ଭୁବନେଶ୍ବର, (ବାଘୁଆବାର୍ତ୍ତା): ସୁସ୍ଥ ହୋଇଛି ଓଡ଼ିଶା । ସ୍ୱାଧୀନତା ପରଠୁ ରାଜ୍ୟରେ ମାତ୍ର ୪ ଟି ମେଡିକାଲ କଲେଜ ଥିଲା । ହେଲେ ନବୀନଙ୍କ ଶାସନକାଳରେ ସ୍ୱାସ୍ଥ୍ୟସେବାର ଚିତ୍ର ବଦଳିଛି । ଗତ ୪ବର୍ଷ ମଧ୍ୟରେ ଯୋଡ଼ି ହୋଇଛି ଆଉ ୧୧ ଜିଲ୍ଲାରେ ମେଡିକାଲ କଲେଜ । ୪ ମେଡିକାଲ କଲେଜରେ ଏବେ ନାମଲେଖା ଆରମ୍ଭ ହୋଇ ସାରିଲାଣି । କଟକ ଏସ୍ସିବିକୁ ବିଶ୍ୱସ୍ତରୀୟ କରିବାକୁ କାମ ଆରମ୍ଭ ହୋଇ ସାରିଛି । ଏସ୍ସିବି ଏମ୍ସ ପ୍ଲସ୍ ହେବାକୁ ଯାଉଛି । ଯେଉଁଠି ବିଶ୍ୱସ୍ତରୀୟ ଚିକିତ୍ସାର ପୂରା ଭିତ୍ତିଭୂମି ରହିବ । କୋରାପୁଟ୍, ବାରିପଦା, ବଲାଙ୍ଗୀର ଓ ବାଲେଶ୍ୱର ମେଡିକାଲ କଲେଜ ଖୋଲି ସାରିଲାଣି । ଡାକ୍ତରୀ ପାଠପଢା ସହିତ ରୋଗୀଦେଖା ଆରମ୍ଭ ହେଲାଣି । କ୍ୟାପିଟାଲ ହସ୍ପିଟାଲକୁ ପୋଷ୍ଟ ଗ୍ରାଜୁଏସନ୍ ଇନ୍ଷ୍ଟିଚ୍ୟୁଟ୍ କରିବାକୁ କାମ ଆରମ୍ଭ ହୋଇ ସାରିଛି । ଅନେକ ଦିନର ସ୍ୱପ୍ନ ବାସ୍ତବ ରୂପ ନେବାକୁ ଯାଉଛି । ପୁରୀ, ତାଳଚେର, କଳାହାଣ୍ଡି, କେନ୍ଦୁଝର, ସୁନ୍ଦରଗଡ଼, ଯାଜପୁର ଓ ଫୁଲବାଣୀରେ ମେଡିକାଲ କଲେଜ ପାଇଁ ନିର୍ମାଣ କାମ ଆରମ୍ଭ ହୋଇ ସାରିଛି । କେଉଁଠି ବିଲ୍ଡିଂ କାମ ଆରମ୍ଭ ହୋଇଛି ତ ଆଉ କେଉଁଠି ସରିବା ଉପରେ । କ୍ୟାପିଟାଲ ହସ୍ପିଟାଲକୁ ଅପଗ୍ରେଡ୍ କରି ପୋଷ୍ଟ ଗ୍ରାଜୁଏସନ୍ ଇନ୍ଷ୍ଟିଚ୍ୟୁଟ୍ କରାଯାଉଛି । ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ମଧ୍ୟ ସରିଲାଣି ।






