Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କାଣ୍ଟଛାଣ୍ଟ ସିଲାବସ୍‌ରେ ଦଶମ ପାଠପଢ଼ା

by ସଞ୍ଜୟ ସ୍ୱାଇଁ
June 16, 2021
in Feature News
କାଣ୍ଟଛାଣ୍ଟ ସିଲାବସ୍‌ରେ ଦଶମ ପାଠପଢ଼ା
159
VIEWS
Share on FacebookShare on Twitter

ଭୁବନେଶ୍ବର: ୨୦୨୧-୨୨ ଶିକ୍ଷାବର୍ଷ ପାଠପଢ଼ା ଏ ପର୍ଯ୍ୟନ୍ତ ଆରମ୍ଭ ହୋଇପାରି ନାହିଁ। ୩ ମାସ ବିତିଯାଇଥିଲେ ମଧ୍ୟ କ୍ଲାସରୁମ୍‌ ପାଠପଢ଼ା ହୋଇପାରିନି। ଯେଉଁଥିପାଇଁ ଆସନ୍ତା ୨୧ ତାରିଖରୁ ୟୁଟ୍ୟୁବ୍‌ରେ ୯ମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଠପଢ଼ା ହେବ। ପ୍ରଥମ ପର୍ଯ୍ୟାୟରେ ଜୁଲାଇ ୩୧ ପର୍ଯ୍ୟନ୍ତ ୟୁଟ୍ୟୁବ୍‌ରେ ଶିକ୍ଷାଦାନ ଲାଗି ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ୪୦ ଦିନ ମଧ୍ୟରୁ ୨୭ ଦିନ ୟୁଟ୍ୟୁବ୍‌ରେ ପାଠପଢ଼ା ଚାଲିବ। ପ୍ରତିଦିନ ୪ଟି ଲେଖାଏଁ ପିରିୟଡ୍‌ ହେବ। ୨୦୨୦-୨୧ ଶିକ୍ଷାବର୍ଷରେ କାଣ୍ଟଛାଣ୍ଟ ହୋଇଥିବା ସିଲାବସ୍‌ ଅନୁଯାୟୀ ଦଶମ ଶ୍ରେଣୀ ପିଲାଙ୍କ ପାଠପଢ଼ା ହେବ ବୋଲି ଧାର୍ଯ୍ୟ ହୋଇଛି। ସ୍ଥିତିକୁ ଦେଖି ଆସନ୍ତା ଅଗଷ୍ଟ ମାସରେ ପରବର୍ତୀ ନିଷ୍ପତ୍ତି ନିଆଯିବ ବୋଲି ଗଣଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ସୂଚନା ଅନୁଯାୟୀ ଅନ୍‌ଲାଇନ୍‌ ଶିକ୍ଷାଦାନ ଉପଲବ୍ଧ ଥିବା ବିଦ୍ୟାଳୟଗୁଡ଼ିକରେ ପାଠପଢ଼ା ଇତିମଧ୍ୟରେ ଆରମ୍ଭ ହୋଇଛି। କେତେକ ସରକାରୀ ବିଦ୍ୟାଳୟ ସମେତ ସରସ୍ବତୀ ବିଦ୍ୟାମନ୍ଦିର, ବିବେକାନନ୍ଦ ଶିକ୍ଷାକେନ୍ଦ୍ର, ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରି ଘରୋଇ ସ୍କୁଲଗୁଡ଼ିକ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ କରିଦେଇଛନ୍ତି। ପ୍ରତିଦିନ ୩ରୁ ୪ଟି କ୍ଲାସ କରି ପିଲାଙ୍କୁ ଶିକ୍ଷା ଦେଉଛନ୍ତି। ତେବେ ସିଲାବସ୍‌ ସମ୍ପର୍କରେ ଗଣଶିକ୍ଷା ବିଭାଗ କିମ୍ବା ମାଧ୍ୟମିକ ଶିକ୍ଷା ପରିଷଦ କୌଣସି ସ୍ପଷ୍ଟ ସୂଚନା ଦେଇ ନ ଥିବାରୁ ସମସ୍ତେ ଦ୍ବନ୍ଦ୍ବରେ ପଡ଼ିଥିଲେ। କେତେକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଚିରାଚରିତ ଭାବେ ପୂର୍ଣ୍ଣାଙ୍ଗ ସିଲାବସ୍‌ ଅନୁଯାୟୀ ପ୍ରଥମ ବିଷୟରୁ ପାଠପଢ଼ା ଆରମ୍ଭ କରିଦେଇଥିଲେ। ପିଲାଙ୍କ ହ୍ବାଟ୍‌ସଆପ୍‌ ଗ୍ରୁପ୍‌କୁ ଡକ୍ୟୁମେଣ୍ଟ ପଠାଉଛନ୍ତି। ଆଉ କେତେକ ସ୍କୁଲ କର୍ତୃପକ୍ଷ ୨୦୨୦-୨୧ ଶିକ୍ଷାବର୍ଷର ସିଲାବସ୍‌ ଆଧାରରେ ପଢ଼ାଉଛନ୍ତି। ସେମାନଙ୍କ ମତରେ ବର୍ତମାନ ସମୟରେ କରୋନାର ପ୍ରକୋପ କମିନାହିଁ। ତେଣୁ ପାଠପଢ଼ା କେବେ ସ୍ବାଭାବିକ ହେବ ଓ କେତେଦିନ ପିଲାଙ୍କୁ କ୍ଲାସରୁମ୍‌ ଶିକ୍ଷା ଦିଆଯିବ ତାହା କହିହେଉ ନାହିଁ। ତେଣୁ ୩୦% କମିଲା ଶିକ୍ଷାବର୍ଷ ଆଧାରରେ ଆମେ ପଢ଼ାଉଛୁ। ଯଦି ପୂର୍ଣ୍ଣାଙ୍ଗ ସିଲାବସ୍‌ ଅନୁଯାୟୀ ପିଲାଙ୍କୁ ପଢ଼ାଇବାକୁ ନିଷ୍ପତ୍ତି ହୁଏ ତେବେ ଆମେ ପରବର୍ତୀ ସମୟରେ ପଢ଼ାଇବୁ। ୟୁଟ୍ୟୁବ୍‌ ପାଠପଢ଼ା ନେଇ ଜାରି ହୋଇଥିବା ଗାଇଡ୍‌ଲାଇନ୍‌ରେ ସ୍ପଷ୍ଟ କରାଯାଇଛି ଯେ ଦଶମ ଶ୍ରେଣୀ ପିଲାଙ୍କ ପାଠପଢ଼ା ଜୁଲାଇ ୩୧ ପର୍ଯ୍ୟନ୍ତ ୨୦୨୦-୨୧ ସିଲାବସ୍‌ ଅର୍ଥାତ୍‌ ୩୦% କଟିଥିବା ପାଠ୍ୟକ୍ରମ ଆଧାରରେ ହେବ। ‌କେଉଁ ଦିନ କେଉଁ ବିଷୟର କେଉଁ ଚାପ୍ଟର ପାଠପଢ଼ା ହେବ ସେନେଇ ମଧ୍ୟ ଧାର୍ଯ୍ୟ ହୋଇଛି। ଏହି ସମୟ ସୀମା ମଧ୍ୟରେ ଓଡ଼ିଆ ବିଷୟର ୧୫ଟି କ୍ଲାସ ହେବାକୁ ଥିବା ବେଳେ ଇଂରାଜୀ ବିଷୟର ୧୭, ସଂସ୍କୃତର ୮, ହିନ୍ଦୀର ୯, ଗଣିତର ୨୧, ବିଜ୍ଞାନ(ଏସ୍‌ସିପି)ର ୧୧, ବିଜ୍ଞାନ(ଏସ୍‌ସିଏଲ୍‌)ର ୧୦, ଇତିହାସ ଓ ରାଜନୀତି ବିଜ୍ଞାନର ୯ ଏବଂ ଭୂଗୋଳ ଓ ଅର୍ଥନୀତିର ୮ଟି କ୍ଲାସ ଅନୁଷ୍ଠିତ ହେବ। ଯେଉଁ କ୍ଲାସଗୁଡ଼ିକ ସ୍ଥିର ହୋଇଛି ସେଥିରେ ରହିଥିବା ପାଠ୍ୟକ୍ରମଗୁଡ଼ିକ ୨୦୨୦-୨୧ ଶିକ୍ଷାବର୍ଷରେ ଲାଗୁଥିବା ସିଲାବସ୍‌। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଏଥର କାଣ୍ଟଛାଣ୍ଟ ସିଲାବସ୍‌ରେ ଦଶମ ଶ୍ରେଣୀ ପିଲାଙ୍କୁ ପଢ଼ାଯିବ। ୯ମ ଶ୍ରେଣୀ ପିଲାଙ୍କୁ ଉତ୍କର୍ଷ ପାଠ୍ୟପୁସ୍ତକ ଅନୁଯାୟୀ ପଢ଼ାଯିବ ବୋଲି କୁହାଯାଇଛି।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ୨୦୨୧-୨୨ ଶିକ୍ଷାବର୍ଷରେ ଦଶମ ‌ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀ କେଉଁ ସିଲାବସ୍‌ ଆଧାରରେ ପଢ଼ିବେ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇଛି। ଯେହେତୁ ଅନ୍‌ଲାଇନ୍‌ ତଥା ୟୁଟ୍ୟୁବ୍‌ରେ ପିଲାଙ୍କୁ ପଢ଼ାଇବାକୁ ନିଷ୍ପତ୍ତି ନେଇଛୁ ତେଣୁ ଗତବର୍ଷ ସିଲାବସ୍‌ ଆଧାରରେ ପଦକ୍ଷେପ ନିଆଯାଇଛି। ଯଦି ପିଲାଙ୍କ ସମ୍ପୂର୍ଣ୍ଣ ସିଲାବସ୍‌ ପଢ଼ାଇବା ଲାଗି ଆମ ହାତରେ ସମୟ ରହିବ ତେବେ ସେ ସମ୍ପର୍କରେ ନିଷ୍ପତ୍ତି ନିଆଯିବ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!