Sunday, June 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସିଆଇଆଇ ପକ୍ଷରୁ ସମ ଅଲ୍ଟିମେଟ ମେଡ଼ିକେୟାର ର ନର୍ସିଂ ଟିମ କୁ ସମ୍ବର୍ଦ୍ଧିତ

by ସଞ୍ଜୟ ସ୍ୱାଇଁ
August 7, 2021
in State
ସିଆଇଆଇ  ପକ୍ଷରୁ ସମ ଅଲ୍ଟିମେଟ ମେଡ଼ିକେୟାର ର ନର୍ସିଂ ଟିମ କୁ ସମ୍ବର୍ଦ୍ଧିତ
68
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): କୋଭିଡ ମହାମାରୀ ସମୟରେ ପ୍ରକୃତ କୋଭିଡ ଯୋଦ୍ଧା ଭାବେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସମାଜ ପାଇଁ ଅତୁଳନୀୟ କାର୍ୟ୍ୟ କରିଥିବା ଦୃଷ୍ଟିରୁ କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରି (ସିଆଇଆଇ ) ପକ୍ଷରୁ ସମ ଅଲ୍ଟିମେଟ ମେଡ଼ିକେୟାର (ସମମ ) ର ନର୍ସିଂ ଟିମ କୁ ସମ୍ବର୍ଦ୍ଧିତ କରାଯାଇଛି । କରୋନା ମହାମାରୀ ବିପକ୍ଷ ଯୁଦ୍ଧରେ ସାମିଲ ହୋଇ ୨୪ ଘଣ୍ଟା ଅତ୍ୟନ୍ତ ନିଷ୍ଠା ଓ ଯତ୍ନ ର ସହ ରୋଗୀ ସେବା କରୁଥିବା ସମମ ର ନର୍ସିଂ ଟିମ କୁ ସମ୍ମାନିତ କରିଛି ସିଆଇଆଇ । ନିଜ ପରିବାର ଓ ସମ୍ପର୍କୀୟଙ୍କ ଠାରୁ ଦୂରରେ ରହି ପ୍ରତ୍ୟେକ ଦିନ ନିସ୍ଵାର୍ଥପର ଭାବେ ନର୍ସ ମାନେ ତାଙ୍କ ଦାୟିତ୍ୱ ତୁଲାଉଥିଲେ । ସମାଜ ଓ ମାନବଜାତି ର ଉନ୍ନତି ନିମନ୍ତେ ସେମାନଙ୍କର ତ୍ୟାଗ ଅତୁଲ୍ୟ । ନିଷ୍ଠାପର ଭାବେ ଦାୟିତ୍ୱ ତୁଲାଉଥିବା ବେଳେ ଅନେକ ପ୍ରାଣ ମଧ୍ୟ ହରାଇଛନ୍ତି । କରୋନା ମହାମାରୀ ଆରମ୍ଭ ହେବା ପରେ ସମ ଅଲ୍ଟିମେଟ୍ ମେଡିକେୟାର, ଏକ ମଲ୍ଟି ସ୍ପେସିଆଲିଟି କ୍ଵାଟରନାରୀ କେୟାର ହସ୍ପିଟାଲ ର ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଓ ନର୍ସିଂ ଟିମ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉଭୟ କୋଭିଡ ଓ କୋଭିଡ ହୋଇ ନଥିବା ଚିକିତ୍ସା ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଆସୁଛନ୍ତି । ଏହାର ଅତ୍ୟାଧୁନିକ ଭିତ୍ତିଭୂମି ଓ ବିଶେଷଜ୍ଞ ଡାକ୍ତରୀ ଟିମ ଓ କର୍ମଚାରୀ ଅନେକ ଜଟିଳ ରୋଗର ଚିକିତ୍ସା କରିବାରେ ସଫଳ ହୋଇଛନ୍ତି । ଓଡିଶାରେ ବ୍ଲାକ ଫଙ୍ଗସ ରୋଗକୁ ଚି଼ହ୍ନଟ କରିବାରେ ପ୍ରଥମ ହସ୍ପିଟାଲ ହେଉଛି ସମମ । ବିଶ୍ୱସ୍ତରୀୟ, ସୁଲଭ ଓ ସବୁ କ୍ଷେତ୍ରର ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ ) ର ସ୍ବପ୍ନ କୁ ସାକାର କରିବା ଦିଗରେ ସମ ଆଲଟିମେଟ ମେଡିକେୟାର ନିର୍ମାଣ କରାଯାଇଛି। ଏହା ସୋଆ ର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଞ୍ଜନ ନାୟକଙ୍କ ଏକ ସ୍ବପ୍ନ ଥିଲା ବୋଲି ସମ ଆଲଟିମେଟ ମେଡିକେୟାର ର ସିଇଓ ଡ଼ଃ ଶ୍ୱେତପଦ୍ମା ଦାଶ କହିଛନ୍ତି । ସିଆଇଆଇ ଓଡିଶା କାଉନସିଲ ର ପାଷ୍ଟ ଚେୟାରମ୍ୟାନ ତଥା ଏସାର ମୀନମେଟ ଲିମିଟେଡ଼ ର ନିର୍ଦେଶକ (ଖଣି ) ଶ୍ରୀ ସଞ୍ଜୟ ପଟନାୟକ ସମ୍ବର୍ଦ୍ଧନା ପତ୍ର ସମ ଆଲଟିମେଟ ମେଡିକେୟାର ର ସିଇଓ ଡ଼ଃ ଶ୍ୱେତପଦ୍ମା ଦାଶ, ଚିଫ ଅଫ ମେଡିକାଲ ସର୍ଭିସେସ ଡ଼ଃ (ବ୍ରିଗେଡିୟର ) ବିରାଜ ମୋହନ ମିଶ୍ର, ମାନବସମ୍ବଳ ବିଭାଗ ମୁଖ୍ୟ ଶ୍ରୀ ମଳୟ ରଞ୍ଜନ ମିଶ୍ର, ଚିଫ ଅଫ ନର୍ସିଂ ସର୍ଭିସେସ ଶ୍ରୀମତୀ ଆୟେଶା ଏନ ଓ ହସ୍ପିଟାଲର ସମସ୍ତ ନର୍ସିଂ ଟିମ କୁ ପ୍ରଦାନ କରିଥିଲେ । ଏହି ସମ୍ବର୍ଦ୍ଧନା କାର୍ୟ୍ୟକ୍ରମରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସିଆଇଆଇ ଆଇଡବ୍ଲୁଏନ ଓଡିଶା ଶାଖାର ଚେୟାରଉମେନ ଓ ଲୁମିନାସ ଇନଫୋୱେସ ପ୍ରାଇଭେଟ ଲିମିଟେଡ଼ ର ଅଧ୍ୟକ୍ଷା ଶ୍ରୀମତୀ ଜୟଶ୍ରୀ ମହାନ୍ତି ଏବଂ ସିଆଇଆଇ ଆଇଡବ୍ଲୁଏନ ଓଡିଶା ଶାଖାର ଭାଇସ ଚେୟାରଉମେନ ଓ ଇନଲାଇନ କଣ୍ଟ୍ରୋଲସ ଆଣ୍ଡ ଇକଉଇପମେଣ୍ଟ ର ପରିଚାଳନା ନିର୍ଦେଶିକା ପ୍ରମୁଖ ଉପସ୍ଥିତ ଥିଲେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!