ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ବନବିଭାଗର ଜିଲ୍ଲା ସ୍ତରୀୟ ପରିଚାଳନା ଏବଂ ସମନ୍ୱୟ କମିଟି ବୈଠକ ମହୀପୁର ବନାଂଚଳ ମେର୍ଗା ନର୍ସରୀଠାରେ ଗତକାଲି ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବନଖଣ୍ଡ ଅଧିକାରୀ ଧନରାଜ୍ ଏଚ୍.ଡି, ପ୍ରକଳ୍ପ ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ରାୟ, ଅତିରିକ୍ତ ବନଖଣ୍ଡ ଅଧିକାରୀ ଅରବିନ୍ଦ ମହାନ୍ତି, ମହୀପୁର ବନାଞ୍ଚଳ ଅଧିକାରୀ ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ଜିଲ୍ଲାପାଳ ମେଗା ନର୍ସରୀ ବୁଲି ଦେଖିବା ସହ ବୃକ୍ଷରୋପଣ କରିଥିବା ଜଣାଯାଇଛି । ନୟାଗଡ଼ ଜିଲ୍ଲା ମହୀପୁର ବନାଂଚଳରେ ରହିଥିବା ଏହି ମେଗା ନର୍ସରୀ ଜିଲ୍ଲାର ସର୍ବ ବୃହତ ନର୍ସରୀ ବୋଲି ଜଣାଯାଇଛି । ଏଠାରେ ପ୍ରତ୍ୟେକ ବର୍ଷ ୧୦ ହଜାରରୁ ଉର୍ଦ୍ଧ୍ୱ ଚାରା ଉତ୍ପାଦନ କରାଯାଉଥିବା ବେଳେ ଜୈବିକ ଖତ ମଧ୍ୟ ପ୍ରସ୍ତୁତ କରାଯାଇଥାଏ ।







