ଓଡ଼ଗାଁ, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ତହସିଲଦାର ଦୁଇ ଦିନ ପାଇଁ ସଟ୍ଡାଉନ୍ କରିଥିବା ଜଣାଯାଇଛି । ଏହି ଡାକ୍ତରଖାନାରୁ କୋଭିଡ୍ ପଜିଟିଭ୍ ମାମଲା ଚିହ୍ନଟ ହୋଇଥିବାରୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଜି ସଂନ୍ଧ୍ୟା ୫ ଘଟିକାଠାରୁ ୩୦ ତାରିଖ ସଂନ୍ଧ୍ୟା ୫ ଘଟିକା ପର୍ଯ୍ୟନ୍ତ ତହସିଲଦାର୍ ବିଜେୟିତା ସାମନ୍ତସିଂହାର ସଟ୍ଡାଉନ୍ ଘୋଷଣା କରିଥିବା ଜଣାଯାଇଛି । ଏହି ସମୟ ମଧ୍ୟରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବିଶୋଧନ କରାଯିବ ବୋଲି ଜଣାଯାଇଛି ।






