Wednesday, October 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମିଡିଆରେ ରହିବାପାଇଁ ହୀନ ରାଜନୀତି କରୁଛନ୍ତି ଲେଖାଶ୍ରୀ : ବିଜେଡି

by ସଞ୍ଜୟ ସ୍ୱାଇଁ
December 18, 2019
in Politics
ମିଡିଆରେ ରହିବାପାଇଁ ହୀନ ରାଜନୀତି କରୁଛନ୍ତି ଲେଖାଶ୍ରୀ : ବିଜେଡି
30
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା ବ୍ୟୁରୋ): ମିଡିଆରେ ତିଷ୍ଠି ରହିବାପାଇଁ ବିଜେପି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର ବାରମ୍ବାର ମିଥ୍ୟା ଓ ମନଗଢ଼ା କାହାଣୀର ଆଶ୍ରୟ ନେଉଥିବାବେଳେ ଆଜି ସବୁ ସୀମା ଟପି ଯାଇଛନ୍ତି । ସ୍ମିତାରାଣୀ ମୃତ୍ୟୁ ଭଳି ଅତ୍ୟନ୍ତ ସ୍ପର୍ଷକାତର ଓ ସମ୍ବେଦନଶୀଳ ପ୍ରସଙ୍ଗରେ ଆଜି ସେ ଯେଉଁ ନିମ୍ନ ରୁଚିର ମନ୍ତବ୍ୟ ଦେଇଛନ୍ତି ତାହା ସବୁ ସ୍ତରରେ ନିନ୍ଦନୀୟ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସୁଲତା ଦେଓ । ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଶ୍ରୀମତୀ ଦେଓ କହିଛନ୍ତି ଯେ ଲେଖାଶ୍ରୀ ୨୦୧୪ ମସିହାରେ ସରକାରୀ ଚାକିରି ଛାଡି ବିଜେଡି ଟିକଟ ପାଇବା ପାଇଁ ନବୀନ ନିବାସକୁ ଦଉଡୁଥିଲେ । ଛଅ ମାସ କାଳ ଦଉଡିବା ପରେ ସଫଳ ନହେବାରୁ ବିଜେପିରେ ଯୋଗଦେଲେ । ହେଲେ ଯାହା ଖବର ମିଳୁଛି ବିଜେପିରେ ମଧ୍ୟ ତାଙ୍କର ଏଭଳି ଆଚରଣକୁ କେହି ସମର୍ଥନ କରୁନାହାନ୍ତି । ଆମେ ବି ତାଙ୍କୁ ଗୁରୁତ୍ୱର ସହ ନେଉନାହୁଁ । ତାଙ୍କର ଏଭଳି ଆଚରଣ ପାଇଁ ଗତ ନିର୍ବାଚନରେ ତାଙ୍କୁ ବିଜେପି ଟିକଟ ଦେଲାନାହିଁ । ତେଣୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ବିନମ୍ର ଅନୁରୋଧ ଯେ ସେମାନେ ଏଭଳି ମିଥ୍ୟା ଓ ମନଗଢା ବକ୍ତବ୍ୟକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖାନ କରନ୍ତୁ । ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ସମ୍ବେଦନଶୀଳ ମହିଳା ଘଟଣାରେ ରାଜନୀତି ନକରିବାପାଇଁ ବାରମ୍ବାର ଜନସାଧାରଣଙ୍କୁ ଅନୁରୋଧ କରି ଆସୁଛନ୍ତି । ଅତୀତରେ ରାଜ୍ୟର ମହିଳାଙ୍କ ଉପରେ ଅତ୍ୟନ୍ତ ଅରୁଚିକର ମନ୍ତବ୍ୟ ଦେଇଥିବା ଲେଖାଶ୍ରୀ ଆଜି ପୁଣିଥରେ ତାହାକୁ ଦୋହରାଇଛନ୍ତି । ମହିଳାମାନଙ୍କ ସମ୍ମାନର ସୁରକ୍ଷା ଓ ଗୋଟିଏ ଦାୟିତ୍ୱ ସମ୍ପନ୍ନ ଜାତୀୟ ଦଳ ହିସାବରେ ବିଜେପି ଏଭଳି ହୀନ ରାଜନୀତିରୁ ଦୂରେଇ ରହିବାପାଇଁ ଶ୍ରୀମତୀ ଦେଓ କହିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!