Sunday, July 12, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦୀର୍ଘ ୯ ମାସ ଧରି ମେଡିକାଲ ପରିସରସ୍ଥିତ ଅସୁରକ୍ଷିତ ଭଙ୍ଗା କୋଠା ତଳେ ପଡିଛନ୍ତି ପ୍ରଦୀପ

by ସଞ୍ଜୟ ସ୍ୱାଇଁ
October 14, 2021
in State
ଦୀର୍ଘ ୯ ମାସ ଧରି ମେଡିକାଲ ପରିସରସ୍ଥିତ ଅସୁରକ୍ଷିତ ଭଙ୍ଗା କୋଠା ତଳେ ପଡିଛନ୍ତି ପ୍ରଦୀପ
91
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): ପ୍ରଦୀପ ପରିଡ଼ା । ବୟସ ପାଖାପାଖି ୫୦ ହେବ । ବାମ ହାତର ମଣିବନ୍ଧ ଉପରକୁ ବ୍ୟାଣ୍ଡେଜ୍‌ ଗୁଡା ହୋଇଛି । ବ୍ୟାଣ୍ଡେଜ୍‌ ବି ଫିଟି ଗଲାଣି । ଗୋଡ଼ରେ ଘା’ ସୃଷ୍ଟି ହୋଇଥିବାରୁ ଚଲାବୁଲା କରିବା ତାଙ୍କ ପାଇଁ କଷ୍ଟକର । କେତେବେଳେ କେମିତି ଆବଶ୍ୟକ ପଡିଲେ ବାଡ଼ି ଧରି ଚଲାବୁଲା କରିଥାନ୍ତି । ମାସେ କିମ୍ବା ୨ ମାସ ନୁହେଁ । ଦୀର୍ଘ ୯ ମାସ ଧରି ପ୍ରଦୀପ ଏସ୍‌ସିବି ମେଡିକାଲ ପରିସରସ୍ଥିତ ଅସୁରକ୍ଷିତ ଭଙ୍ଗା କୋଠା (ପୁରୁଣା ଆଉଟଡୋର୍‌) ତଳେ ପଡିଛନ୍ତି । ପ୍ରଦୀପଙ୍କ ଘର ଜଗତସିଂହପୁର ଅଞ୍ଚଳରେ । ପ୍ରଦୀପଙ୍କ କହିବାନୁଯାୟୀ, ସେ ଅବିବାହିତ । ୯ ମାସ ତଳେ ସେ ଏସ୍‌ସିବି ଆସିଥିଲେ । ଗୋଡ଼ରେ ଯନ୍ତ୍ରଣା ହେଉଥିଲା । ଛୋଟେଇ ଛୋଟେଇ ଚାଲୁଥିବା ବେଳେ ଥରେ ପଡିଗଲେ । ବାମ ହାତ ଭାଙ୍ଗି ଯାଇଥିଲା । ମେଡିକାଲରେ ଚିକିତ୍ସା କରାଯାଇଥିଲା । ମାତ୍ର ହାତ ସମ୍ପୂର୍ଣ୍ଣ ଭଲ ହୋଇନଥିଲା । ଘରେ କେହି ସେବା ଯତ୍ନ କରିବାକୁ ନାହାନ୍ତି । ତେଣୁ ପ୍ରଦୀପ ଘରକୁ ନ ଫେରି ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ଅପେକ୍ଷା କରିଥିଲେ । ହେଲେ ତାହା ସମ୍ଭବ ହୋଇନଥିଲା । ଠିକ୍‌ ସମୟରେ ଔଷଧ ଖାଇବାରେ ବ୍ୟତିକ୍ରମ ହେବାରୁ ଆରୋଗ୍ୟ ହେବାରେ ସମସ୍ୟା ଦେଖାଦେଇଥିଲା । ଅନ୍ୟ ଉପାୟ ନ ପାଇ ପ୍ରଦୀପ ଏସ୍‌ସିବି ପରିସରକୁ ନିଜ ଠିକଣା ଭାବେ ବାଛି ନେଇଛନ୍ତି । ଅସୁରକ୍ଷିତ ଭଙ୍ଗା କୋଠା ତଳେ ଏକ ମଶାରୀ ଟାଙ୍ଗି ପ୍ରଦୀପ ପଡି ରହିଛନ୍ତି । କିଏ ଯଦି ଦୟା କରି ଖାଇବାକୁ ଦେଉଛନ୍ତି ତେବେ ସେ ଖାଉଛନ୍ତି ନଚେତ ଉପାସରେ ଦିନ କଟୁଛି । ଆଜି ଦିନ ତମାମ ପ୍ରଦୀପ କିଛି ଖାଇନଥିବା କହିଥିଲେ । ତେବେ ପ୍ରଦୀପଙ୍କ ଏଭଳି ଅବସ୍ଥା ଦେଖିଲେ ଏସ୍‌ସିବିର ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅପରିଚିତ, ଅସହାୟ ରୋଗୀଙ୍କ ସେବା ଯତ୍ନ ପାଇଁ ମେଡିକାଲ ପକ୍ଷରୁ ଏକ ଘରୋଇ ସଂସ୍ଥାକୁ ନିଯୁକ୍ତ କରାଯାଇଛି । ବର୍ଷକୁ ଉକ୍ତ ସଂସ୍ଥା ମେଡିକାଲରୁ ୫୦ ଲକ୍ଷ ଟଙ୍କା ନେଉଛି । କିନ୍ତୁ ପ୍ରଦୀପଙ୍କ ଭଳି ଅସହାୟ ରୋଗୀମାନଙ୍କୁ ଦେଖିଲେ ଏହି ଟଙ୍କା କାହା ପାଇଁ ଖର୍ଚ୍ଚ ହେଉଛି ତାହା ସନ୍ଦେହ ସୃଷ୍ଟି କରିଛି । ମେଡିକାଲ ପ୍ରଶାସନିକ ଅଧିକାରୀ କଳ୍ପତରୁ ବେହେରା କହନ୍ତି, ଅନେକ ଅସହାୟ ରୋଗୀ ୱାର୍ଡ ଭିତରୁ ବାହାରି ଆସୁଛନ୍ତି । ଏହାବାଦ୍‌ ଯେଉଁମାନେ ଆରୋଗ୍ୟ ଲାଭ କରିବେ ସେମାନଙ୍କୁ ମେଡିକାଲରେ ରଖିବା ପାଇଁ କୌଣସି ବ୍ୟବସ୍ଥା ନାହିଁ । ଯଦି ପ୍ରଦୀପ ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିବେ ତେବେ ତାଙ୍କ ଚିକିତ୍ସା ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ବେହେରା କହିଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!