ନୟାଗଡ଼, (ବାଘୁଆବାର୍ତ୍ତା): ମହାମାରୀ କରୋନା ଜିଲ୍ଲାରେ ହୁ ହୁ ହୋଇ ବଢିଚାଲିଛି । ଏହାକୁ ରୋକ୍ ଦେବା ପାଇଁ ପୂର୍ବରୁ ୪୫ବର୍ଷରୁ ଉର୍ଦ୍ଧ ବ୍ୟକ୍ତି ବିଶେଷମାନଙ୍କୁ ଆଜି ଠାରୁ ବିଭିନ୍ନ ସ୍ଥାନରେ କୋଭିଡ୍ ଭ୍ୟାକସିନ୍ ଦେବା ଆରମ୍ଭ ହୋଇଛି । ଜିଲ୍ଲାର ୮ଟି ବ୍ଲକ ଓ ପୌରପରିଷଦରେ ଭ୍ୟାକସିନ୍ ଦେବାର ବନ୍ଦୋବସ୍ତ ହୋଯାଇଛି । ତେବେ ଆସନ୍ତା କାଲି ଆର୍ଥାତ୍ ୧୧ତାରିଖ ଦିନ କୋଭିଡ୍ ଭ୍ୟାକସିନ ଦିଆଯିବା ନେଇ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଦଶପଲ୍ଲା ବ୍ଲକର ମଧ୍ୟଖଣ୍ଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଗଣିଆ ବ୍ଲକର ରାସଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକାକରଣ ବ୍ୟବସ୍ଥା କରାଯାଇଥିବା ବେଳେ ଖଣ୍ଡପଡ଼ା ବ୍ଲକ୍ର ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ରଣପୁର ବ୍ଲକର ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ବିଏମଜିଏଚ ଚାନ୍ଦପୁର, ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆସନ୍ତା କାଲି ଟିକାକରଣ ବ୍ୟବସ୍ଥା କରାଯାଇଛି । ସେହିଭଳି ନୂଆଗାଁ ବ୍ଲକର ମହିପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକାକରଣ କରାଯିବ । ଓଡ଼ଗାଁ ବ୍ଲକର ଶରଣକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କୋଭିଡ୍ ଟିକାକରଣ କରାଯିବ । ସେହିଭଳି ଯଦି ନୟାଗଡ଼ ବ୍ଲକ୍ କଥା ଦେଖିବା ତେବେ ଇଟାମାଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ନୟାଗଡ଼ ପୌରପରିଷଦ ଅଞ୍ଚଳର ବଜେନ୍ଦ୍ର ହାଇସ୍କୁଲ୍ ପରିସରରେ କୋଭିଡ୍ ଟିକାକରଣ କରାଯିବା ନେଇ ବନ୍ଦୋବସ୍ତ କରାଯାଇଛି । ତେବେ ଯେଉଁ ବ୍ୟକ୍ତିମାନେ ୪୫ବର୍ଷରୁ ଉର୍ଦ୍ଧ ହୋଇଥିବେ ଏବଂ କୋଭିଡ୍-୧୯ର ସେକେଣ୍ଡ ଟିକା ନେବାକୁ ବଂଚିତ ଥିବା ବ୍ୟକ୍ତିବିଶେଷମାନଙ୍କୁ ସେକେଣ୍ଡ ଡୋଜର କୋଭିଡ୍ ଟିକା ଦିଆଯିବ ବୋଲି ସୂଚନା ମିଳିଛି ।






