Friday, September 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗର୍ଜିଲେ ମମତା, କହିଲେ ଆମେ କ’ଣ କାଠ ପୁତୁଳା, ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ

by ସଞ୍ଜୟ ସ୍ୱାଇଁ
May 20, 2021
in NATIONAL NEWS, Politics
ଗର୍ଜିଲେ ମମତା, କହିଲେ ଆମେ କ’ଣ କାଠ ପୁତୁଳା, ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ
200
VIEWS
Share on FacebookShare on Twitter

କୋଲକତା (ବାଘୁଆବାର୍ତ୍ତା): ଦେଶରେ କରୋନା ସ୍ଥିତିର ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦେଶର ୧୦ ରାଜ୍ୟ ୫୪ ଜିଲ୍ଲାପାଳଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି । ଏଥିରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଯୋଗ ଦେଇଥିଲେ । ମାତ୍ର ବୈଠକ ପରେ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ବଡ଼ ଅଭିଯୋଗ ଆଣିଛନ୍ତି । ମମତା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଆମକୁ କହିବାକୁ ମଧ୍ୟ ଦେଲେ ନାହିଁ । ଗଣମାଧ୍ୟମରେ ନିଜର ଅସନ୍ତୋଷ ବ୍ୟକ୍ତ କରି ମମତା କହିଛନ୍ତି, ବୈଠକକୁ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ଡକାଯାଇଥିଲା, ହେଲେ କାହାରିକୁ କିଛି କହିବାକୁ ଦିଆଗଲା ନାହିଁ । ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ କହିବାକୁ ସୁଯୋଗ ଦିଆଗଲା । ଆମକୁ କହିବାକୁ ଥରୁଟିଏ ବି ସୁଯୋଗ ଦିଆଗଲା ନାହିଁ । ଆଲୋଚନା ବେଳେ ଆମେ ନିଜକୁ ଅପମାନିତ ଅନୁଭବ କରୁଥିଲୁ । ୧୦ ରାଜ୍ୟର ଜିଲ୍ଲାପାଳଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକରେ ଅନ୍ୟ କିଛି ମୁଖ୍ୟମନ୍ତ୍ରୀଙ୍କ ସହିତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମିଲ ଥିଲେ । ମମତା କହିଛନ୍ତି, ଏହା ଦୁର୍ଭାଗ୍ୟପୂର୍ଣ୍ଣ ଯେ, ମୁଖ୍ୟମନ୍ତ୍ରୀ ମାନଙ୍କୁ ବୈଠକକୁ ଡକାଇ ଦେଲେ । ମାତ୍ର ନା ଆମ ସହ କିଛି ଆଲୋଚନା କଲେ ନା କିଛି କହିବାକୁ ବୈଠକକୁ ଡକାଇ ଦେଲେ । ମାତ୍ର ନା ଆମ ସହ କିଛି ଆଲୋଚନା କଲେ ନା କିଛି କହିବାକୁ ଦେଲେ । ମୁଖ୍ୟମନ୍ତ୍ରୀଙ୍କୁ ବୈଠକରେ କାଠପୁତୁଳା କରି ରଖି ଦିଆଗଲା । ପ୍ରଧାନମନ୍ତ୍ରୀ ଛୋଟ ଭାଷଣ ଦେଇ ବୈଠକ ସାରି ଦେଲେ । ଏହା ଗୋଟିଏ ପ୍ରକାରର ସାଧାରଣ ମିଟିଂ ଥିଲା ବୋଲି ମମତା କହିଛନ୍ତି । ସେ କହିଛନ୍ତି, ଆମକୁ ଅପମାନିତ କରାଗଲା । ପ୍ରଧାନମନ୍ତ୍ରୀ ଅକ୍ସିଜେନ କିମ୍ବା ରେମଡେସିଭିର ସମସ୍ୟାକୁ ନେଇ କିଛି ବି ପଚାରିନଥିଲେ । ଏପରିକି ବ୍ଲାକ ଫଙ୍ଗସ ବିଷୟରେ ମଧ୍ୟ ଆମକୁ ପଦୁଟିଏ ମଧ୍ୟ ପଚାରିଲେ ନାହିଁ । ମୁଁ ବୈଠକରେ ପଶ୍ଚିମବଙ୍ଗରେ ଭ୍ୟାକ୍ସିନ ଅଭାବ ପ୍ରସଙ୍ଗ ଉଠାଇବାକୁ ଚାହୁଁଥିଲି ଏବଂ ଅଧିକ ଭ୍ୟାକ୍ସିନ ଯୋଗାଇବା ପାଇଁ ଦାବି କରିବାକୁ ଚାହୁଁଥିଲି । ମାତ୍ର ଆମକୁ କହିବାକୁ ମଧ୍ୟ ଦିଆଗଲା ନାହିଁ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!