Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଟିକା ଡୋଜ୍‌ ମଧ୍ୟରେ ବ୍ୟବଧାନ ବୃଦ୍ଧି ବିପଜ୍ଜନକ ହୋଇପାରେ

by ସଞ୍ଜୟ ସ୍ୱାଇଁ
June 12, 2021
in Feature News
ଟିକା ଡୋଜ୍‌ ମଧ୍ୟରେ ବ୍ୟବଧାନ ବୃଦ୍ଧି ବିପଜ୍ଜନକ ହୋଇପାରେ
327
VIEWS
Share on FacebookShare on Twitter

ନୂଆଦିଲ୍ଲୀ,(ବାଘୁଆବାର୍ତ୍ତା): ଦୁଇ ଡୋଜ୍‌ ଟିକା ମଧ୍ୟରେ ବ୍ୟବଧାନ ବୃଦ୍ଧି ବିସ୍ତାର ଲାଭ କରୁଥିବା ଏକ ପ୍ରଜାତିର କୋରୋନାଭାଇରସ୍‌ଦ୍ବାରା ସଂକ୍ରମିତ ହେବା ଆଶଙ୍କା ସୃଷ୍ଟି କରିଥାଏ ବୋଲି ଶୁକ୍ରବାର ଦିନ ଆମେରିକୀୟ ରାଷ୍ଟ୍ରପତିଙ୍କ ଡାକ୍ତରୀ ପରାମର୍ଶଦାତା ଡାକ୍ତର ଆନ୍ଥୋନି ଫାଉଚି ଗଣମାଧ୍ୟମକୁ କହିଛନ୍ତି। ସେ କହିଛନ୍ତି, ଦୁଇ ଡୋଜ୍‌ ‘ଏମ୍ଆର୍‌ଏନ୍‌ଏ’ ଟିକା ‘ଫାଇଜର୍‌’ ମଧ୍ୟରେ ଉଚିତ ବ୍ୟବଧାନ ହେଉଛି ୩ ସପ୍ତାହ ଏବଂ ‘ମଡର୍ଣ୍ଣା’ ମଧ୍ୟରେ ବ୍ୟବଧାନ ହେଉଛି ୪ ସପ୍ତାହ। ଏହି ବ୍ୟବଧାନ ବା ଅନ୍ତର ବୃଦ୍ଧି କରାଗଲେ ଜଣେ ‘କୋଭିଡ୍‌ ଭେରିଆଣ୍ଟ୍‌’ଦ୍ବାରା ସଂକ୍ରମିତ ହେବାର ଆଶଙ୍କା ଉପୁଜି ପାରେ। ଇଂଲଣ୍ଡ୍‌ରେ ସେମାନେ ଦୁଇ ଡୋଜ୍‌ ଟିକା ମଧ୍ୟରେ ବ୍ୟବଧାନ ବୃଦ୍ଧି କରିଛନ୍ତି। ସେ କ୍ଷେତ୍ରରେ ଜଣେ ‘ଭେଣିଆଣ୍ଟ୍‌’ଦ୍ବାରା ଆକ୍ରାନ୍ତ ହୋଇପାରେ। ତେଣୁ, ଆମର ପରାମର୍ଶ ନିର୍ଦ୍ଧାରିତ ବ୍ୟବଧାନ ଅନୁସାରେ ଟିକା ନିଅନ୍ତୁ। ସେ ଆହୁରି ମଧ୍ୟ କହିଛନ୍ତି, ଟିକା ଯୋଗାଣ ସଙ୍କଟ କ୍ଷେତ୍ରରେ ଦୁଇ ଡୋଜ୍‌ ମଧ୍ୟରେ ବ୍ୟବଧାନ ବୃଦ୍ଧି ଚଳଣୀୟ। ସୂଚନାଯୋଗ୍ୟ, ଗତ ମାସରେ ଭାରତ ସରକାର ୬ ରୁ ୮ ସପ୍ତାହ ଥିବା ‘କୋଭିସିଲ୍‌ଡ୍‌’ ଟିକା ଡୋଜ୍‌ ମଧ୍ୟସ୍ଥ ବ୍ୟବଧାନକୁ ୧୨ ରୁ ୧୬ ସପ୍ତାହକୁ ବୃଦ୍ଧି କରିଥିଲେ। ଏହାଦ୍ବାରା ଟିକାର ଫଳପ୍ରଦତା ବୃଦ୍ଧି ପାଇବ ବୋଲି କୁହାଯାଇଥିଲା। କିନ୍ତୁ, ଟିକା ଅଭାବ ଯୋଗୁଁ ଏ ଭଳି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଅଭିଯୋଗ ହୋଇଥିଲା। ସେ ସମୟରେ ଡାକ୍ତର ଫାଉଚି କହିଥିଲେ, ଟିକା ଡୋଜ୍‌ ମଧ୍ୟରେ ବ୍ୟବଧାନ ବୃଦ୍ଧି ଯୁକ୍ତିଯୁକ୍ତ ବିଚାର। କିନ୍ତୁ, ଶୁକ୍ରବାର ଦିନ ସେ ଗୁରୁତ୍ବାରୋପ କରି କହିଛନ୍ତି ଯେ, ଭୂତାଣୁ ସଂକ୍ରମଣ ବେଗକୁ ଅତିକ୍ରମ କରିବା ଲାଗି ଯେତେ ଶୀଘ୍ର ସମ୍ଭବ ଲୋକମାନଙ୍କୁ ଟିକା ଦିଆଯିବା ଉଚିତ। ବିଶେଷକରି ଅଧିକ ସଂକ୍ରମଣଶୀଳ ‘ଡେଲ୍‌ଟା ଭେରିଆଣ୍ଟ୍‌’ ପାଇଁ ଏହା ଜରୁରୀ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!