Saturday, September 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କରୋନା ଯୋଦ୍ଧା କହି ନେଇଛନ୍ତି ଟିକା! ବିବାଦରେ ଅଭିନେତ୍ରୀ ମିରା ଚୋପ୍ରା

by ସଞ୍ଜୟ ସ୍ୱାଇଁ
May 31, 2021
in Lifestyle, NATIONAL NEWS
କରୋନା ଯୋଦ୍ଧା କହି ନେଇଛନ୍ତି ଟିକା! ବିବାଦରେ ଅଭିନେତ୍ରୀ ମିରା ଚୋପ୍ରା
117
VIEWS
Share on FacebookShare on Twitter

ମୁମ୍ବାଇ, (ବାଘୁଆବାର୍ତ୍ତା) ବିବାଦରେ ବିଲଉଡ ଅଭିନେତ୍ରୀ ମୀରା ଚୋପ୍ରା। ସେ ନକଲି ପରିଚୟପତ୍ର ଜରିଆରେ ନିଜକୁ ସମ୍ମୁଖ ଯୋଦ୍ଧାର ପରିଚୟ ଦେଇ କରୋନା ଟିକାର ପ୍ରଥମ ଡୋଜ୍‌ ନେଇଥିବା ଅଭିଯୋଗ ହୋଇଛି। ଥାଣେର ଗୋଟିଏ ସ୍ୱାସ୍ଥ୍ୟକେନ୍ଦ୍ରରେ ସେ ଫେକ୍‌ ଆଇଡି ଜରିଆରେ ଟିକା ନେଇଥିବା ଘଟଣା ନୂଆ ବିବାଦ ସୃଷ୍ଟି କରିଛି। ତେବେ ଅଭିନେତ୍ରୀ ମୀରା ଏହାକୁ ଖଣ୍ଡନ କରିଛନ୍ତି। ମୀରା ଚୋପ୍ରା ୧୮ରୁ ୪୪ ବର୍ଷର ବର୍ଗ ମଧ୍ୟରେ ଆସୁଛନ୍ତି। ଟିକାର ଅଭାବ ଯୋଗୁ ମହାରାଷ୍ଟ୍ର ସରକାର ଏହି ବର୍ଗର ଲୋକଙ୍କ ଟିକାକରଣ ବନ୍ଦ ରଖିଛନ୍ତି। ହେଲେ ମୀରା ନକଲି ପରିଚୟ ପତ୍ର ଜରିଆରେ ନିଜକୁ ଗୋଟିଏ ଘରୋଇ ଫାର୍ମର ସୁପରଭାଇଜର ଭାବେ ଦର୍ଶାଇଥିଲେ। ଏହାପରେ ସମ୍ମୁଖ ଯୋଦ୍ଧା ଭାବେ ସେ ଜରୁରୀ କାଳୀନ ଭିତ୍ତିରେ ଟିକା ନେଇଥିବା କୁହାଯାଉଛି। ସେ ଟିକା ନେବା ପରେ ଫଟୋ ଅପଲୋଡ କରିଥିଲେ। ବିବାଦ ପରେ ଏହାକୁ ବର୍ତ୍ତମାନ ଡିଲେଟ କରିଦିଆଯାଇଛି। ହେଲେ ସୋଶାଲ ମିଡିଆରେ ମୀରା ବ୍ୟବହାର କରିଥିବା ଫେକ୍ ପରିଚୟପତ୍ର ଭାଇରାଲ ହେବାରେ ଲାଗିଛି। ଅନ୍ୟପକ୍ଷରେ ସୋଶାଲ ମିଡିଆରେ ମୀରାଙ୍କ ନାଁରେ ଭାଇରାଲ ହେଉଥିବା ପରିଚୟପତ୍ର ସମ୍ପର୍କରେ ସେ କିଛି ଜାଣି ନଥିବା କହିଛନ୍ତି। ଥାଣେ ମ୍ୟୁନସିପାଲ କର୍ପୋରେସର କମିଶନର ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ୩ ଦିନ ମଧ୍ୟରେ ମୀରା ନକଲି ପରିଚୟ ପତ୍ର ଦେଖାଇ ଟିକା ନେଇଛନ୍ତି କି ନାହିଁ, ତା’ର ରିପୋର୍ଟ କମିଶନରଙ୍କ ପାଖରେ ଦାଖଲ କରାଯିବ। ମୀରା ଚୋପ୍ରା ଗୋଟିଏ ବିବୃତି ଜାରି କରି କହିଛନ୍ତି, “ମୋତେ କେବଳ ଟିକା ପାଇଁ ଆଧାର କାର୍ଡ ମଗାଯାଇଥିଲା। ସୋଶାଲ ମିଡିଆରେ ଭାଇରାଲ ହେଉଥିବା ଆଇଡି ମୋର ନୁହେଁ। ମୋତେ ପଞ୍ଜୀକରଣ ପାଇଁ କେବଳ ଆଧାର କାର୍ଡ ମଗାଯାଇଥିଲା ଓ ମୁଁ କେବଳ ସେହି ପରିଚୟପତ୍ର ଦେଇଥିଲି। ଆପଣଙ୍କ ଦସ୍ତଖତ ନ ଥିବା କୌଣସି ଆଇଡି ବୈଧ ନୁହେଁ। ଟ୍ୱିଟରରେ ମୋ ନାଁରେ ପ୍ରଚାର ହେଉଥିବା ଆଇଡିକୁ ମୁଁ ପ୍ରଥମଥର ଦେଖୁଛି। ମୁଁ ନକଲି ପରିଚୟ ପତ୍ର ଭାଇରାଲ ଘଟଣାକୁ ନିନ୍ଦା କରୁଛି। ମୋ ନାଁରେ ଏପରି କିଏ ଓ କାହିଁକି କରୁଛି, ତା’ର କାରଣ ମୁଁ ମଧ୍ୟ ଜାଣିବାକୁ ଚାହୁଁଛି।” ମୀରା ଚୋପ୍ରା ହେଉଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସମ୍ପର୍କୀୟ ଭଉଣୀ। ସେ ହିନ୍ଦୀ ସିନେମା ସହ ତାମିଲ ଓ ତେଲଗୁ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!