Wednesday, November 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମ୍ୟାଟ୍ରିମୋନିଆଲ୍ ସାଇଟରେ ବିବାହର ପ୍ରତିଶ୍ରୁତି ଦେଇ ଠକେଇ

by ସଞ୍ଜୟ ସ୍ୱାଇଁ
October 4, 2023
in Crime, State
ମ୍ୟାଟ୍ରିମୋନିଆଲ୍ ସାଇଟରେ ବିବାହର ପ୍ରତିଶ୍ରୁତି ଦେଇ ଠକେଇ
30
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): ଆଜିର ସମୟରେ ଅନଲାଇନ୍ ପାଲଟିଛି ଜୀବନ ସାଥୀ ଖୋଜିବାର ସରଳ ମାଧ୍ୟମ। ହେଲେ ଏହି ଅନଲାଇନରେ ଖୋଜିଥିବା ଜୀବନସାଥୀ ଯୁବତୀଙ୍କ ଠାରୁ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା। ଯାଜପୁର ଅଂଚଳର ଜନୈକ ଯୁବତୀ ଅନଲାଇନ୍ ମାଧ୍ୟମରେ କଟକର ସୁଧାଂଶୁ ବେହେରାଙ୍କ ସହ ଯୋଗାଯୋଗରେ ଆସିଥିଲେ। ଏହାପରେ ସୁଧାଂଶୁ ନିଜକୁ ଜଣେ ଆୟକର ବିଭାଗର ଅଫିସର୍ ବୋଲି ପରିଚୟ ଦେଇ ଯୁବତୀଙ୍କ ସହ ସମ୍ପର୍କ ବଢ଼ାଇଥିଲେ ଓ ବିବାହର ପ୍ରତିଶ୍ରୁତି ଦେଇଥିଲେ । ଏହି ସମୟରେ ଯୁବତୀଙ୍କର ଦୁଇ ଲକ୍ଷ ଟଙ୍କା ଆବଶ୍ୟକତା ଥିଲା। ଏଥିପାଇଁ ଯୁବତୀ ସୁନା ବନ୍ଧକ ରଖି ଟଙ୍କା ନେବା ପାଇଁ ଚାହୁଁ ଥିବାରୁ ଏହାର ସୁଯୋଗ ନେଇ 30 ଗ୍ରାମ ସୁନା ଗହଣା ନେଇ ଚମ୍ପଟ ହୋଇଯାଇଥିଲେ। ସାତ ଦିନର ଚିହ୍ନା ପରିଚୟ ଭିତରେ କିଛି ବୁଝିବା ପୂର୍ବରୁ ଠାକାମିର ଶିକାର ହୋଇ ସାରିଥିଲେ ଅଭିଯୋଗକାରିଣୀ ଜଣଙ୍କ। ଏମିତିକି ଯେତେବେଳେ ଯୁବତୀ ଜଣକ ସୁନା ଫେରସ୍ତ ମାଗିଥିଲେ ସେତେବେଳେ ତାଙ୍କୁ ଅଶ୍ଳୀଳ ଭିଡିଓ କଲ୍ କରିବା ପାଇଁ ବାଧ୍ୟ କରୁଥିଲେ।

ଏହା ସହ ବ୍ଲାକ ମେଲିଂ ମଧ୍ୟ କରୁଥିଲେ। ଯାହା ଫଳରେ ଯୁବତୀ ଜଣକ କଟକ କ୍ୟାଣ୍ଟନ ମେଣ୍ଟ ଥାନାରେ ଅଭିଯୋଗ କରିଛନ୍ତି। ଏମିତିକି ଅଭିଯୁକ୍ତ ଜଣକ ଏହିଭଳି ଅନେକ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଠକୁଥିବାର ଅଭିଯୋଗ କରିଛନ୍ତି ଅଭିଯୋଗକାରିଣୀ ଯୁବତୀ ଓ ତାଙ୍କର ସଂପର୍କୀୟ। ଅନ୍ୟପଟେ ଯୁବତୀଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତ ସୁଧାଂଶୁକୁ ଗିରଫ କରି କୋର୍ଟ ଚାଲାଣ କରିଛି କ୍ୟାଣ୍ଟନ ମେଣ୍ଟ ଥାନା ପୋଲିସ। ଅଭିଯୁକ୍ତ ନିକଟରୁ 30 ଗ୍ରାମ ସୁନା ଅଳଙ୍କାର ମଧ୍ୟ ଜବତ କରାଯାଇଛି। ଯାହା ଯୁବତୀଙ୍କ ଅଭିଯୋଗ ରହିଥିଲା ସେହି ଆଧାରରେ ମାମଲା ରୁଜ୍ଜୁ କରାଯାଇଛି। ବର୍ତମାନ ସୁଦ୍ଧା ଜଣେ ଅଭିଯୋଗ କରିଛନ୍ତି । ଆଉ ଯଦି କେହି ଅଭିଯୋଗ କରନ୍ତି କି ଅତିରିକ୍ତ ଅଭିଯୋଗ ଆସେ ତେବେ ମାମଲା ରୁଜ୍ଜୁ କରାଯିବ ବୋଲି କହିଛନ୍ତି କଟକ ଏ ଡି ସି ପି ଅନିଲ କୁମାର ମିଶ୍ର। ଅନଲାଇନ୍ ମାଧ୍ୟମରେ ତୁରନ୍ତ ଜୀବନ ସାଥୀ ବାଛିବା ପୂର୍ବରୁ ସବୁ କିଛି ଯାଞ୍ଚ କରିବା ଆବଶ୍ୟକ। ନଚେତ୍ ଏଭଳି ଠକାମୀ ର ଶିକାର ହେବା ଥୟ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!