Thursday, April 30, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାମଚନ୍ଦ୍ର ପାଇକରାୟ ସ୍ମାରକୀ ଶିକ୍ଷା ଟ୍ରଷ୍ଟ ତରଫରୁ ମେଧାବୀ ସମ୍ବର୍ଦ୍ଧନା

by ସଞ୍ଜୟ ସ୍ୱାଇଁ
May 21, 2025
in State
ରାମଚନ୍ଦ୍ର ପାଇକରାୟ ସ୍ମାରକୀ ଶିକ୍ଷା ଟ୍ରଷ୍ଟ ତରଫରୁ ମେଧାବୀ ସମ୍ବର୍ଦ୍ଧନା
46
VIEWS
Share on FacebookShare on Twitter

ଟାଙ୍ଗୀ, (ବାଘୁଆବାର୍ତ୍ତା):ରାମଚନ୍ଦ୍ର ପାଇକରାୟ ସ୍ମାରକୀ ଶିକ୍ଷା ଟ୍ରଷ୍ଟ ତରଫରୁ ଚଳିତ ବର୍ଷ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାରେ କୃତିତ୍ୱ ହାସଲ କରି ଏ 1ରେ ପାସ କରିଥିବା ଓ ଟାଙ୍ଗୀ ବ୍ଲକର ୨୬ ଟି ହାଇ ସ୍କୁଲ ର ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ସର୍ବୋଚ୍ଚ ନଂ ରଖିଥିବା ଶିକ୍ଷାର୍ଥୀଙ୍କୁ ପ୍ରଶସ୍ତି ପତ୍ର ଓ ଆର୍ଥିକ ପୁରସ୍କାର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଟାଙ୍ଗୀ ବ୍ଲକ ଚଣ୍ଡେଶ୍ଵରସ୍ଥିତ ପାରି ଓ଼ରଡ଼ ହାଇ ସ୍କୁଲ ଠାରେ ଆୟୋଜିତ ଉତ୍ସବରେ ଟ୍ରଷ୍ଟର ମ୍ୟାନେଜିଙ୍ଗ ଟ୍ରଷ୍ଟି ପଦ୍ମନାଭ ବିଶ୍ୱାଳଙ୍କ ଅଧକ୍ଷତା କରିଥିଲେ ।

ପ୍ରଥମେ ପ୍ରଦୀପ ପ୍ରଜ୍ବଳନ କରି ଜଗନ୍ନାଥଙ୍କ ଫଟୋ ଚିତ୍ର, ରାମଚନ୍ଦ୍ର ପାଇକରାୟ ଓ ତାଂକ ସୁପୁତ୍ର ଟ୍ରଷ୍ଟର ପ୍ରତିଷ୍ଠାତା ସୁରେଶ ଚନ୍ଦ୍ର ପାଇକାରୟଙ୍କ ଫଟୋ ରେ ମାଲ୍ୟାର୍ପଣ କରିବା ପରେ ଅନ୍ୟତମ ଟ୍ରଷ୍ଟି ସନ୍ତୋଷ ଚନ୍ଦ୍ର କର ଅତିଥି ପରିଚୟ ଦେବା ସହ ଉଦେଶ୍ୟ ଜ୍ଞାପନ କରିଥିଲେ । ବିଦ୍ୟାଳୟ ପ୍ରଧାନ ଶିକ୍ଷକ ତ୍ରିଲୋଚନ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ ।

ରାଜ୍ୟ ଲୋକସେବା ଆୟୋଗ ସଚିବ ବିଜୟ କୁମାର ଖଣ୍ଡାୟତରାୟ, ଅବସରପ୍ରାପ୍ତ ଜ଼ିଲା ଶିକ୍ଷାଧିକାରୀ ଶଶାଙ୍କ ଶେଖର ସାହୁ, ଡ଼ା ଧନେଶ୍ୱର ବଳିୟାରସିଂହ, ଟାଙ୍ଗୀ ବ୍ଲକର ପୂର୍ବତନ ଅଧ୍ୟକ୍ଷ ଲକ୍ଷ୍ମଣ ଶ୍ରୀଚନ୍ଦନ,ଅବସର ପ୍ରାପ୍ତକୃଷି ଅଧିକାରୀ ସୁବାସ ଚନ୍ଦ୍ର ବିଶ୍ୱାଳ ଓ ଟ୍ରଷ୍ଟର ଅଧକ୍ଷ ଇଂ ଶିବରାମ ପ୍ରଧାନ ପ୍ରମୁଖ ଅତିଥି ରୂପେ ଯୋଗ ଦେଇ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କ ଉଜ୍ବଳ ଭବିଷ୍ୟତ କାମନା କରି ନିଜର ସ୍ବପ୍ନ ଓଲକ୍ଷ୍ୟକୁ ସାକାର କରିବାକୁ ନିଷ୍ଠାର ସହ କର୍ତ୍ତବ୍ୟ ସମ୍ପାଦନ ନିମିତ୍ତ ପରାମର୍ଶ ଦେଇଥିଲେ । ପିତାମାତା ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସମ୍ମାନ ଓ ସେମାନଙ୍କ ଶୁଭ ଆଶୀର୍ବାଦ ହିଁ ସବୁ ଅସମ୍ଭବକୁ ସମ୍ଭବ କରିଦେଇ ପାରେ ବୋଲି କହିଥିଲେ । କାର୍ଯ୍ୟକ୍ରମକୁ ଟ୍ରଷ୍ଟି ସୁରେଶ ଚନ୍ଦ୍ର ସ୍ୱାଇଁ ପରିଚାଳନା ଓ ଟ୍ରଷ୍ଟି ସୁରେନ୍ଦ୍ର ରାଉତ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ ମେଧାବୀଙ୍କ ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯୋଗଦେଇଥିଲେ । ପାରି ଓରଡ଼ ହାଇସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷା କର୍ମଚାରୀ ଓ ସ୍ବେଛାସେବୀ ଛାତ୍ରଛାତ୍ରୀମାନଙ୍କ ସକ୍ରିୟ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା ଟ୍ରଷ୍ଟର ଏହା ହେଉଛି ଦଶମ ବାର୍ଷିକ ସମ୍ବର୍ଦ୍ଧନା ଉତ୍ସବ ।

