଔଷଧ ହିସାବରେ ମଧ୍ୟ ଏହାର ଅନ୍ୟ ମୂଲ୍ୟ ଅଛି । ମେହେଦିର ଗୁଣ ଥଣ୍ଡା କରିବା । ଏଥି ପାଇଁ ଗ୍ରୀଷ୍ମ ଦିନରେ ଖୁବ ଗରମ ହାୱା ଲାଗିଲେ ବା ଖୁବ ଖରା ଯୋଗୁ ମୁଣ୍ଡ ବିନ୍ଧିଲେ ମେହେଦି ପତ୍ର ବାଟି ଲଗାଇବା ଖୁବ ଫଳପ୍ରଦ । ଖୁବ ଅଳ୍ପ ସମୟ ମଧ୍ୟରେ ଯନ୍ତ୍ରଣାର ଉପଶମ ଘଟେ । ପ୍ରଚଣ୍ଡ ଜ୍ୱର କିମ୍ବା ମାନସିକ ଅପ୍ରକୃତିସ୍ଥ ଅବସ୍ଥାରେ ମେହେଦିର ପ୍ରୟୋଗ ଖୁବ ଉପଯୋଗୀ । ବର୍ଷା ଯୋଗୁ ଅନେକ ସମୟରେ ହାତ ଓ ପାଦରେ ଏକ ପ୍ରକାର ଚର୍ମ ରୋଗ ହୁଏ ବା ଶୀତ ଦିନରେ ରୁକ୍ଷତା ଦୃଷ୍ଟିରୁ ଯେଉଁ ହାତ, ପାଦ ଫାଟେ ସେଥିରେ ମେହେଦି ପତ୍ର ବାଟି ଲଗାଇଲେ ଖୁବ କମ ଦିନ ମଧ୍ୟରେ ଭଲ ହୋଇଯାଏ । ଯେ କୌଣସସି ଚର୍ମ ରୋଗରେ ମେହେଦି ପତ୍ରକୁ ସିଦ୍ଧକରି ସେଇ ପାଣିକୁ ଲଗାଇଲେ ଆଶ୍ଚର୍ୟ୍ୟ ପ୍ରକାର ଫଳ ଲାଭ ହେଇଥାଏ । ଶ୍ୱେତୀ ରୋଗରେ ମଧ୍ୟ ଏହାର ପ୍ରୟୋଗ ଖୁବ ଫଳ ପ୍ରଦ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!