ସମ୍ବର୍ଦ୍ଧିତ ହୋଇଥିବା ମେଧାବୀମାନେ ହେଲେ ମଧୁସ୍ମିତା ମାଝୀ, ସିଦ୍ଧାର୍ଥ ଶଙ୍କର ସାହୁ,ଜନ୍ମେଜୟ ସିଂହ,ଦିବ୍ୟ ଜ୍ୟୋତି ବେହେରା, ପ୍ରତିମା ପାତ୍ର,ସନ୍ତୋଷ କୁମାର ସାହୁ, ବିଷ୍ନୁପ୍ରିୟା ବିଶ୍ୱାଳ, ଦେବାଶିଷ ମହାପାତ୍ର,ଶୋଭାମୟୀ ଜେନା, ଶୁଭ ଲକ୍ଷ୍ମୀ ନାୟକ,ଆର୍ଯ୍ୟପ୍ରସାଦ ପାଇକରାୟ,ପ୍ରାଚୀ ପ୍ରବୀଣ ସାହୁ, ସାଇ ପ୍ରଜ୍ଞା ସାହୁ, ଅଭିପ୍ସା ପଣ୍ଡା,ସ୍ମୃତି ପ୍ରିୟଦର୍ଶିନୀ ସାହୁ,ସରସ୍ବତୀ ବେହେରା,ଶୁଭଲକ୍ଷ୍ମୀ ସାମନ୍ତରାୟ,ରୀତି ପୂର୍ଣ୍ଣା ବେହେରା, ସୌମ୍ୟ ପ୍ରିୟଦର୍ଶିନୀ ମୁଦୁଲି, ସଂଗୀତ ସ୍ୱାଇଁ, ପରେଶ କୁମାର ସ୍ୱାଇଁ,ସୁନୀଲ ଦାସ, ରୁପାଲୀ ବେହେରା, ଶୁଭ ଲକ୍ଷ୍ମୀ ମହାପାତ୍ର, ଉମେଶ ଚନ୍ଦ୍ର ପ୍ରଧାନ, ରଶ୍ମିତା କାଣ୍ଡି, ସୁଦର୍ଶନ ସାହୁ, ବନ୍ଦନା ବେହେରା ।

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୯ତମ ଜୟନ୍ତି ସମାରୋହ:ଏ ଜାତିର କର୍ଣ୍ଣଧାର ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୯ତମ ଜୟନ୍ତି ସମାରୋହ:ଏ ଜାତିର କର୍ଣ୍ଣଧାର ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ

April 29, 2026
ଉତ୍କଳ ସାମ୍ବାଦିକ ସଂଘ:ସାମ୍ବାଦିକ ମାନଙ୍କ ୫ଦଫା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର

ଉତ୍କଳ ସାମ୍ବାଦିକ ସଂଘ:ସାମ୍ବାଦିକ ମାନଙ୍କ ୫ଦଫା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର

April 29, 2026
ବୟସ୍କ ବ୍ୟକ୍ତିଙ୍କୁ ଧକ୍କା ଦେଲା ପୋଲିସ ଗାଡ଼ି:ବୟସ୍କ ବ୍ୟକ୍ତି ମୃତ

ବୟସ୍କ ବ୍ୟକ୍ତିଙ୍କୁ ଧକ୍କା ଦେଲା ପୋଲିସ ଗାଡ଼ି:ବୟସ୍କ ବ୍ୟକ୍ତି ମୃତ

April 29, 2026
ନୟାଗଡ଼ ପଞ୍ଚାୟତ ସମିତି ଦ୍ବାଦଶ ସାଧାରଣ ବୈଠକ ଅନୁଷ୍ଠିତ: ଗୁରୁତ୍ୱପୂର୍ଣ୍ଣ ବିଭାଗର କର୍ମଚାରୀ ଅନୁପସ୍ଥିତକୁ ନେଇ ଗୃହରେ ଉଦବେଗ

ନୟାଗଡ଼ ପଞ୍ଚାୟତ ସମିତି ଦ୍ବାଦଶ ସାଧାରଣ ବୈଠକ ଅନୁଷ୍ଠିତ: ଗୁରୁତ୍ୱପୂର୍ଣ୍ଣ ବିଭାଗର କର୍ମଚାରୀ ଅନୁପସ୍ଥିତକୁ ନେଇ ଗୃହରେ ଉଦବେଗ

April 29, 2026
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା

April 28, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!